ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଣ୍ଟିଗଗୁଆ ଓ ବାରବୁଡାର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ
Posted On:
22 NOV 2024 3:29AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦ ନଭେମ୍ବରରେ ଗୁୟାନାର ଜର୍ଜଟାଉନ୍ରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅବସରରେ ଏଣ୍ଟିଗୁଆ ଏବଂ ବାରବୁଡା ପ୍ରଧାନମନ୍ତ୍ରୀ ଶ୍ରୀ ଗ୍ୟାସ୍ଟନ୍ ବ୍ରାଉନ୍ଙ୍କ ସହ ସାକ୍ଷାତ କରିଥିଲେ ।
ଦୁଇ ନେତା ବାଣିଜ୍ୟ ଏବଂ ପୁଞ୍ଜି ନିବେଶ ତଥା ଏସ୍ଆଇଡିଏସ୍ ପାଇଁ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଉପରେ ଆଲୋଚନା କରିଥିଲେ । ଭାରତ-କାରିକମ୍ ସହଭାଗିତାକୁ ମଜବୁତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ସାତ ପଏଣ୍ଟ ଯୋଜନାକୁ ପ୍ରଧାନମନ୍ତ୍ରୀ ବ୍ରାଉନ୍ ପ୍ରଶଂସା କରିଥିଲେ । ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ସେ ସମର୍ଥନକୁ ଦୋହରାଇଥିଲେ ।
SR
(Release ID: 2076800)
Visitor Counter : 43
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam