ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ନଟବର ସିଂହଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ
ପୋଷ୍ଟ କରାଯିବା ଦିନାଙ୍କ:
11 AUG 2024 8:17AM by PIB Bhubaneswar
ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ନଟବର ସିଂହଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଖ ପ୍ରକାଶ କରିଛନ୍ତି ।
ବିଶ୍ୱ କୂଟନୀତି ଓ ବିଦେଶ ନୀତିକୁ ତାଙ୍କର ଥିବା ଅନେକ ଅବଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି । ଏଥିସହ ଶ୍ରୀ ସିଂହ ତାଙ୍କ ବୁଦ୍ଧି ଓ ଉତ୍ତମ ଲେଖା ପାଇଁ ମଧ୍ୟ ପରିଚିତ ଥିଲେ ।
ଶ୍ରୀ ମୋଦୀ ଏକ୍ସ ର ଏକ ପୋଷ୍ଟରେ ଲେଖିଛନ୍ତି:
“ଶ୍ରୀ ନଟବର ସିଂହ ଜୀଙ୍କ ପରଲୋକରେ ଗଭୀର ଦୁଃଖିତ । ବିଶ୍ୱ କୂଟନୀତି ଓ ବିଦେଶ ନୀତିକୁ ତାଙ୍କର ଅନେକ ଅବଦାନ ଥିଲା । ସେ ତାଙ୍କର ବୁଦ୍ଧି ଓ ଉତ୍ତମ ଲେଖା ପାଇଁ ମଧ୍ୟ ପରିଚିତ । ଏଭଳି ଦୁଃଖର ସମୟରେ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ମୋର ସମବେଦନା । ଓମ୍ ଶାନ୍ତି ।”
SR
(ରିଲିଜ ଆଡି: 2044290)
ପରିଦର୍ଶକ କାଉଣ୍ଟର : 77
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Hindi_MP
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam