ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav g20-india-2023

ଇ-ସିନେ ପ୍ରମାଣନରେ ସଫଳତା ପୂର୍ବକ କାର୍ଯ୍ୟକାରୀ ହେଲା ‘‘ଆକ୍ସେସିବିଲିଟି ଷ୍ଟାଣ୍ଡାର୍ଡସ୍’’ ମଡ୍ୟୁଲ


ଫିଚର୍ ଚଳଚ୍ଚିତ୍ରରେ ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ପାଇଁ ଅତିକମରେ ଗୋଟିଏ ସୁଗମତା ବୈଶିଷ୍ଟ୍ୟ ଉପଲବ୍ଧ ହେବ

Posted On: 16 SEP 2024 1:28PM by PIB Bhubaneshwar

ଆକ୍ସେସିବିଲିଟି ଷ୍ଟାଣ୍ଡାର୍ଡବା ସୁଗମତା ମାନକ ମଡ୍ୟୁଲକୁ ନିର୍ଦ୍ଧାରିତ ସମୟସୀମା ଅର୍ଥାତ୍୧୫ ସେପ୍ଟେମ୍ବର ୨୦୨୪ ଠାରୁ -ସିନେମା ପ୍ରମାଣନରେ ସଫଳତା ପୂର୍ବକ କାର୍ଯ୍ୟକାରୀ କରାଯାଇଛି ଆବେଦନକାରୀ ଏବେ ମାର୍ଗଦର୍ଶିକାରେ ନିର୍ଦ୍ଧାରିତ ଶ୍ରବଣ ଦୃଷ୍ଟିବାଧିତ ଲୋକଙ୍କ ପାଇଁ ଆବଶ୍ୟକ ଆକ୍ସେସିବିଲିଟି ବା ସୁଗମତା ସୁବିଧା ସହିତ ନିଜ ଚଳଚ୍ଚିତ୍ର ପାଇଁ ଆବେଦନ ଦାଖଲ କରିପାରିବେ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଏସବୁ ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କରିବା ଲାଗି ୧୫ ସେପ୍ଟେମ୍ବର ୨୦୨୪କୁ ଧାର୍ଯ୍ୟ ତାରିଖ ଭାବେ ନିର୍ଦ୍ଧାରିତ କରିଥିଲା।

ନୂଆ ମାର୍ଗଦର୍ଶିକା ଏବଂ ପରିବର୍ଦ୍ଧିତ ସୁଗମତା ମାନକ

ଦିବ୍ୟାଙ୍ଗ ବ୍ୟକ୍ତିବିଶେଷଙ୍କ ଲାଗି ଚଳଚ୍ଚିତ୍ର ଦେଖିବାକୁ ଅଧିକ ସମାବେଶୀ ଓ ସୁଲଭ କରିବା ପାଇଁ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ୧୫ ମାର୍ଚ୍ଚ ୨୦୨୪ରେ ଜାରି କାର୍ଯ୍ୟାଳୟ ବିଜ୍ଞପ୍ତି ମାଧ୍ୟମରେ ଶ୍ରବଣ ଦୃଷ୍ଟିବାଧିତ ବ୍ୟକ୍ତିବିଶେଷଙ୍କ ପାଇଁ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ଫିଚର ଚଳଚ୍ଚିତ୍ରର ସାର୍ବଜନୀନ ପ୍ରଦର୍ଶନରେ ଆକ୍ସେସିବିଲିଟି ଷ୍ଟାଣ୍ଡାର୍ଡ କାର୍ଯ୍ୟକାରୀ କରିବାକୁ ମାର୍ଗଦର୍ଶିକା ଜାରି କରିଥିଲା

ବ୍ୟବସାୟିକ ଉଦ୍ଦେଶ୍ୟରେ ସିନେମା ହଲ୍‌/ମୁଭି ଥିଏଟର୍ରେ ସାର୍ବଜନୀନ ପ୍ରଦର୍ଶନ ଲାଗି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଉଥିବା ଫିଚର୍ଚଳଚ୍ଚିତ୍ର* ଉପରେ ଏସବୁ ମାର୍ଗଦର୍ଶିକା ଲାଗୁ ହେବ ଗୋଟିଏରୁ ଅଧିକ ଭାଷାରେ ସିବିଏଫସି ପ୍ରମାଣପତ୍ର ପାଉଥିବା ସବୁ ଚଳଚ୍ଚିତ୍ରରେ ଶ୍ରବଣ ଦୃଷ୍ଟିବାଧିତଙ୍କ ପାଇଁ ଅତିକମ୍ରେ ଗୋଟିଏ ସୁଗମତା ସୁବିଧା ଯୋଗାଇ ଦେବା ଆବଶ୍ୟକ; ଅର୍ଥାତ୍ବୋଲ୍ଡ କ୍ୟାପ୍ସନିଂ/ଓପନ୍କ୍ୟାପ୍ସନିଂ ଏବଂ ଅଡିଓ ବିବରଣୀ ଭଳି ସୁବିଧା ଚଳଚ୍ଚିତ୍ରରେ ରହିବା ଉଚିତ୍

 

**********

P.S.

 

 



(Release ID: 2055359) Visitor Counter : 33