ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                    
                    
                        ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା
                    
                    
                        
                    
                
                
                    Posted On:
                06 NOV 2024 1:57PM by PIB Bhubaneshwar
                
                
                
                
                
                
                ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଆଗାମୀ ଦିନରେ ଭାରତ-ଆମେରିକା ବିସ୍ତୃତ ବୈଶ୍ୱିକ ଏବଂ ରଣନୀତିକ ସହଭାଗିତାକୁ ଆଗାମୀ ଦିନରେ ଅଧିକ ସୁଦୃଢ଼ କରିବା ଦିଗରେ ସହଯୋଗକୁ ନବୀନିକୃତ କରିବା ପାଇଁ ଅପେକ୍ଷା କରିଛନ୍ତି ।
ଶ୍ରୀ ମୋଦୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ନିର୍ବାଚନରେ ଐତିହାସିକ ବିଜୟ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ମୋ ବନ୍ଧୁ @realDonaldTrump । ଆପଣ ଗତ କାର୍ଯ୍ୟକାଳର ସଫଳତାକୁ ଆଗକୁ ବଢ଼ାଉଛନ୍ତି, ଏହାଦ୍ୱାରା ମୁଁ ଭାରତ-ଆମେରିକା ବ୍ୟାପକ ବୈଶ୍ୱିକ ଏବଂ ରଣନୀତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ପାଇଁ ନୂତନ ଭାବେ ସହଯୋଗକୁ ବଢ଼ାଇବାକୁ ମୁଁ ତତ୍ପର । ଆସନ୍ତୁ ଆମେ ମିଶି ଆମ ଲୋକଙ୍କ ପାଇଁ ଉତ୍ତମ ଏବଂ ବୈଶ୍ୱିକ ଶାନ୍ତି, ସ୍ଥିରତା ତଥା ସମୃଦ୍ଧି ଆଣିବା ଦିଗରେ କାମ କରିବା ।” 
    SR
                
                
                
                
                
                (Release ID: 2071377)
                Visitor Counter : 51
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Bengali-TR 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam