ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସେମିକଣ୍ଡକ୍ଟର ଏକଜିକ୍ୟୁଟିଭଙ୍କ ରାଉଣ୍ଡ ଟେବୁଲରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ


ସେମିକଣ୍ଡକ୍ଟର ହେଉଛି ଡିଜିଟାଲ ଯୁଗର ଆଧାର: ପ୍ରଧାନମନ୍ତ୍ରୀ
ଗଣତନ୍ତ୍ର ଏବଂ ପ୍ରଯୁକ୍ତି ବିଦ୍ୟା ମିଳିତ ଭାବରେ ମାନବ ଜାତିର କଲ୍ୟାଣ ସୁନିଶ୍ଚିତ କରିପାରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତ ଏକ ବିବିଧ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାରେ ଏକ ବିଶ୍ୱସ୍ତ ଅଂଶୀଦାର ହେବାର କ୍ଷମତା ରଖିଛି

ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ ସରକାର ଏକ ପୂର୍ବାନୁମାନଯୋଗ୍ୟ ଏବଂ ସ୍ଥିର ନୀତି ବ୍ୟବସ୍ଥା ଅନୁସରଣ କରିବେ

ସିଇଓମାନେ ଦେଶରେ ଶିଳ୍ପ ପାଇଁ ଉପଯୁକ୍ତ ପରିବେଶକୁ ପ୍ରଶଂସା କରି କହିଛନ୍ତି ଯେ ସେମିକଣ୍ଡକ୍ଟର ଶିଳ୍ପର ଗୁରୁତ୍ୱ କେନ୍ଦ୍ର ଭାରତ ଆଡକୁ ଗତି କରିବା ଆରମ୍ଭ କରିଛି

ବ୍ୟବସାୟିକ ବାତାବରଣ ଉପରେ ଆସ୍ଥା ପ୍ରକଟ କରି ସିଇଓମାନେ କହିଛନ୍ତି ଯେ ଭାରତ ହେଉଛି ପୁଞ୍ଜିନିବେଶର ପ୍ରକୃଷ୍ଟ ସ୍ଥାନ

ସିଇଓମାନେ ଉଲ୍ଲେଖ କରିଛନ୍ତି ଯେ ଆଜି ଭାରତରେ ପ୍ରଚୁର ସୁଯୋଗ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା

Posted On: 10 SEP 2024 8:05PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ , ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ସେମିକଣ୍ଡକ୍ଟର ଏକଜିକ୍ୟୁଟିଭଙ୍କ ରାଉଣ୍ଡଟେବୁଲରେ ଅଧ୍ୟକ୍ଷତା କରିଥିଲେ

ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନଙ୍କର ଚିନ୍ତାଧାରା କେବଳ ସେମାନଙ୍କ ବ୍ୟବସାୟ ନୁହେଁ ବରଂ ଭାରତର ଭବିଷ୍ୟତକୁ ମଧ୍ୟ ଆକାର ଦେବ ଆଗାମୀ ସମୟ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ହେବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମିକଣ୍ଡକ୍ଟର ହେଉଛି ଡିଜିଟାଲ ଯୁଗର ଆଧାର ଏବଂ ସେହି ଦିନ ଦୂର ନୁହେଁ ଯେତେବେଳେ ସେମିକଣ୍ଡକ୍ଟର ଶିଳ୍ପ ଆମର ମୌଳିକ ଆବଶ୍ୟକତା ପାଇଁ ମଧ୍ୟ ଭିତ୍ତିଭୂମି ହେବ

ଗଣତନ୍ତ୍ର ଏବଂ ବୈଷୟିକ ଜ୍ଞାନକୌଶଳ ମିଳିତ ଭାବେ ମାନବ ଜାତିର କଲ୍ୟାଣକୁ ସୁନିଶ୍ଚିତ କରିପାରିବ ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ନିଜର ବିଶ୍ୱସ୍ତରୀୟ ଦାୟିତ୍ୱକୁ ସ୍ୱୀକାର କରି ଭାରତ ଏହି ପଥରେ ଆଗକୁ ବଢୁଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ

