ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କୁୱେତର ମହାମାନ୍ୟ ଅମୀରଙ୍କ ନିମନ୍ତ୍ରଣ କ୍ରମେ ଆରବିଆନ ଗଲଫ୍ କପରେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

Posted On: 21 DEC 2024 10:24PM by PIB Bhubaneshwar

କୁୱେତର ମହାମାନ୍ୟ ଅମୀର ଶେଖ୍ ମେଶାଲ ଅଲ୍-ଅହମ୍ମଦ ଅଲ୍-ଜାବେର ଅଲ୍-ସବାହଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୁୱେତରେ ୨୬ତମ ଆରବିଆନ ଗଲଫ୍ କପର ଉଦଘାଟନୀ ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୁୱେତର ମହାମାନ୍ୟ ଅମୀର, ମହାମାନ୍ୟ ଯୁବରାଜ ଏବଂ ମହାମାନ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ଅବସରରେ କୁୱେତର ନେତୃତ୍ୱଙ୍କ ସହ ପ୍ରଧାନମନ୍ତ୍ରୀ ଅନୌପଚାରିକ ଭାବେ ଆଲୋଚନା ମଧ୍ୟ କରିଥିଲେ ।

କୁୱେତରେ ଆୟୋଜନ ହେଉଥିବା ଦ୍ୱିବାର୍ଷିକ ଆରବିଆନ ଗଲଫ୍ କ୍ଲବ କପ୍ରେ ଜିସିସି ରାଷ୍ଟ୍ର ସମୂହ, ଇରାକ, ୟେମେନ ସମେତ ଆଠଟି ଦେଶ ଅଂଶ ଗ୍ରହଣ କରୁଛନ୍ତି । ଅଞ୍ଚଳରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ । ଟୁର୍ଣ୍ଣାମେଣ୍ଟର ଅଂଶଗ୍ରହଣ କାରୀ ରାଷ୍ଟ୍ରଙ୍କ ମଧ୍ୟରେ କୁୱେତ ଅନେକ ଥର ଏହି କପ୍ ବିଜୟୀ ହୋଇଛି । ଚଳିତ ଟୁର୍ଣ୍ଣାମେଣ୍ଟର ସମସ୍ତ ଅଂଶଗ୍ରହଣକାରୀ ରାଷ୍ଟ୍ରଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ ।

SR


(Release ID: 2087136) Visitor Counter : 34