ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଚିଲୀ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
Posted On:
20 NOV 2024 8:36PM by PIB Bhubaneshwar
ବ୍ରାଜିଲର ରିଓ ଡି ଜେନେରୋରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ନଭେମ୍ବର ୧୯ ତାରିଖରେ ଚିଲୀର ରାଷ୍ଟ୍ରପତି ମହାମହିମ ଶ୍ରୀ ଗାବ୍ରିଏଲ ବୋରିକ ଫଣ୍ଟଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ।
ଦୁଇ ନେତା ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ବାବଦରେ ଆଲୋଚନା କରିବା ସହ ସହଯୋଗକୁ ବୃଦ୍ଧି କରିବା ପାଇଁ ବିଭିନ୍ନ କ୍ଷେତ୍ରକୁ ଚିହ୍ନଟ କରିଥିଲେ । ଡିଜିଟାଲ ସାର୍ବଜନୀକ ମୌଳିକ ଢାଞ୍ଚା, ସ୍ୱାସ୍ଥ୍ୟସେବା, ଆଇଟି, ବିଜ୍ଞାନ ଏବଂ ପ୍ରାଦ୍ୟୋଗିକୀ, ଅନ୍ତରୀକ୍ଷ, ନବୀକରଣ ଶକ୍ତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତର କ୍ଷମତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହି ସମସ୍ତ କ୍ଷେତ୍ରରେ ଚିଲୀର ସହ ଅନୁଭବ ବାଣ୍ଟିବାକୁ ମଧ୍ୟ ସେ ଆଗ୍ରହ ପ୍ରକାଶ କରିଥିଲେ ।
ଦୁଇ ପକ୍ଷ ମହତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ଏବଂ ପାରସ୍ପରିକ ଲାଭ ପାଇଁ ମିଳିମିଶି କାମ କରିବାକୁ ସହମତ ହୋଇଥିଲେ । ଭାରତ-ଚିଲୀ ଅଗ୍ରାଧିକାର ବାଣିଜ୍ୟ ଚୁକ୍ତିନାମା (ପିଟିଏ)ର ବିସ୍ତାର ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ଅଗ୍ରଗତି ଘଟିଥିବାରୁ ଦୁଇ ନେତା ସନ୍ତୋଷ ପ୍ରକାଶ କରିଥିଲେ । ପିଟିଏକୁ ଅଧିକ ବିସ୍ତାର କରିବାକୁ ସୁଯୋଗର ସଦବ୍ୟବହାର ପାଇଁ ମଧ୍ୟ ଉଭୟ ନେତା ସହମତ ହୋଇଥିଲେ । ଚିଲୀର ଉଦ୍ୟୋଗ କ୍ଷେତ୍ରକୁ ସହାୟତା କରିବାକୁ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଔଷଧୀୟ ଉତ୍ପାଦ, ଇଞ୍ଜିନିୟରିଂ ସାମଗ୍ରୀ, ଅଟୋମୋବାଇଲ ଏବଂ ରସାୟନ ଯୋଗାଇଦେବାକୁ ଭାରତର ଆଗ୍ରହ ବାବଦରେ ପ୍ରଧାନମନ୍ତ୍ରୀ ଜଣାଇଥିଲେ ।
ଦୁଇ ନେତା ଶିକ୍ଷା, ସଂସ୍କୃତି ଏବଂ ପାରମ୍ପରିକ ଜ୍ଞାନ କ୍ଷେତ୍ରରେ ସହଯୋଗର ସମ୍ଭାବନା ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ । ନିୟମିତ ଯୋଗାଯୋଗରେ ରହିବା ସହ ପାରସ୍ପରିକ ସହଯୋଗକୁ ଅଧିକ ସୁଦୃଢ଼ କରିବାକୁ ଦୁଇ ନେତା ସହମତ ହୋଇଥିଲେ ।
SR
(Release ID: 2076817)
Visitor Counter : 38
Read this release in:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam