ଅର୍ଥ ମନ୍ତ୍ରଣାଳୟ
ଆର୍ଥିକ ସମୀକ୍ଷା ରିପୋର୍ଟ ୨୦୨୪-୨୫ର ପ୍ରସ୍ତାବନା ପ୍ରସ୍ତାବନାରେ ଅଣ ବିନିୟମନକୁ ଆର୍ଥିକ ସମୀକ୍ଷାର ପ୍ରସଙ୍ଗ ଭାବରେ ରେଖାଙ୍କିତ କରାଯାଇଛି
ଭାରତକୁ ପ୍ରତିସ୍ପର୍ଦ୍ଧୀ ଏବଂ ନବସୃଜନ ଅର୍ଥବ୍ୟବସ୍ଥାରେ ପରିଣତ କରିବା ସକାଶେ ଏବଂ ଅଧିକ ଘରୋଇ ତଥା ବିଦେଶୀ ପୁଂଜି ନିବେଶ ନିମନ୍ତେ ଆକର୍ଷକ କରିବାକୁ ପ୍ରୋତ୍ସାହନ ଯୋଗାଇବା ଏବଂ ଏଥିପାଇଁ ସୁଯୋଗ ସୃଷ୍ଟି କରିବା ଲାଗି ଚତୁର୍ମୁଖୀ ପ୍ରୟାସ କରିବାର ଆବଶ୍ୟକତା ରହିଛି
ଭାରତର ଉତ୍ସର୍ଜନ ମାତ୍ରା ହ୍ରାସ କରିବା ପରିବର୍ତ୍ତେ ଜଳବାୟୁ ପରିବର୍ତ୍ତନ ଅନୁକୂଳ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ
ଆର୍ଥିକ ସମୀକ୍ଷା ରିପୋର୍ଟରେ ଦେଶବ୍ୟାପୀ ପ୍ରମୁଖ ଶିକ୍ଷା ସଂସ୍ଥାମାନଙ୍କରେ ଉକ୍ରୃଷ୍ଟତା ନିମନ୍ତେ କୃତ୍ରିମ ପ୍ରଜ୍ଞା କେନ୍ଦ୍ର ସ୍ଥାପନ କରିବା ପାଇଁ ପରାମର୍ଶ
ଆର୍ଥିକ ସମୀକ୍ଷା ରିପୋର୍ଟରେ ଅଲ୍ଟ୍ରା ପ୍ରୋସେସଡ୍ ଖାଦ୍ୟର ଚିନ୍ତାଜନକ ଉପଭୁକ୍ତିରୁ ମୁକ୍ତି ପାଇବା ସକାଶେ ପ୍ୟାକେଟ୍ ଉପରେ ଲେବଲିଂର ନିୟମକୁ ମଜଭୁତ ଭାବରେ ଲାଗୁ କରିବା ମାଧ୍ୟମରେ ଭାରତୀୟ ଯୁବ ବର୍ଗଙ୍କ ମାନସିକତାରେ ଭାବନାତ୍ମକ ଏବଂ ଶାରୀରିକ ଆବଶ୍ୟକତା ଉପରେ ଧ୍ୟାନ ଦେବା ଉପରେ ଜୋର୍ ଦିଆଯାଇଛ
Posted On:
31 JAN 2025 2:18PM by PIB Bhubaneshwar
କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ଆର୍ଥିକ ସମୀକ୍ଷା ରିପୋର୍ଟ ୨୦୨୪-୨୫ ଉପସ୍ଥାପନ କରିଛନ୍ତି । ଆର୍ଥିକ ସମୀକ୍ଷାର ପ୍ରସ୍ତାବନାରେ କୁହାଯାଇଛି ଯେ ଅଣ-ବିନିୟମନ ମାଧ୍ୟମରେ ବ୍ୟବସାୟର ପୁଂଜିକୁ କମ୍ କରିବା ଅପ୍ରତ୍ୟାଶିତ ବୈଶ୍ୱିକ ଚାଲେଞ୍ଜଗୁଡ଼ିକ ମଧ୍ୟରେ ଆର୍ଥିକ ବିକାଶ ଏବଂ ରୋଜଗାରକୁ ପ୍ରୋତ୍ସାହନ ଦେବାରେ ସହାୟକ ହୋଇପାରିବ ।
