ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନଭେମ୍ବର ୨୬ରେ ସମ୍ବିଧାନ ଦିବସ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

Posted On: 25 NOV 2024 8:10PM by PIB Bhubaneshwar

 

ଭାରତୀୟ ସମ୍ବିଧାନ ଗ୍ରହଣର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୬ ତାରିଖ ଅପରାହ୍ଣ ପ୍ରାୟ ୫ଟାରେ ସୁପ୍ରିକୋର୍ଟର ପ୍ରଶାସନିକ ଭବନ ପରିସରରେ ଆୟୋଜିତ ସମ୍ବିଧାନ ଦିବସ ସମାରୋହରେ ଯୋଗଦେବେ । ସେ ଭାରତୀୟ ନ୍ୟାୟପାଳିକାର ବାର୍ଷିକ ରିପୋର୍ଟ (୨୦୨୩-୨୪) ଉନ୍ମୋଚନ କରିବେ। ଏହି ଅବସରରେ ସେ ଏକ ସମାବେଶକୁ ସମ୍ବୋଧିତ କରିବେ।

ସୁପ୍ରିମକୋର୍ଟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରଧାନ ବିଚାରପତି ଏବଂ ସୁପ୍ରିମକୋର୍ଟର ଅନ୍ୟ ବିଚାରପତିମାନେ ମଧ୍ୟ ଉପସ୍ଥିତ ରହିବେ।

 

*******

P.S.


(Release ID: 2077167) Visitor Counter : 8