ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦୈନନ୍ଦିନ ଜୀବନରେ ଧ୍ୟାନକୁ ଏକ ଅଂଶ କରିବାକୁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ପୋଷ୍ଟ କରାଯିବା ଦିନାଙ୍କ: 21 DEC 2024 12:28PM by PIB Bhubaneswar

ଆଜି ବିଶ୍ୱ ଧ୍ୟାନ ଦିବସ ଅବସରରେ ସମସ୍ତେ ଦୈନନ୍ଦିନ ଜୀବନରେ ଧ୍ୟାନକୁ ଏକ ଅଂଶ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି । ଜଣଙ୍କ ଜୀବନରେ ତଥା ସମାଜ ଏବଂ ବିଶ୍ୱରେ ଶାନ୍ତି ଓ ସଦିଚ୍ଛା ଆଣିବା ପାଇଁ ଧ୍ୟାନ ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ଆଜି ବିଶ୍ୱ ଧ୍ୟାନ ଦିବସରେ, ସମସ୍ତଙ୍କ ଦୈନନ୍ଦିନ ଜୀବନରେ ଧ୍ୟାନକୁ ଏକ ଅଂଶବିଶେଷ କରିବାକୁ ଏବଂ ଏହାର ପରିବର୍ତ୍ତନକାରୀ କ୍ଷମତା ଅନୁଭବ କରିବାକୁ ଆହ୍ୱାନ କରୁଛି । ଜଣଙ୍କ ଜୀବନରେ ତଥା ସମାଜ ଏବଂ ବିଶ୍ୱରେ ଶାନ୍ତି ଓ ସଦିଚ୍ଛା ଆଣିବା ପାଇଁ ଧ୍ୟାନ ଏକ ଶକ୍ତିଶାଳୀ ମାଧ୍ୟମ । ଟେକ୍ନୋଲୋଜିର ଏହି ଯୁଗରେ ଆପସ୍‌ଏବଂ ପ୍ରସାରିତ ଭିଡିଓ ଆମ ଦୈନନ୍ଦିନ ରୁଟିନରେ ଧ୍ୟାନକୁ ସାମିଲ କରିବାକୁ ଏକ ମୂଲ୍ୟବାପ ଉପକରଣ ଭାବେ ସାବ୍ୟସ୍ତ ହୋଇପାରିବ ।”

SR


(ରିଲିଜ ଆଡି: 2087138) ପରିଦର୍ଶକ କାଉଣ୍ଟର : 50