ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବନ୍ଦର ସେରୀ ବେଗାୱାନରେ ଓମାର ଅଲ୍ଲୀ ସୈଫୁଦ୍ଦିନ ମସଜିଦ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
03 SEP 2024 8:07PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବନ୍ଦର ସେରୀ ବେଗୱାନର ପ୍ରସିଦ୍ଧ ଓମାର ଅଲ୍ଲୀ ସୈଫୁଦ୍ଦିନ ମସଜିଦ ପରିଦର୍ଶନ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କୁ ବ୍ରୁନେଇର ଧାର୍ମିକ ବ୍ୟାପାର ମନ୍ତ୍ରୀ ମହାମହିମ ପେହିନ ଦାତୋ ଉସ୍ତାଜ ହାଜି ଆୱାଙ୍ଗ ବଦରୁଦ୍ଦିନ ସ୍ୱାଗତ କରିଥିଲେ। ବ୍ରୁନେଇର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାଟୋ ଡାକ୍ତର ହାଜି ମହମ୍ମଦ ଇଶାମ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଭାରତୀୟମାନଙ୍କର ଏକ ଗୋଷ୍ଠୀ ମଧ୍ୟ ଉପସ୍ଥିତ ରହିଥିଲେ ।
ବ୍ରୁନେଇର ୨୮ତମ ସୁଲତାନ (ବର୍ତ୍ତମାନର ସୁଲତାନଙ୍କ ପିତା, ଯିଏ ଏହାର ନିର୍ମାଣ ଆରମ୍ଭ କରିଥିଲେ) ଓମାର ଅଲ୍ଲୀ ସୈଫୁଦ୍ଦିନ ତୃତୀୟଙ୍କ ନାମରେ ଏହି ମସଜିଦର ନାମକରଣ କରାଯାଇଛି ଏବଂ ଏହା ୧୯୫୮ ରେ ସମ୍ପୂର୍ଣ୍ଣ ହୋଇଥିଲା ।
BS
(रिलीज़ आईडी: 2051541)
आगंतुक पटल : 109
इस विज्ञप्ति को इन भाषाओं में पढ़ें:
Punjabi
,
Telugu
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Gujarati
,
Tamil
,
Kannada
,
Malayalam
,
Malayalam