ଅର୍ଥ ମନ୍ତ୍ରଣାଳୟ
ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ ଅଧୀନରେ ଚତୁର୍ଥ ଯୋଜନା ଭାବେ ଦକ୍ଷତା ପାଇଁ ନୂଆ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଘୋଷଣା
୫ ବର୍ଷ ରେ କୁଶଳୀ ହେବେ୨୦ ଲକ୍ଷ ଯୁବକଯୁବତୀ
୧୦୦୦ ଶିଳ୍ପ ତାଲିମ କେନ୍ଦ୍ରର ଉନ୍ନତିକରଣ କରାଯିବ
୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ପାଇଁ ସଂଶୋଧିତ ହେବ ମଡେଲ ସ୍କିଲ୍ ଲୋନ୍ ସ୍କିମ୍; ପ୍ରତିବର୍ଷ ୨୫,୦୦୦ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ ବୋଲି ଆଶା
ପୋଷ୍ଟ କରାଯିବା ଦିନାଙ୍କ:
23 JUL 2024 1:06PM by PIB Bhubaneswar
କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ୍ ଅଧୀନରେ ରାଜ୍ୟ ସରକାର ଏବଂ ଶିଳ୍ପ ସଂସ୍ଥାର ସହଯୋଗରେ ଦକ୍ଷତା ପାଇଁ ୪ର୍ଥ ଯୋଜନା ଭାବେ ଏକ ନୂତନ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଘୋଷଣା କରିଛନ୍ତି । ଆଜି ସଂସଦରେ ୨୦୨୪-୨୫ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ୫ ବର୍ଷ ମଧ୍ୟରେ ୨୦ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷ କରାଯିବ ଏବଂ ୧୦୦୦ ଶିଳ୍ପ ତାଲିମ କେନ୍ଦ୍ରର ଉନ୍ନତି କରଣ କରାଯିବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ପାଠ୍ୟକ୍ରମର ବିଷୟବସ୍ତୁ ଏବଂ ଡିଜାଇନକୁ ଶିଳ୍ପର ଦକ୍ଷତା ଆବଶ୍ୟକତା ସହିତ ସଂଯୁକ୍ତ କରାଯିବ ଏବଂ ଉଦୀୟମାନ ଆବଶ୍ୟକତା ପାଇଁ ନୂତନ ପାଠ୍ୟକ୍ରମ ଆରମ୍ଭ କରାଯିବ ।
ଦକ୍ଷତା ଋଣ ସମ୍ପର୍କରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଆଦର୍ଶ ଦକ୍ଷତା ଋଣ ଯୋଜନାରେ ସଂଶୋଧନ କରାଯାଇ ସରକାରୀ ପ୍ରୋତ୍ସାହିତ ପାଣ୍ଠିରୁ ଗ୍ୟାରେଣ୍ଟି ସହିତ ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ଏହି ପଦକ୍ଷେପ ଦ୍ୱାରା ପ୍ରତିବର୍ଷ ୨୫,୦୦୦ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି।
HS
(ରିଲିଜ ଆଡି: 2036095)
ପରିଦର୍ଶକ କାଉଣ୍ଟର : 115
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Hindi_MP
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam