ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ପୁରୁଷ ୫୦ ମିଟର ରାଇଫଲ-୩ ପୋଜିସନ୍ସରେ ସ୍ୱପ୍ନିଲ କୁସାଲେଙ୍କୁ ବ୍ରୋଞ୍ଜ ପଦକ ମିଳିଥିବାରୁ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Posted On: 01 AUG 2024 2:38PM by PIB Bhubaneshwar

ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ପୁରୁଷ ୫୦ ମିଟର ରାଇଫଲ-୩ ପୋଜିସନ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ସ୍ୱପ୍ନିଲ କୁସାଲେଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;

“ସ୍ୱପ୍ନିଲ କୁସାଲେଙ୍କ ଦ୍ୱାରା ଅନନ୍ୟ ପ୍ରଦର୍ଶନ!! ପ୍ୟାରିସ ଅଲିମ୍ପିକ୍ସ-୨୦୨୪ର ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନ୍ସରେ ବ୍ରୋଞ୍ଜ ପଦକ ହାସଲ ପାଇଁ ଅଶେଷ ଶୁଭେଚ୍ଛା । 

ତାଙ୍କ ପ୍ରଦର୍ଶନ ସ୍ୱତନ୍ତ୍ର, କାରଣ ସେ ଅତୀବ ଧୈର୍ଯ୍ୟ ଓ ଦକ୍ଷତାର ପ୍ରଦର୍ଶନ କରିଛନ୍ତି । ଏହି ବର୍ଗରେ ପଦକ ଜିତିବାରେ ମଧ୍ୟ ସେ ପ୍ରଥମ ଭାରତୀୟ । ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି ।”

SR



(Release ID: 2040524) Visitor Counter : 22