ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିବାଚିତ ହୋଇଥିବାରୁ ପାଏଟୋଙ୍ଗଟାର୍ନ ଜିନାୱାତ୍ରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
18 AUG 2024 11:53AM by PIB Bhubaneshwar
ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ପାଏଟୋଙ୍ଗଟାର୍ନ ଜିନାୱାତ୍ରାଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଥାଇଲାଣ୍ଡ ଓ ଭାରତର ଜନସାଧାରଣଙ୍କ ମଧ୍ୟରେ ଥିବା ସଭ୍ୟତାଗତ, ସାସ୍କୃତିକ ଏବଂ ଭାବଗତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ କରିବା ଦିଗରେ କାମ କରିବାକୁ ଶ୍ରୀ ମୋଦୀ ଆଶା ପ୍ରକାଶ କରିଛନ୍ତି ।
ଶ୍ରୀ ମୋଦୀ ଏକ୍ସ ର ଏକ ପୋଷ୍ଟରେ ଲେଖିଛନ୍ତି:
“ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ଅଭିନନ୍ଦନ @ingshin । ପ୍ରତ୍ୟେକ ସଫଳତାର ସମୟ ପାଇଁ ଶୁଭେଚ୍ଛା । ଭାରତ ଓ ଥାଇଲାଣ୍ଡ ଜନସାଧାରଣଙ୍କ ମଧ୍ୟରେ ଥିବା ସଭ୍ୟତାଗତ, ସାସ୍କୃତିକ ଏବଂ ଭାବଗତ ତଥା ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ କରିବା ଦିଗରେ ମିଳିମିଶି କାମ କରିବା ପାଇଁ ଆଶା କରୁଛି ।”
SR
(ରିଲିଜ ଆଡି: 2046496)
ପରିଦର୍ଶକ କାଉଣ୍ଟର : 81
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Hindi_MP
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam