ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ୟାରିସ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଆଥଲେଟ ଶୀତଲ୍ ଦେବୀ ଓ ରାକେଶ କୁମାରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପୋଷ୍ଟ କରାଯିବା ଦିନାଙ୍କ:
02 SEP 2024 11:40PM by PIB Bhubaneswar
ଚାଲିଥିବା ପ୍ୟାରିସ ପାରାଲିମ୍ପିକ୍ସରେ ମିକ୍ସଡ୍ ଟିମ୍ କମ୍ପାଉଣ୍ଡ୍ ଓପନ୍ ତୀରନ୍ଦାଞ୍ଜରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଆଥଲେଟ୍ ଶୀତଲ୍ ଦେବୀ ଏବଂ ରାକେଶ କୁମାରଙ୍କୁ ତାଙ୍କର ଦଳଗତ ଉତ୍ସାହଜନକ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଦଳଗତ କାର୍ଯ୍ୟର ବିଜୟ !
ମିକ୍ସଡ୍ ଟିମ୍ କମ୍ପାଉଣ୍ଡ୍ ଓପନ ତୀରନ୍ଦାଜରେ ବ୍ରୋଞ୍ଜ ଜିତିବା ପାଇଁ ଶୀତଲ୍ ଦେବୀ ଏବଂ ରାକେଶ କୁମାରଙ୍କୁ ଅଭିନନ୍ଦନ । ସେମାନେ ଉଲ୍ଲେଖନୀୟ ନିପୁଣତା ଏବଂ ନିଷ୍ଠ ପ୍ରଦର୍ଶନ କରିଛନ୍ତି । ଏହି ସଫଳତା ଦ୍ୱାରା ଭାରତ ଆନନ୍ଦିତ । #Cheer4Bharat”
SR
(ରିଲିଜ ଆଡି: 2051238)
ପରିଦର୍ଶକ କାଉଣ୍ଟର : 90
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam