ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବାର୍ବାଡୋସର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

प्रविष्टि तिथि: 22 NOV 2024 3:18AM by PIB Bhubaneshwar

ଗୁୟାନାର ଜର୍ଜଟାଉନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୦ ତାରିଖରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅବସରରେ ବାର୍ବାଡୋସର ପ୍ରଧାନମନ୍ତ୍ରୀ ମିଆ ଅମର ମୋଟଲେଙ୍କୁ ଭେଟିଛନ୍ତି । ଏହି ଉଚ୍ଚସ୍ତରୀୟ ଆଲୋଚନା ଦୁଇ ନେତାଙ୍କ ପାଇଁ ଭାରତ ଓ ବାର୍ବାଡୋସ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ପ୍ରତିବଦ୍ଧ ଓ ସୁଦୃଢ଼ କରିବାକୁ ସୁଯୋଗ ଦେଇଛି ।

ସ୍ୱାସ୍ଥ୍ୟ, ଫାର୍ମା, ଜଳବାୟୁ ପରିବର୍ତ୍ତନ କାର‌୍ୟ୍ୟାନ୍ୱୟନ, ସଂସ୍କୃତି ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ଆଦି ପ୍ରମୁଖ କ୍ଷେତ୍ରରେ ଜାରି ଥିବା ସହଯୋଗର ଉଭୟ ନେତା ସମୀକ୍ଷା କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଟଲେ ଗ୍ଲୋବାଲ ସାଉଥରେ ଭାରତର ନେତୃତ୍ୱକୁ ପ୍ରଶଂସା କରିଥିଲେ । ବୈଶ୍ୱିକ ସଂସ୍ଥା ଗୁଡ଼ିକରେ ସଂସ୍କାର ଉପରେ ଦୁଇ ନେତା ମଧ୍ୟ ମତ ବିନିମୟ କରିଥିଲେ ।

SR


(रिलीज़ आईडी: 2076741) आगंतुक पटल : 45
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam