ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସିଙ୍ଗାପୁରର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 16 JAN 2025 10:35PM by PIB Bhubaneswar

 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଙ୍ଗାପୁରର ରାଷ୍ଟ୍ରପତି ଶ୍ରୀ ଥର୍ମନ୍ ଶନ୍ମୁଗରତ୍ନମ୍ଙ୍କୁ ଭେଟିଛନ୍ତି ଶ୍ରୀ ମୋଦୀ କହିଛନ୍ତି, “ଆମେ ଭାରତ-ସିଙ୍ଗାପୁର ବ୍ୟାପକ ରଣନୀତିକ ଭାଗିଦାରୀର ସମ୍ପୂର୍ଣ୍ଣ ପରିସର ବିଷୟରେ ଆଲୋଚନା କରିଛୁ। ଏହାଛଡା ଭବିଷ୍ୟତର ବିଭିନ୍ନ ବିଷୟ ଯଥା ସେମିକଣ୍ଡକ୍ଟର୍, ଡିଜିଟାଲାଇଜେସନ୍, ସ୍କିଲିଂ, କନେକ୍ଟିଭିଟି ଏବଂ ଅନ୍ୟାନ୍ୟ ସେକ୍ଟର୍ ଉପରେ ମଧ୍ୟ ଆମେ ଆଲୋଚନା କରିଛୁ ବୋଲି ଶ୍ରୀ ମୋଦୀ କହିଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

ଆଜି ସନ୍ଧ୍ୟାରେ ସିଙ୍ଗାପୁରର ରାଷ୍ଟ୍ରପତି ଶ୍ରୀ ଥର୍ମନ୍ ଶନ୍ମୁଗରତ୍ନମ୍ଙ୍କୁ ଭେଟିଥିଲି ଆମେ ଭାରତ-ସିଙ୍ଗାପୁର ବ୍ୟାପକ ରଣନୀତିକ ଭାଗିଦାରୀର ସମ୍ପୂର୍ଣ୍ଣ ପରିସର ବିଷୟରେ ଆଲୋଚନା କରିଛୁ ଭବିଷ୍ୟତର ବିଭିନ୍ନ ବିଷୟ ଯଥା ସେମିକଣ୍ଡକ୍ଟର, ଡିଜିଟାଲାଇଜେସନ୍, ସ୍କିଲିଂ, କନେକ୍ଟିଭିଟି ଏବଂ ଅନ୍ୟାନ୍ୟ ସେକ୍ଟର୍ ଉପରେ ଆମେ ଆଲୋଚନା କରିଥିଲୁ। ଏହାଛଡା ଶିଳ୍ପ, ଭିତ୍ତିଭୂମି ଏବଂ ସଂସ୍କୃତିରେ କ୍ଷେତ୍ରରେ ସହଯୋଗ ଉପରେ ମଧ୍ୟ ଆମେ ଆଲୋଚନା କରିଥିଲୁ

 

SR


(ରିଲିଜ ଆଡି: 2093934) ପରିଦର୍ଶକ କାଉଣ୍ଟର : 52