ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ରତନ ଟାଟାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ଶିକ୍ଷା, ସ୍ୱାସ୍ଥ୍ୟସେବା, ପରିମଳ, ପ୍ରାଣୀ କଲ୍ୟାଣ କ୍ଷେତ୍ରରେ ଶ୍ରୀ ଟାଟା ସବୁଠୁ ଆଗରେ ଥିଲେ: ପ୍ରଧାନମନ୍ତ୍ରୀ

ବଡ଼ ସ୍ୱପ୍ନ ଦେଖିବା ଏବଂ ସମାଜକୁ ପ୍ରତିଦାନ କ୍ଷେତ୍ରରେ ଶ୍ରୀ ଟାଟା ସ୍ୱତନ୍ତ୍ର ଥିଲେ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 10 OCT 2024 5:38AM by PIB Bhubaneswar

ଶ୍ରୀ ରତନ ଟାଟାଙ୍କ ପରଲୋକରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଶ୍ରୀ ଟାଟା ଜଣେ ଦୂରଦୃଷ୍ଟି ସମ୍ପନ୍ନ ଉଦ୍ୟୋଗୀ, ଦୟାଳୁ ଆତ୍ମା ଏବଂ ସ୍ୱତନ୍ତ୍ର ମଣିଷ ଥିଲେ । ଉତ୍ତମ ସମାଜ ଗଠନ ଦିଗରେ ବିନମ୍ରତା, ଦୟାଳୁ ଭାବନା ଏବଂ ଅତୁଟ ପ୍ରତିବଦ୍ଧତା ଯୋଗୁ ସେ ସମସ୍ତଙ୍କ ପ୍ରିୟ ହୋଇପାରିଥିଲେ ।

ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

“ଶ୍ରୀ ରତନ ଟାଟା ଜଣେ ଦୂରଦୃଷ୍ଟି ସମ୍ପନ୍ନ ଉଦ୍ୟୋଗୀ ଥିଲେ । ଜଣେ ଦୟାଳୁ ଆତ୍ମା ଏବଂ ଅସାଧାରଣ ମଣିଷ ଥିଲେ । ଦେଶର ସବୁଠାରୁ ପୁରୁଣା ଏବଂ ପ୍ରତିଷ୍ଠିତ ବ୍ୟବସାୟିକ ସାମ୍ରାଜ୍ୟକୁ ସେ ସ୍ଥିର ନେତୃତ୍ୱ ଦେଇଥିଲେ । ସମାନ ସମୟରେ ତାଙ୍କ ଅବଦାନ ବୋର୍ଡରୁମ ଠାରୁ ବହୁ ଅଧିକ ଥିଲା । ଉତ୍ତମ ସମାଜ ଗଠନ ଦିଗରେ ବିନମ୍ରତା, ଦୟାଳୁ ଭାବନା ଏବଂ ଅତୁଟ ପ୍ରତିବଦ୍ଧତା ଯୋଗୁ ସେ ସମସ୍ତଙ୍କ ପ୍ରିୟ ହୋଇପାରିଥିଲେ ।”

“ଶ୍ରୀ ରତନ ଟାଟା ଜୀ ଙ୍କ ଏକ ସ୍ୱତନ୍ତ୍ର ଗୁଣ ଥିଲା, ବଡ଼ ସ୍ୱପ୍ନ ଦେଖିବା ଏବଂ ପ୍ରତିଦାନ ଦେବା । ଶିକ୍ଷା, ସ୍ୱାସ୍ଥ୍ୟସେବା, ପରିମଳ, ପ୍ରାଣୀ କଲ୍ୟାଣ କ୍ଷେତ୍ରରେ ସେ ସବୁଠୁ ଆଗରେ ଥିଲେ ।”

“ଶ୍ରୀ ରତନ ଟାଟା ଜୀଙ୍କ ସହ ଅତୀତରେ ହୋଇଥିବା ଅନେକ ଭାବ ବିନିମୟ ମୋ ମନରେ ରହିଛି । ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କୁ ନିୟମିତ ଭେଟୁଥିଲି । ବିଭିନ୍ନ ପ୍ରସଙ୍ଗରେ ଆମେ ଆଲୋଚନା କରୁଥିଲୁ । ତାଙ୍କ ଦୃଷ୍ଟିକୋଣ ବହୁତ ସମୃଦ୍ଧ ଥିବା ମୁଁ ଅନୁଭବ କରିଥିଲି । ମୁଁ ଦିଲ୍ଲୀ ଆସିବା ପରେ ମଧ୍ୟ ଏହି ଭାବ ବିନିମୟ ଜାରି ଥିଲା । ତାଙ୍କ ପରଲୋକରେ ଅତ୍ୟନ୍ତ ଦୁଃଖିତ । ଏଭଳି ଦୁଃଖର ସମୟରେ ତାଙ୍କ ପରିବାର, ବନ୍ଧୁବାନ୍ଧବ, ପ୍ରଶଂସକଙ୍କୁ ମୋର ଗଭୀର ସମବେଦନା । ଓମ୍ ଶାନ୍ତି!” 

SR


(ରିଲିଜ ଆଡି: 2063759) ପରିଦର୍ଶକ କାଉଣ୍ଟର : 67