ଏହି ସମୀକ୍ଷା ରିପୋର୍ଟର ପ୍ରସ୍ତାବରେ କୁହାଯାଇଛି ଯେ ବିଶ୍ୱକୁ ଆମେ ଯେପରି ଭାବରେ ବୁଝିଛୁ, ସମ୍ଭବତଃ ଏହାଠାରୁ ଆହୁରି କେତେ ଅଧିକ ଗୁଣ କ୍ଷିପ୍ରଗତିରେ ବିକଶିତ ହୋଇ ଚାଲିଛି । ବିଶ୍ୱ ଏବଂ ବିଶେଷ ଭାବରେ ୟୁରୋପୀୟ ରାଜେନୈତିକ ଏବଂ ଆର୍ଥିକ ଉଭୟ ଅନିଶ୍ଚିତତାର ସାମ୍ନା କରି ଆସୁଛି । ବର୍ଷ ୨୦୨୪ଟି ଥିଲା ନିର୍ବାଚନର ବର୍ଷ । ବିଶ୍ୱର ତିନୋଟି ବଡ଼ ବଡ଼ ଗଣତନ୍ତ୍ରରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଗୁଡ଼ିକ ହେଲା: ଭାରତ, ଆମେରିକା ଏବଂ ଇଣ୍ଡେନେସିଆ ।
ଅଣ- ବିନିୟମନକୁ ପ୍ରୋତ୍ସାହନ
ଆର୍ଥିକ ସମୀକ୍ଷା ରିପୋର୍ଟରେ ଯୁକ୍ତି ଦର୍ଶାଯାଇଛି ଯେ ସମସ୍ତ ପ୍ରକାର ଚାଲେଞ୍ଜରୁ ବାହାରକୁ ବାହାରି ଏବଂ ବ୍ୟବସାୟିକ କାରବାରକାରୀମାନଙ୍କୁ ନିଜର କୋର୍ ମିଶନ ଉପରେ ଧ୍ୟାନ ଦେବାର ଅନୁମତି ଏଭଳି ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଯାହା ଦେଶବ୍ୟାପୀ ସରକାରଙ୍କୁ ନବସୃଜନ ଏବଂ ପ୍ରତିସ୍ପର୍ଦ୍ଧାକୁ ପ୍ରୋତ୍ସାହନ ଦେବା ନିମନ୍ତେ ସକ୍ଷମ ହୋଇପାରିବ ।
ସମୀକ୍ଷାରେ କୁହାଯାଇଛି ଯେ ଆଗାମୀ ଦୁଇ ଦଶକ ମଧ୍ୟରେ ଆର୍ଥିକ ଅଭିବୃଦ୍ଧିର ହାରକୁ ବୃଦ୍ଧି କରିବା ନିମନ୍ତେ ଅଣ ବିନିୟମନକୁ ପ୍ରୋତ୍ସାହନ ଯୋଗାଣ ଜାରି ରଖିବା ଜରୁରି, ଯାହା ଫଳରେ ଜନସାଂଖି୍ୟକ ଲାଭାଂଶରୁ ଫାଇଦା ହାସଲ କରାଯାଇ ପାରିବ ।
