ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ୟାରିସ୍ ପାରାଲିମ୍ପିକ୍ସରେ ଆର୍‌୨ ମହିଳା ୧୦ ମିଟର ଏୟାର ରାଇଫଲ୍ ଏସ୍‌ଏଚ୍‌୧ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅବନୀ ଲେଖରାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 30 AUG 2024 4:37PM by PIB Bhubaneswar

ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ରେ ଆର୍‌୨ ମହିଳା ୧୦ ମିଟର ଏୟାର ରାଇଫଲ୍ ଏସ୍‌ଏଚ୍‌୧ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସୁଟର ଅବନୀ ଲେଖରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାମନ୍ତ୍ରୀ କହିଛନ୍ତି ଯେ, ଅବନୀ ଲେଖରା ମଧ୍ୟ ଇତିହାସ ସୃଷ୍ଟି କରିଛନ୍ତି, କାରଣ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଆଥଲେଟ୍ ଟିଏ ୩ଟି ପାରାଲିମ୍ପିକ୍ ପଦକ ଜିତିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ପାରାଲିମ୍ପିକ୍ସ ୨୦୨୪ରେ ଭାରତ ନିଜର ପଦକ ଖାତା ଖୋଲିଛି !

ଆର୍‌୨ ମହିଳା ୧୦ ମିଟର ଏୟାର ରାଇଫଲ୍ ଏସ୍‌ଏଚ୍‌୧ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ଜିତିବା ପାଇଁ ଅବନୀ ଲେଖରାଙ୍କୁ ଅଭିନନ୍ଦନ । ୩ଟି ପାରାଲିମ୍ପିକ୍ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ମହିଳା ଆଥ୍‌ଲେଟ ହୋଇଥିବାରୁ, ସେ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର ଉତ୍ସର୍ଗ ତଥା ଉଦ୍ୟମ ଭାରତକୁ ଗର୍ବିତ କରିଛି ।

#Cheer4Bharat”

 

SR


(ରିଲିଜ ଆଡି: 2050365) ପରିଦର୍ଶକ କାଉଣ୍ଟର : 94