ସାମାଜିକ, ଡିଜିଟାଲ ଏବଂ ଭୌତିକ ଭିତ୍ତିଭୂମିର ବିକାଶ, ଅନ୍ତର୍ଭୁକ୍ତ ବିକାଶକୁ ପ୍ରୋତ୍ସାହନ ଦେବା, ଅନୁପାଳନ ବୋଝ ହ୍ରାସ କରିବା ଏବଂ ଉତ୍ପାଦନ ଏବଂ ଉଦ୍ଭାବନ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଭଳି ବିକାଶର ସ୍ତମ୍ଭ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ବିବିଧ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାରେ ଭାରତ ଏକ ବିଶ୍ୱସ୍ତ ଅଂଶୀଦାର ହେବାର ସାମର୍ଥ୍ୟ ରଖିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ

ପ୍ରଧାନମନ୍ତ୍ରୀ ଭାରତର ପ୍ରତିଭା ସମୂହ ଏବଂ ଶିଳ୍ପ ପାଇଁ ପ୍ରଶିକ୍ଷିତ କର୍ମଚାରୀ ଉପଲବ୍ଧ କରାଇବା ପାଇଁ ଦକ୍ଷତା ଉପରେ ସରକାରଙ୍କର ଅତ୍ୟଧିକ ଧ୍ୟାନ ବିଷୟରେ ଆଲୋଚନା କରିଥିଲେ ସେ କହିଥିଲେ ଯେ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଉତ୍ପାଦ ବିକଶିତ କରିବା ଉପରେ ଭାରତର ଧ୍ୟାନ ରହିଛି ହାଇଟେକ୍ ଭିତ୍ତିଭୂମିରେ ପୁଞ୍ଜିନିବେଶ ପାଇଁ ଭାରତ ଏକ ଉତ୍ତମ ବଜାର ବୋଲି ସେ ଆଲୋକପାତ କରିଥିଲେ ଏବଂ ସେମିକଣ୍ଡକ୍ଟର କ୍ଷେତ୍ରର ନେତୃବୃନ୍ଦଙ୍କ ମଧ୍ୟରେ ଥିବା ଉତ୍ସାହ ସରକାରଙ୍କୁ ଏହି କ୍ଷେତ୍ର ପାଇଁ ଅଧିକ ପରିଶ୍ରମ କରିବାକୁ ପ୍ରେରଣା ଯୋଗାଇବ ବୋଲି ସେ କହିଥିଲେ

ପ୍ରଧାନମନ୍ତ୍ରୀ ନେତାମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଭାରତ ସରକାର ଏକ ପୂର୍ବାନୁମାନଯୋଗ୍ୟ ଏବଂ ସ୍ଥିର ନୀତି ବ୍ୟବସ୍ଥା ଅନୁସରଣ କରିବେ ମେକ୍ ଇନ୍ ଇଣ୍ଡିଆ ଏବଂ ମେକ୍ ଫର୍ ଦି ୱାର୍ଲ୍ଡ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ପ୍ରତ୍ୟେକ ପଦକ୍ଷେପରେ ଶିଳ୍ପକୁ ସମର୍ଥନ ଜାରି ରଖିବେ

ସିଇଓମାନେ ସେମିକଣ୍ଡକ୍ଟର କ୍ଷେତ୍ରର ଅଭିବୃଦ୍ଧି ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ ଏବଂ କହିଛନ୍ତି ଯେ ଆଜି ଯାହା ଘଟିଛି ତାହା ଅଭୂତପୂର୍ବ ଯେଉଁଥିରେ ସମଗ୍ର ସେମିକଣ୍ଡକ୍ଟର କ୍ଷେତ୍ରର ନେତାମାନଙ୍କୁ ଗୋଟିଏ ଛାତ ତଳେ ଅଣାଯାଇଛି ସେମିକଣ୍ଡକ୍ଟର ଶିଳ୍ପର ବ୍ୟାପକ ଅଭିବୃଦ୍ଧି ଏବଂ ଭବିଷ୍ୟତ ପରିସର ବିଷୟରେ ସେମାନେ ଆଲୋଚନା କରିଥିଲେ ସେମିକଣ୍ଡକ୍ଟର ଶିଳ୍ପର ଗୁରୁତ୍ୱ କେନ୍ଦ୍ର ଭାରତ ଆଡକୁ ଗତି କରିବା ଆରମ୍ଭ କରିଛି ଏବଂ ଦେଶରେ ବର୍ତ୍ତମାନ ଶିଳ୍ପ ପାଇଁ ଏକ ଉପଯୁକ୍ତ ପରିବେଶ ଅଛି ଯାହା ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତକୁ ବିଶ୍ୱ ମାନଚିତ୍ରରେ ରଖିଛି ବୋଲି ସେମାନେ କହିଛନ୍ତି ଭାରତ ପାଇଁ ଯାହା ଭଲ ତାହା ବିଶ୍ବ ପାଇଁ ଭଲ ହେବ ବୋଲି ବିଶ୍ୱାସ ବ୍ୟକ୍ତ କରି ସେମାନେ କହିଛନ୍ତି ଯେ ସେମିକଣ୍ଡକ୍ଟର କ୍ଷେତ୍ରରେ କଞ୍ଚାମାଲ ପାଇଁ ଗ୍ଲୋବାଲ୍ ପାୱାର ହାଉସ ହେବାର ଆଶ୍ଚର୍ଯ୍ୟଜନକ ସମ୍ଭାବନା ରହିଛି