ଏହି ସମୀକ୍ଷା ରିପୋର୍ଟରେ ଆହୁରି ଯୁକ୍ତି ଦର୍ଶାଯାଇଛି ଯେ ସରକାରକୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଆଧାରରେ ବିନିୟମନକୁ ସ୍ୱୀକାର କରିବା ଏବଂ ସରଳତା ସିଦ୍ଧ ହେବା ପର୍ଯ୍ୟନ୍ତ ଦୋଷୀ ଠାରୁ ଦୋଷୀ ସିଦ୍ଧ ହେବା ପର୍ଯ୍ୟନ୍ତ ସରଳତାକୁ ବଳ ଦେବା ନିମନ୍ତେ ଜୋର୍ ଦେବା ବିନିୟମ ସଂଚାଳନ ସିଦ୍ଧାନ୍ତଗୁଡ଼ିକରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏଥିରେ କୁହାଯାଇଛି ଯେ ନୀତିଗୁଡ଼ିକର ସଂଚାଳନ ସର୍ତ୍ତାବଳୀକୁ ପ୍ରସ୍ତ ପ୍ରସ୍ତ ଭାବରେ ଯୋଡ଼ା ଯିବାଦ୍ୱାରା ନିୟମନ ଅନାବଶ୍ୟକ ରୂପ ଜଟିଳ ହୋଇଥାଏ ଏବଂ ଏହାର ମୂଳ ଉଦ୍ଦେଶ୍ୟ ଏବଂ ଅଭିପ୍ରାୟ ବିମୁଖ ହୋଇ ପଡ଼ିଥାଏ ।
ସମୀକ୍ଷାରେ ଅର୍ଥବ୍ୟବସ୍ଥାର ଆକାରକୁ ବୃଦ୍ଧି କରିବା ଉଦ୍ଦେଶ୍ୟ ହାସଲ କରିବା ସକାଶେ ୧୯୯୦ ଦଶକରେ ବେଙ୍ଗାଲୁରଠାରେ ମୁଣ୍ଡ ଟେକିଥିବା ସୂଚନା ଏବଂ ପ୍ରାଦ୍ୟେଗିକୀ କ୍ଷେତ୍ର ଏବଂ ଷ୍ଟାର୍ଟ ଅପ୍ ପାରିସ୍ଥିତିକୀ ଭଳି ବିଶ୍ୱାସ ଆଧାରିତ ସମାଜ ଗଠନ ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଏହା ଏହି ଦିଗରେ ଏକ ଉତ୍ତମ ପଦକ୍ଷେପ ହେବ ଯାହା ଭାରତର ନାଗରିକମାନଙ୍କୁ ସଂକଟରୁ ବାହାରକୁ ମୁକୁଳିବା ଏବଂ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ ନିମନ୍ତେ ଉପଯୁକ୍ତ ଅବସର ପ୍ରଦାନ କରିବ ।
ରଣନୀତିକ ନିବେଶ ସୁଗମ ସୃଷ୍ଟି
ବିକାଶଶୀଳ, ବିକଶିତ ଏବଂ କ୍ରମିକ ଭାବରେ ମୁଣ୍ଡ ଟେକୁଥିବା ବଜାର ଅର୍ଥ ବ୍ୟବସ୍ଥାମାନଙ୍କ ପରିପ୍ରେକ୍ଷୀରେ ସମୀକ୍ଷା କରି ଏଥିରେ କୁହାଯାଇଛି ଯେ ତୀବ୍ର ବିଶ୍ୱ ବ୍ୟାପାର ବୃଦ୍ଧି ଯୁବ ଅତିକ୍ରାନ୍ତ ହୋଇସାରିଛି ଏବଂ ଭାରତକୁ ପ୍ରତିସ୍ପର୍ଦ୍ଧୀ ତଥା ନବସୃଜକ ଅର୍ଥବ୍ୟବସ୍ଥା ଭାବେ ମୁଣ୍ଡ ଟେକିବା