ପୋଷ୍ଟ କରାଯିବା ଦିନାଙ୍କ:
07 DEC 2024 2:41PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଶସ୍ତ୍ର ବାହିନୀ ପତାକା ଦିବସ ଅବସରରେ କହିଛନ୍ତି ଯେ ଏହି ଦିବସ ଆମର ସାହସୀ ସୈନିକମାନଙ୍କର ବୀରତ୍ୱ, ନିଷ୍ଠା ଏବଂ ବଳିଦାନକୁ ସଲାମ କରିବାର ସମୟ । ଏହି ଅବସରରେ ସେ ସମସ୍ତଙ୍କୁ ସଶସ୍ତ୍ର ବାହିନୀ ପତାକା ଦିବସ ପାଣ୍ଠିରେ ଯୋଗଦାନ କରିବାକୁ ଅନୁରୋଧ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :
“ସଶସ୍ତ୍ର ବାହିନୀ ପତାକା ଦିବସ ହେଉଛି ଆମର ସାହସୀ ସୈନିକମାନଙ୍କର ବୀରତ୍ୱ, ନିଷ୍ଠା ଏବଂ ବଳିଦାନକୁ ସଲାମ କରିବାର ସମୟ । ସେମାନଙ୍କର ସାହସିକତା ଆମକୁ ପ୍ରେରଣା ଦିଏ, ତାଙ୍କର ବଳିଦାନ ଆମକୁ ବିନମ୍ର କରିଥାଏ ଏବଂ ସେମାନଙ୍କର ସମର୍ପଣ ଆମକୁ ସୁରକ୍ଷିତ ରଖିଥାଏ । ଆସନ୍ତୁ ସଶସ୍ତ୍ର ବାହିନୀ ପତାକା ଦିବସ ପାଣ୍ଠିରେ ଯୋଗଦାନ କରିବା।”
SR