ଭାରତରେ ବ୍ୟବସାୟ ଅନୁକୂଳ ବାତାବରଣକୁ ପ୍ରଶଂସା କରି ସିଇଓମାନେ କହିଛନ୍ତି ଯେ ଜଟିଳ ଭୂ-ରାଜନୈତିକ ପରିସ୍ଥିତିର ଦୁନିଆରେ ଭାରତ ସ୍ଥିର ରହିଛି। ଭାରତର ସାମର୍ଥ୍ୟ ଉପରେ ସେମାନଙ୍କର ଅସୀମ ବିଶ୍ୱାସ ବିଷୟରେ ଉଲ୍ଲେଖ କରି ସେମାନେ କହିଛନ୍ତି ଯେ ଭାରତ ହେଉଛି ପୁଞ୍ଜିନିବେଶର ଏକ ପ୍ରକୃଷ୍ଟ ସ୍ଥାନ। ସେମାନେ ଅତୀତରେ ମଧ୍ୟ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରୋତ୍ସାହନକୁ ସ୍ମରଣ କରିଥିଲେ ଏବଂ କହିଥିଲେ ଯେ ଆଜି ଭାରତରେ ଯେଉଁ ବିପୁଳ ସୁଯୋଗ ରହିଛି ତାହା ପୂର୍ବରୁ କେବେ ଦେଖାଯାଇ ନଥିଲା ଏବଂ ସେମାନେ ଭାରତ ସହ ସହଭାଗୀତା ସ୍ଥାପନ କରି ଗର୍ବ ଅନୁଭବ କରୁଛନ୍ତି

ବୈଠକରେ ସେମି, ମାଇକ୍ରୋନ୍, ଏନଏକ୍ସପି, ପିଏସଏମସି, ଆଇଏମଇସି, ରେନେସାସ, ଟିଇପିଏଲ, ଟୋକିଓ ଇଲେକ୍ଟ୍ରୋନ ଲିମିଟେଡ, ଟାୱାର, ସିନୋପ୍ସିସ୍, କାଡେନ୍ସ, ରାପିଡ୍ସ, ଜେଏସଆର, ଇନଫିନିୟନ, ଆଡଭାଣ୍ଟେଷ୍ଟ, ଟେରାଡିନ, ଆପ୍ଲାଏଡ ମ୍ୟାଟେରିଆଲ୍ସ, ଲାମ୍ ରିସର୍ଚ୍ଚ, ମର୍କ, ସିଜି ପାୱାର ଏବଂ କାଏନସ୍ ଟେକ୍ନୋଲୋଜି ସମେତ ବିଭିନ୍ନ ସଂଗଠନର ସିଇଓ, ମୁଖ୍ୟ ଏବଂ ପ୍ରତିନିଧିମାନେ ଉପସ୍ଥିତ ଥିଲେ ବୈଠକରେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ, ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ ସାନ୍ ଡିଏଗୋ ଆଇଆଇଟି ଭୁବନେଶ୍ୱରର ପ୍ରଫେସରମାନେ ଉପସ୍ଥିତ ଥିଲେ

BS



(Release ID: 2053608) Visitor Counter : 27