ସକାଶେ ଘରୋଇ ତଥା ବିଦେଶୀ ପୁଂଜି ନିବେଶକୁ ଅଧିକ ଆକର୍ଷିତ କରିବା, ପ୍ରୋତ୍ସାହନ ଯୋଗାଣ ଏବଂ ସୁଗମ କରିବା ଭଳି ଚତୁର୍ମୁଖୀ ପ୍ରୟାସ କରାଯିବାର ଆବଶ୍ୟକତା ରହିଛି । ସମୀକ୍ଷାରେ ପରାମର୍ଶ ଦିଆଯାଇଛି ଯେ ଘରୋଇ ଆମଦାନି ଶୃଙ୍ଖଳା କ୍ଷମତାକୁ ମଜଭୁତ କରିବା ଏବଂ ଆକର୍ଷଣପଣ ନିମନ୍ତେ ଘରୋଇ କ୍ଷେତ୍ରରେ ରଣନୀତିକ ଆଧାରରେ ନିବେଶରୁ ଦୀର୍ଘ କାଳୀନ ଭାବରେ ସୁଫଳ ମିଳିପାରିବ ।
ବୈଶ୍ୱିକ ଚାଲେଞ୍ଜଗୁଡ଼ିକର ବାସ୍ତବିକତା ସମ୍ପର୍କରେ ଆଲୋଚନା କରି ସମୀକ୍ଷା ବୈଠକରେ ଆହୁରି ପ୍ରସ୍ତାବ ଦିଆଯାଇଛି ଯେ ଘରୋଇ ଅଭିବୃଦ୍ଧି ଆଗାମୀ ବର୍ଷମାନଙ୍କରେ ବାହ୍ୟ ବୃଦ୍ଧି ତୁଳନାରେ ସମକକ୍ଷ ଭାବରେ ଅଧିକ ମହତ୍ତ୍ୱପୂର୍ଣର୍ ପ୍ରତୀୟମାନ ହେବ ।
ଜଳବାୟୁ ପରିବର୍ତ୍ତନ ଏବଂ ଶକ୍ତି ପର୍ଯ୍ୟାନ୍ତରଣ
ଆର୍ଥିକ ସମୀକ୍ଷା ରିପୋର୍ଟରେ ଜଳବାୟୁ ପରିବର୍ତ୍ତନ ପୃଷ୍ଠଭୂମିର ପ୍ରତିସ୍ପର୍ଦ୍ଧା ବୃଦ୍ଧି କରିବା ଏବଂ ଏହାକୁ ଜାରି ରଖିବା ନିମନ୍ତେ ଶକ୍ତି ସୁରକ୍ଷା ଏପଂ ଶକ୍ତି ସରବରାହ ବ୍ୟବସ୍ଥାରେ ସାର୍ବଜନୀନ ନୀତିର ଭୂମିକା ଉପରେ ଅତ୍ୟଧିକ ଗୁରୁତ୍ୱ ଆରୋପ କରାଯାଇଛି । ସମୀକ୍ଷା ରିପୋର୍ଟ ଅନୁସାରେ ଆଉ ଗୋଟିଏ ପ୍ରାଥମିକତା ଯେଉଁଥିପାଇଁ ସୁଚିନ୍ତିତ ଏବଂ ସାବଧାନତାଯୁକ୍ତ ଦୃଷ୍ଟିକୋଣର ଆବଶ୍ୟକତା ରହିଛି, ତାହା ହେଲା ଜଳବାୟୁ ପରିବର୍ତ୍ତନ ଏବଂ ଶକ୍ତି ପର୍ଯ୍ୟାନ୍ତରଣ । ଏଥିରେ ପ୍ରତିଯୋଗୀତାମୂଳକ ଭାବନାକୁ ବୃଦ୍ଧି ପ୍ରୋତ୍ସାହନ ଯୋଗାଣ ଏବଂ ଏହାକୁ କାଏମ ରଖିବା ସକାଶେ ସାର୍ବଜନୀନ ନୀତିକୁ ଶକ୍ତି ସଂରକ୍ଷଣ ଏବଂ ଶକ୍ତି ବିବିଧିକରଣର ଭୂମିକାକୁ ଉତ୍ତମ ରୂପେ ଚିହ୍ନଟ କରିବାକୁ ପଡ଼ିବ । ଏହାର