ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 11 OCT 2024 12:41PM by PIB Bhubaneshwar

 

ଭିଏଣ୍ଟିଆନେରେ ୧୧ ଅକ୍ଟୋବର ୨୦୨୪ରେ ପୂର୍ବ ଏସିଆ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ପାଏଟୋଙ୍ଗଟାର୍ନ ଶିନାୱାତ୍ରାଙ୍କୁ ଭେଟିଛନ୍ତି ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତକାର

ପ୍ରଧାନମନ୍ତ୍ରୀ ଥାଇ ପ୍ରଧାନମନ୍ତ୍ରୀଙ୍କୁ ନୂତନ ଦାୟିତ୍ୱ ପାଇଁ ଅଭିନନ୍ଦନ ଜଣାଇଥିଲେ ଐତିହାସିକ ତୃତୀୟ ଥର ପାଇଁ କ୍ଷମତାକୁ ଆସିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଥିଲେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଦୁଇ ନେତା ଆଲୋଚନା କରିଥିଲେ ଉପ-କ୍ଷେତ୍ରୀୟ, କ୍ଷେତ୍ରୀୟ ଏବଂ ବହୁ-କ୍ଷେତ୍ରୀୟ ମଞ୍ଚରେ ଘନିଷ୍ଠ ସମ୍ପର୍କ ବୃଦ୍ଧି କରିବା ଉପରେ ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ ଏହି ପ୍ରସଙ୍ଗରେ ବିମ୍ଷ୍ଟେକ୍ ମାଧ୍ୟମରେ କ୍ଷେତ୍ରୀୟ ସହଯୋଗକୁ ବଢ଼ାଇବାକୁ ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ

ଥାଇଲାଣ୍ଡ ସହ ଭାରତର ସମ୍ପର୍କ ଭାରତରଆକ୍ଟ ଇଷ୍ଟ ନୀତିର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ, ଏହାର ଏକ ଦଶନ୍ଧି ଆଜି ପୂର୍ଣ୍ଣ ହେଉଛି ଏଥିସହ ଭାରତର ଇଣ୍ଡୋ-ପାସିଫିକ୍ ଦୃଷ୍ଟିକୋଣର ମଧ୍ୟ ଦଶ ବର୍ଷ ପୂର୍ଣ୍ଣ ହେଉଛି

SR


(रिलीज़ आईडी: 2064208) आगंतुक पटल : 69
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam