ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କିଭରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

Posted On: 23 AUG 2024 3:24PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କିଭ୍‍ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

 

ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଜ ଗଠନରେ ମହାତ୍ମା ଗାନ୍ଧୀଙ୍କ ଶାନ୍ତିବାର୍ତ୍ତାର କାଳଜୟୀ ପ୍ରାସଙ୍ଗିକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ତାଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ବର୍ତ୍ତମାନର ବୈଶ୍ୱିକ ଆହ୍ୱାନର ସମାଧାନ ପ୍ରଦାନ କରିଛି ।

 

କିଭ୍‍ ସ୍ଥିତ 'ଓଏସିସ୍ ଅଫ୍ ପିସ୍' ପାର୍କରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ମାନବ ଜାତି ପାଇଁ ଆଶା ଓ ଶାନ୍ତିର ଆଲୋକ ପାଲଟିଛି।

 

HS/Swadhin



(Release ID: 2048286) Visitor Counter : 38