ଉଦ୍ଦେଶ୍ୟ ହେଲା ଭାରତ ଜୀବାଷ୍ମ ଇନ୍ଧନ ଠାରୁ ଭିନ୍ନ ଶକ୍ତି ପର୍ଯ୍ୟାନ୍ତରଣ ଏବଂ ବିବିଧିକରଣ ନିମନ୍ତେ ନିଜର ମାର୍ଗ ପ୍ରସ୍ତୁତ କରିଚାଲିଛି । ସମୀକ୍ଷାରେ କୁହାଯାଇଛି ଯେ ଭାରତର ବିଶାଳ ଭୂସ୍ୱରୂପ ଏବଂ ସୀମିତ ଭୂମି ଉପଲବ୍ଧତା ଦୃଷ୍ଟିରୁ ଦହନୀୟ ଶକ୍ତି ପର୍ଯ୍ୟାନ୍ତରଣ ନିମନ୍ତେ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ଅଧିକ ଦକ୍ଷ କରିବା ହେଉଛି ଏକ ବାସ୍ତବ ବିକଳ୍ପ ।
ସମୀକ୍ଷାରେ ଯୁକ୍ତି ଦର୍ଶାଯାଇଛି ଯେ ମହତ୍ତ୍ୱପୂର୍ଣ୍ଣ ବସ୍ତୁ ଆମଦାନି ନିମନ୍ତେ ବାହ୍ୟ ସ୍ରୋତ ଉପରେ ଭାରତର ନିର୍ଭରତାରୁ ମୁକ୍ତି ପାଇବା ଏବଂ ଭୌଗୋଳିକ ସମ୍ବେଦନଶୀଳତା ଗୁଡ଼ିକୁ ଧ୍ୟାନରେ ରଖି ଭାରତକୁ ଶକ୍ତି ପର୍ଯ୍ୟାନ୍ତରଣ ଯୋଜନାମାନ ପ୍ରସ୍ତୁତ କରିବା ଆବଶ୍ୟକ ।
ସ୍କିଲିଂ ଏବଂ ଶିକ୍ଷା
ସମୀକ୍ଷା ରିପୋର୍ଟରେ କୁହାଯାଇଛି ଯେ ଭାରତର ଯୁବବର୍ଗଙ୍କୁ କୃତ୍ରିମ ବୁଦ୍ଧିମତ୍ତା ଭଳି ପ୍ରଯୁକ୍ତିର ପ୍ରଗତିରୁ ଫାଇଦା ଉଠାଇବା ସକାଶେ କୌଶଳ ଏବଂ ଶିକ୍ଷା ସକ୍ଷମ ହେବା ଉଚିତ ଯଦ୍ୱାରା ସେମାନେ ରୋଜଗାର ଉପରେ ବିପରୀତ ପ୍ରଭାବ ପଡ଼ିବାର ଆଶଙ୍କାକୁ ଅତି କମ୍ କରିପାରିବେ ଅବା ସମ୍ପୂର୍ଣ୍ଣ ଭାବରେ ଉନ୍ମୁଳନ କରିବା ନିମନ୍ତେ ପ୍ରଯୁକ୍ତିର ବିକାଶ ଦିଗରେ ଏକ ଦୃଢ଼ ପଦକ୍ଷେପ ଗ୍ରହଣ କରିପାରିବେ ଏବଂ ତାହା ସେମାନଙ୍କ ରୋଜଗାର ବୃଦ୍ଧିରେ ମଧ୍ୟ ସହାୟକ ହୋଇପାରିବ । ଏଥିରେ ଦେଶବ୍ୟାପୀ ପ୍ରମୁଖ ଶିକ୍ଷଣ ସଂସ୍ଥାନରେ ଉକ୍ରର୍ଷ କୃତ୍ରିମ ପ୍ରଜ୍ଞା କେନ୍ଦ୍ର ( ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସେଣ୍ଟର ଅଫ୍ ଏକ୍ସଲେନ୍ସ) (ସି.ଓ.ଇ)ର ସ୍ଥାପନା ଏବଂ ମୁଣ୍ଡ ଟେକୁଥିବା କ୍ଷେତ୍ର, ଘରୋଇ କ୍ଷେତ୍ରରେ ନବସୃଜନ ଏବଂ ଅନୁସନ୍ଧାନ ଓ ବିକାଶ ବୃଦ୍ଧିକୁ ପ୍ରୋତ୍ସାହନ ଯୋଗାଣ ନିମନ୍ତେ ଏକ ଲକ୍ଷ କୋଟି ଟଙ୍କାର ଆର୍ଥିକ କର୍ପସ୍ ପାଣ୍ଠିର ଘୋଷଣା ସାମିଲ ।
