ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ଐତିହାସିକ ଦ୍ବିତୀୟ ପାଳି ପାଇଁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 27 JAN 2025 8:42PM by PIB Bhubaneswar

 

ଏକ ପାରସ୍ପରିକ ଲାଭଦାୟକ ଏବଂ ବିଶ୍ୱସନୀୟ ଭାଗିଦାରୀ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଆମ ଲୋକଙ୍କ କଲ୍ୟାଣ ଏବଂ ବିଶ୍ୱର ଶାନ୍ତି, ସମୃଦ୍ଧି ଏବଂ ନିରାପତ୍ତା ଦିଗରେ ଆମେ ଏକାଠି କାମ କରିବୁ: ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ରାଷ୍ଟ୍ରପତି ଭାବେ ତାଙ୍କର ଐତିହାସିକ ଦ୍ବିତୀୟ ପାଳି ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ପାରସ୍ପରିକ ଲାଭଦାୟକ ଏବଂ ବିଶ୍ୱସନୀୟ ଭାଗିଦାରୀ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଆମେ ଆମ ଲୋକଙ୍କ କଲ୍ୟାଣ ଏବଂ ବିଶ୍ୱର ଶାନ୍ତି, ସମୃଦ୍ଧି ଏବଂ ନିରାପତ୍ତା ଦିଗରେ ଏକାଠି କାମ କରିବୁ ।

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି :

“ ମୋ ପ୍ରିୟ ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇ ମୁଁ ଆନନ୍ଦିତ । ଐତିହସିକ ଦ୍ବିତୀୟ ପାଳି ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଲି । ଏକ ପାରସ୍ପରିକ ଲାଭଦାୟକ ଏବଂ ବିଶ୍ୱସନୀୟ ଭାଗିଦାରୀ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଆମେ ଆମ ଲୋକଙ୍କ କଲ୍ୟାଣ ଏବଂ ବିଶ୍ୱର ଶାନ୍ତି, ସମୃଦ୍ଧି ଏବଂ ନିରାପତ୍ତା ଦିଗରେ ଏକାଠି କାମ କରିବୁ ।“

 

****

 

TKM/Swadhin


(ରିଲିଜ ଆଡି: 2096872) ପରିଦର୍ଶକ କାଉଣ୍ଟର : 88