ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସରକାରୀ ଗସ୍ତରେ ବ୍ରୁନେଇରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 03 SEP 2024 3:46PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୁଲତାନ ହାଜି ହସନାଲ ବୋଲକିଆଙ୍କ ନିମନ୍ତ୍ରଣକ୍ରମେ ଆଜି ଏକ ସରକାରୀ ଗସ୍ତରେ ବନ୍ଦର ସେରି ବେଗୱାନରେ ପହଞ୍ଚିଛନ୍ତି

ବ୍ରୁନେଇକୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ଭାରତ ବ୍ରୁନେଇ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୪୦ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କର ଏହା ଏକ ଐତିହାସିକ ଗସ୍ତ

ବନ୍ଦର ସେରି ବେଗୱାନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ଏବଂ ବ୍ରୁନେଇସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କ୍ରାଉନ ପ୍ରିନ୍ସ ତଥା ବରିଷ୍ଠ ମନ୍ତ୍ରୀ ହାଜି ଅଲ-ମୁହତାଦି ବିଲ୍ଲାହ ତାଙ୍କୁ ସ୍ୱାଗତ କରିଥିଲେ

ବ୍ରୁନେଇ ଭାରତର 'ଆକ୍ଟ ଇଷ୍ଟ' ନୀତି ଏବଂ ଇଣ୍ଡୋ-ପ୍ୟାସିଫିକ୍ ଭିଜନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାରତ ଏବଂ ବ୍ରୁନେଇ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି ଯାହା ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ପ୍ରସଙ୍ଗରେ ପାରସ୍ପରିକ ସମ୍ମାନ ଏବଂ ବୁଝାମଣା ଉପରେ ପର୍ଯ୍ୟବେଶିତ ଦୁଇ ଦେଶ ଇତିହାସ, ସଂସ୍କୃତି ପରମ୍ପରା ସହ ସହସ୍ରାବ୍ଦୀ ଧରି ଜଡ଼ିତ

 

BS


(ରିଲିଜ ଆଡି: 2051359) ପରିଦର୍ଶକ କାଉଣ୍ଟର : 104