କୃତ୍ରିମ ବୁଦ୍ଧିମତ୍ତା
କୃତ୍ରିମ ବୁଦ୍ଧିମତ୍ତା ପ୍ରତି ସନ୍ତୁଳିତ ଦୃଷ୍ଟିକୋଣ ଆପଣାଇ ସମୀକ୍ଷା ରିପୋର୍ଟରେ ପରାମର୍ଶ ଦିଆଯାଇଛି ଯେ କୃତ୍ରିମ ବୁଦ୍ଧିମତ୍ତା ସମସ୍ତଙ୍କ ପାଇଁ ଯେପରି ଏକ ସମାଧାନ ନୁହେଁ ବରଂ ଏହା ସବୁ ରାଷ୍ଟ୍ର, ବିଶେଷ କରି ଭାରତ ଭଳି ଶ୍ରମ ସମୃଦ୍ଧ ଦେଶ ଉପରେ ସମାନ ଭାବରେ ଲାଗୁ କରାଯାଇ ପାରିବନାହିଁ ।
ସୁସ୍ଥ ଖାଦ୍ୟପେୟ : ସୁସ୍ଥ ଜୀବନଶୈଳୀ
ଯଦି ଭାରତକୁ ନିଜର ଯୁବ ଜନସଂଖ୍ୟାର ବିଶାଳ ସମ୍ଭାବନାରୁ ଫାଇଦା ଉଠାଇବାକୁ ହେବ, ତେବେ ଏହାର ମାନସିକ, ଭାବନାତ୍ମକ ଏବଂ ଶାରୀରିକ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାର ବିଶେଷ ଆବଶ୍ୟକତା ରହିଛି । ବୈଜ୍ଞାନିକ ପ୍ରମାଣ ଏହି କଥା ଉପରେ ଗୁରୁତ୍ୱ ଆରୋପ କରିଥାଏ ଯେ ଅତି ମାତ୍ରାରେ ପ୍ରକ୍ରିୟାକୃତ (ଅଲ୍ଟ୍ରା- ପ୍ରୋସେସଡ୍) ଖାଦ୍ୟ ପଦାର୍ଥ (ଅଧିକ ତୈଳଯୁକ୍ତ, ଅଧିକ ଲୁଣ ଓ ଚିନି କିମ୍ବା ଏଚ.ଏଫ.ଏସ.ଏସ.) ଖାଇବା ଦ୍ୱାରା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉଭୟକୁ କମଜୋର କରିବାର ଏକ ବଡ଼ କାରକ ସୃଷ୍ଟି ହୋଇଥାଏ । ସମୀକ୍ଷା ରିପୋର୍ଟରେ ଏହି ପରାମର୍ଶ ଦିଆଯାଇଛି ଯେ ଏ ସମ୍ପର୍କରେ ବୈଶ୍ୱିକ ସ୍ତରରେ, ସ୍ୱ- ନିୟମନ ଇପ୍ସିତ ପ୍ରଭାବ ପକାଇ ପାରିନାହିଁ । ଏଥିପାଇଁ ପ୍ୟାକ୍ ଉପରେ ବଡ଼ ବଡ଼ ଲେବଲିଂ ନିୟମଗୁଡ଼ିକ ଉଲ୍ଲେଖ କରାଯିବା ଆବଶ୍ୟକ ଏବଂ ଏହାକୁ କଡ଼ାକଡ଼ି ଭାବରେ ଲାଗୁ କରାଯିବା ମଧ୍ୟ ଉଚିତ ।
