ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ୧୦୦ ଦିନର ଉପଲବ୍ଧି ଉପରେ ଆଲୋକପାତ କରିଛନ୍ତି ଡ. ଏଲ୍ ମୁରୁଗନ୍


ଭିତ୍ତିଭୂମି, କୃଷି, ମହିଳା ସଶକ୍ତୀକରଣ ଏବଂ ଅନୁସୂଚିତ ଜାତି, ଜନଜାତି, ଓବିସି ଏବଂ ଗରିବଙ୍କ ପାଇଁ ୧୫ ଲକ୍ଷ କୋଟି ଟଙ୍କା ନିବେଶ କରାଯାଇଛି

प्रविष्टि तिथि: 18 SEP 2024 2:50PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ୧୦୦ ଦିନର ସଫଳତା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗନ୍ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି।

ସମନ୍ଵିତ ବିକାଶ  ପାଇଁ ୧୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ

ଏହି ପ୍ରମୁଖ ଉପଲବ୍ଧି ଗୁଡ଼ିକ ଦେଶକୁ ବିକଶିତ ଭାରତ ଦୃଷ୍ଟିକୋଣ ଆଡକୁ ଆଗେଇ ନେଉଛି ମାତ୍ର ୧୦୦ ଦିନ ମଧ୍ୟରେ ଭିତ୍ତିଭୂମି, କୃଷି, ମହିଳା ବିକାଶ ଏବଂ ଅନୁସୂଚିତ ଜନଜାତି (ଏସଟି), ଅନୁସୂଚିତ ଜାତି (ଏସସି), ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଏବଂ ଗରିବଙ୍କ ଉନ୍ନତି ପାଇଁ ୧୫ ଲକ୍ଷ କୋଟି ଟଙ୍କା ନିବେଶ କରାଯାଇଛି। କୃଷି, ଗ୍ରାମାଞ୍ଚଳ, ରାଜପଥ, ରେଳବାଇ, ବିମାନ, ଯୋଗାଯୋଗ ଏବଂ ବନ୍ଦରର ବିକାଶ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ।

କୃଷିର ବିକାଶ ଓ ମହିଳା ସଶକ୍ତୀକରଣ

ବିଶେଷକରି ଏହି ୧୦୦ ଦିନରେ ଭିତ୍ତିଭୂମି କ୍ଷେତ୍ରରେ ୩ ଲକ୍ଷ କୋଟି ଟଙ୍କା ନିବେଶ କରାଯାଇଛି, ଯେଉଁଥିରେ କୃଷି କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯାଇଛି । "ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)୫% ରୁ ୧୨.୭% କୁ ବୃଦ୍ଧି କରାଯାଇଛି ଏବଂ ଏହା ବ୍ୟତୀତ ପିଏମ-କିଷାନ ଯୋଜନାର ୧୭ତମ କିସ୍ତିରୁ ୨୦, ୦୦୦କୋଟି ଟଙ୍କା ୯.୩ କୋଟି କୃଷକଙ୍କୁ ପ୍ରଦାନ କରାଯାଇଥିବା ବିଷୟରେ", ଡ. ମୁରୁଗାନ ଆଲୋକପାତ କରିଥିଲେ। ଏହାବ୍ୟତୀତ ଏହି ପ୍ରଥମ ୧୦୦ ଦିନରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସାରା ଦେଶରେ ୩ କୋଟି ଘର ମଞ୍ଜୁର କରାଯାଇଛି

ମାତ୍ର ୧୦୦ ଦିନରେ ଏହି ସଫଳତା ସମାଜର ସମସ୍ତ ବର୍ଗକୁ ସଶକ୍ତ କରିବା ଉପରେ ଗୁରୁତ୍ଵ ଦେବା ସହିତ ବିଭିନ୍ନ କ୍ଷେତ୍ରରେ ଦ୍ରୁତ ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।

***********

BS/Swadhin


(रिलीज़ आईडी: 2056146) आगंतुक पटल : 87
इस विज्ञप्ति को इन भाषाओं में पढ़ें: Khasi , English , Urdu , हिन्दी , Punjabi , Gujarati , Tamil , Telugu , Kannada , Malayalam