ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ୱାର୍ସର ଡୋବ୍ରି ମହାରାଜା ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

Posted On: 21 AUG 2024 11:57PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଷ୍ପମାଲ୍ୟ ଅର୍ପଣ କରି ୱାର୍ସର ଡୋବ୍ରି ମହାରାଜା ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ୱାର୍ସର ଗୁଡ୍ ମହାରାଜା ସ୍କୋୟାର୍‌ରେ ଅବସ୍ଥିତ ଏହି ସ୍ମାରକଟି, ନୱାନଗର ଦିଗ୍‌ବିଜୟସିଂଜୀ ରଣ୍‌ଜିତ୍‌ସିଂଜୀ ଜାଡେଜାଙ୍କ ଜାମସାହେବ ଗୁଜରାଟର ଆଧୁନିକ ଜାମନଗର)ଙ୍କ ପ୍ରତି ପୋଲାଣ୍ଡର ଲୋକ ତଥା ସରକାରଙ୍କର ଗଭୀର ସମ୍ମାନ ଓ କୃତଜ୍ଞତାର ପ୍ରତୀକ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ, ଜାମସାହେବ ଏକ ହଜାରରୁ ଅଧିକ ପୋଲାଣ୍ଡ ପିଲାଙ୍କୁ ଆଶ୍ରୟ ଦେଇଥିଲେ ଏବଂ ଆଜି ତାଙ୍କୁ ପୋଲାଣ୍ଡର ଡୋବ୍ରି (ଭଲ) ମହାରାଜା ଭାବରେ ସ୍ମରଣ କରାଯାଉଛି । ତାଙ୍କର ଉଦାରତାର ଗଭୀର ପ୍ରଭାବ ପୋଲାଣ୍ଡର ଲୋକମାନଙ୍କ ମଧ୍ୟରେ ରହିଛି । ଏହି ସ୍ମାରକରେ ପ୍ରଧାନମନ୍ତ୍ରୀ ଜାମସାହେବଙ୍କ ଦ୍ୱାରା ଆଶ୍ରୟ ପାଇଥିବା ପୋଲାଣ୍ଡ ଲୋକମାନଙ୍କ ବଂଶଧରଙ୍କୁ ଭେଟିଥିଲେ ।

ଏହି ସ୍ମାରକକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଭାରତ ଓ ପୋଲାଣ୍ଡ ମଧ୍ୟରେ ଏକ ସ୍ୱତନ୍ତ୍ର ଐତିହାସିକ ସମ୍ପର୍କକୁ ଆଲୋକିତ କରିଛି, ଯାହାକୁ ଉଭୟ ଦେଶର ଲୋକମାନେ ସମ୍ମାନ ଦେଇ ଆସୁଛନ୍ତି ।

 

SR      



(Release ID: 2047511) Visitor Counter : 17