ମହିଳା, କୃଷକ, ଯୁବ ବର୍ଗ ଏବଂ ଗରିବମାନଙ୍କ ପାଇଁ ନୀତିଗତ ପ୍ରାଥମିକତା
ସମୀକ୍ଷା ରିପୋର୍ଟରେ ମହିଳାମାନଙ୍କୁ, କୃଷକ ବର୍ଗଙ୍କୁ, ଯୁବଗୋଷ୍ଠୀଙ୍କୁ ଏବଂ ଗରିବ ବର୍ଗର ଲୋକମାନଙ୍କ ନିମନ୍ତେ ନୀତିଗତ ପ୍ରାଥମିକତା ପ୍ରଦାନ ଉପରେ ଗୁରୁତ୍ୱର ସହିତ ପରାମର୍ଶ ଦିଆଯାଇଛି । ଆର୍ଥିକ ଗତିବିଧିମାନଙ୍କରେ ସେମାନଙ୍କର ଉତ୍ପାଦକ ଏବଂ ସମ୍ବଦ୍ଧିତ ସହଭାଗିତାକୁ ସୁବିଧାଜନକ କରିବା ସମାବେଶୀ ବିକାଶ ନୀତିମାନଙ୍କ ପାଇଁ ଅଗ୍ନି ପରୀକ୍ଷା ସଦୃଶ । ନାରୀ- ପୁରୁଷ, ଯୁବ ବର୍ଗଙ୍କ ନିମନ୍ତେ ଶିକ୍ଷା, କୌଶଳ ଏବଂ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ନିବେଶ ଉପରେ ଅଧିକ ଧ୍ୟାନ କେନ୍ଦ୍ରିିତ କରିଛି ସମୀକ୍ଷା ରିପୋର୍ଟ । ଗରିବମାନଙ୍କୁ ସେମାନଙ୍କର ଜୀବନ ଜୀବିକାରେ ସୁଧାର ଆଣିବା ଏବଂ ପରିଧିରେ ଆଗକୁ ଅଗ୍ରସର ହୋଇ ଆର୍ଥିକ ଗତିବିଧିର କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିବାର ଅବସର ପ୍ରଦାନ କରିବା ସକାଶେ ଲକ୍ଷିତ ସହାୟତା ପ୍ରଦାନ ଉପରେ ମଧ୍ୟ ପ୍ରାଧାନ୍ୟ ଆରୋପ କରାଯାଇଛି । ଏଭଳି ସଶକ୍ତୀକରଣ ମାଧ୍ୟମରେ ସେମାନଙ୍କର ଆୟ ଏବଂ ଜୀବନ ସ୍ତରକୁ ଉନ୍ନତ କରିବା ପାଇଁ ମାର୍ଗ ସନ୍ଧାନ ସମ୍ପର୍କରେ ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି । ମହିଳାମାନଙ୍କ ପାଇଁ ଦେଶବ୍ୟାପୀ ସରକାରଙ୍କୁ ସୁବିଧାଜନକ ଉପାୟ ବ୍ୟବସ୍ଥିତ କରିବା ସହିତ ଶ୍ରମ ଶକ୍ତିରେ ସେମାନଙ୍କର ଭାଗିଦାରୀକୁ ରୋକିବା ଭଳି ଆଇନ ଏବଂ ନିୟାମକ ବାଧାଗୁଡ଼ିକୁ ନିଃଶେଷ କରାଯାଇପାରିବ । ଅନ୍ୟ ଭାଷାରେ କହିଲେ, ମହିଳାମାନଙ୍କ କାର୍ଯ୍ୟବଳରେ ସାମିଲ ହେବାର ମାର୍ଗରୁ ସରକାରଙ୍କୁ ହଟି ଯିବାକୁ ପଡ଼ିବ ।
ଔଦ୍ୟୋଗିକ ଗତିବିଧି
ଔଦ୍ୟୋଗିକ କ୍ଷେତ୍ରରେ ରୋଜଗାର ଏବଂ କୌଶଳ ବିକାଶ ସମ୍ପର୍କୀତ ଅଧ୍ୟାୟ ପୁଂଜି ନିର୍ମାଣକୁ ବୃଦ୍ଧିରେ କ୍ଷିପ୍ରତା ଆଣିବା ସକାଶେ ଅଣ- ବିନିୟମନ ଉପରେ ଜୋର୍ ଦିଆଯାଇଛି । ବିଶେଷ ଭାବରେ ସମୀକ୍ଷାର ଉଦ୍ୟୋଗ ସମ୍ପର୍କୀତ ଅଧ୍ୟାୟ ଏହିସବୁ ରାଜ୍ୟମାନଙ୍କ ମଧ୍ୟରେ ସକାରାତ୍ମକ ସହବନ୍ଧନକୁ ଦର୍ଶାଉଛି ଯାହା ବ୍ୟାପାର ସୁଗମତା ମାପଦଣ୍ଡ ଏବଂ ଔଦ୍ୟୋଗିକ ଗତିବିଧି ସ୍ତର ଉପରେ ପ୍ରାଧାନ୍ୟ ଦେଉଛି । ଯେଉଁ ରାଜ୍ୟମାନେ ନିଜର ଉଦ୍ୟୋଗୀକରଣକୁ ବୃଦ୍ଧି କରିବାକୁ ଇଚ୍ଛା କରୁଛନ୍ତି, ସେମାନେ ଜାଣିଛନ୍ତି ଯେ ସେମାନଙ୍କୁ କ'ଣ କରିବାର ଆବଶ୍ୟକତା ରହିଛି ।
ସମୀକ୍ଷାରେ ଏୟାର କଣ୍ଡିସନର ଉତ୍ପାଦନ ସମ୍ପର୍କୀତ ପ୍ରୋତ୍ସାହନ ଯୋଜନାର ସଫଳତାର କାହାଣୀକୁ ପ୍ରଶଂସା କରାଯାଇଛି ଯାହା ସରକାରୀ ହସ୍ତକ୍ଷେପ ମାଧ୍ୟମରେ ସଫଳ ସ୍ୱଦେଶୀକରଣର କାହାଣୀ ବୋଲି ଏଥିରେ ଉଲ୍ଲେଖ ରହିଛି ।
ବାହାର କ୍ଷେତ୍ରର ଚାଲେଞ୍ଜ୍
ସମୀକ୍ଷା ରିପୋର୍ଟରେ ବାହ୍ୟ କ୍ଷେତ୍ରର ବିକାଶ ସମ୍ପର୍କୀତ ଅଧ୍ୟାୟରେ ସେହିସବୁ ଚାଲେଞ୍ଜ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି ଯେଉଁମାନଙ୍କର ଭାରତ ସହିତ ନିକଟ ଭବିଷ୍ୟତରେ ସାମ୍ନା କରିବାକୁ ପଡ଼ିବ । ଯେପରିକି ପ୍ରତିବନ୍ଧାତ୍ମକ ବ୍ୟାପାର ନୀତିର ବିପଦ । ଏଥିରେ ଭାରତର ରପ୍ତାନୀକୁ ପ୍ରତିବନ୍ଧିତ କରିବା ଏବଂ ଚଳନ୍ତି ଖାତାରେ କ୍ଷତି ବଢ଼ାଇବାର ସାମର୍ଥ୍ୟ ରହିଛି ।
*****
(Release ID: 2098250)
Visitor Counter : 9