ଅର୍ଥ ମନ୍ତ୍ରଣାଳୟ

୨୦୨୪-୨୦୨୫ କେନ୍ଦ୍ର ବଜେଟର ସାରାଂଶ


ଭାରତର ମୁଦ୍ରାସ୍ଫୀତି ସ୍ଥିର ରହିଛି ଏବଂ ୪ ପ୍ରତିଶତ ଲକ୍ଷ୍ୟ ଆଡ଼କୁ ଗତି କରୁଛି

୫ ବର୍ଷରେ ୪.୧ କୋଟି ଯୁବକଯୁବତୀଙ୍କୁ ରୋଜଗାର, ଦକ୍ଷତା ଏବଂ ଅନ୍ୟାନ୍ୟ ସୁଯୋଗ ଯୋଗାଇଦେବା ପାଇଁ ୫ଟି ଯୋଜନା ଓ ପଦକ୍ଷେପକୁ ନେଇ ୨ ଲକ୍ଷ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ପ୍ୟାକେଜ୍

'ବିକଶିତ ଭାରତ' ଅଭିଯାନ ପାଇଁ ବଜେଟରେ ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ପାଇଁ ୯ଟି ପ୍ରାଥମିକତା ଉପରେ ନିରନ୍ତର ପ୍ରୟାସ ରଖାଯାଇଛି

ବଜେଟ୍ ୨୦୨୪-୨୫ରେ ନିଯୁକ୍ତି, ଦକ୍ଷତା, ଏମ୍ଏସ୍ଏମ୍ଇ ଓ ମଧ୍ୟବିତ୍ତ ବର୍ଗ ଉପରେ ଗୁରୁତ୍ବ ଦିଆଯାଇଛି

ଚାଷୀଙ୍କୁ ୩୨ଟି କ୍ଷେତ୍ର ଓ ଉଦ୍ୟାନ କୃଷି ଫସଲର ନୂତନ ୧୦୯ଟି ଉଚ୍ଚ ଉତ୍ପାଦନକାରୀ ଏବଂ ଜଳବାୟୁ ସହନଶୀଳ ପ୍ରଜାତି ଚାଷ ପାଇଁ ପ୍ରଦାନ କରାଯିବ

ଆଗାମୀ ୨ ବର୍ଷ ମଧ୍ୟରେ ଦେଶର ୧ କୋଟି କୃଷକଙ୍କୁ ପ୍ରାକୃତିକ ଚାଷ ପାଇଁ ପ୍ରୋତ୍ସାହିତ କରାଯିବ

ଚଳିତ ବର୍ଷ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୧.୫୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ଘୋଷଣା କରାଯାଇଛି

୧୦୦୦ ଶିଳ୍ପ ପ୍ରଶିକ୍ଷଣ ଅନୁଷ୍ଠାନର ଉନ୍ନତିକରଣ କରାଯିବ

ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ଅନ୍ତର୍ଭୁକ୍ତ କରି ପୂର୍ବାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ କରିବେ

ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ବଜେଟରେ ମହିଳା ଓ ବାଳିକାମାନଙ୍କୁ ଉପକୃତ କରୁଥିବା ଯୋଜନା ପାଇଁ ୩ ଲକ୍ଷ କୋଟିରୁ ଅଧିକ ବ୍ୟୟବରାଦ କରାଯାଇଛି

ଚଳିତ ବର୍ଷ ଗ୍ରାମୀଣ ଭିତ୍ତିଭୂମି ସମେତ ଗ୍ରାମୀଣ ବିକାଶ ପାଇଁ ୨.୬୬ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି

ମୁଦ୍ରା ଋଣସୀମା ବର୍ତ୍ତମାନର ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ

୫ ବର୍ଷରେ ୧ କୋଟି ଯୁବକଯୁବତୀଙ୍କୁ ୫୦୦ ଶ୍ରେଷ୍ଠ କମ୍ପାନୀରେ ଇଣ୍ଟରନସିପ୍ ସୁଯୋଗ ଦେବା ପାଇଁ ସରକାର ଏକ ବ୍ୟାପକ ଯୋଜନା ଆରମ୍ଭ କରିବେ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ ଅଧୀନରେ ୧ କୋଟି ସହରାଞ୍ଚଳ ଗରିବ ଓ ମଧ୍ୟବିତ୍ତ ପରିବାରର ଆବାସ ଆବଶ୍ୟକତା ୧୦ ଲକ୍ଷ କୋଟି ଟଙ୍କା ବିନିଯୋଗରେ ପୂରଣ କରାଯିବ

୨୫,୦୦୦ ଗ୍ରାମୀଣ ବସତିକୁ ସବୁଦିନିଆ ଯୋଗାଯୋଗ ଯୋଗାଇଦେବା ପାଇଁ ପିଏମଜିଏସଓ୍ବାଇର ଚତୁର୍ଥ ପର୍ଯ୍ୟାୟ ଶୁଭାରମ୍ଭ କରାଯିବ

ଆସନ୍ତା ୧୦ ବର୍ଷରେ ୧୦ କୋଟି ଟଙ୍କାର ଭେଞ୍ଚର କ୍ୟାପିଟାଲ ଫଣ୍ଡ ସହ ମହାକାଶ ଅର୍ଥନୀତିକୁ ୫ ଗୁଣ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ

Posted On: 23 JUL 2024 1:21PM by PIB Bhubaneshwar

ଭାଗ

ବିଶ୍ୱ ଅର୍ଥନୀତି ନୀତିଗତ ଅନିଶ୍ଚିତତା କବଳରେ ରହିଥିଲେ ମଧ୍ୟ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏକ ଉଜ୍ଜ୍ୱଳ ବ୍ୟତିକ୍ରମ ହୋଇ ରହିଛି ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହା ଜାରି ରହିବ ଅର୍ଥ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି କହିଛନ୍ତି ଯେ ଭାରତର ମୁଦ୍ରାସ୍ଫୀତି ନିମ୍ନ, ସ୍ଥିର ଏବଂ ପ୍ରତିଶତ ମଧ୍ୟରେ ରହିବାର ଲକ୍ଷ୍ୟ ଆଡ଼କୁ ଗତି କରୁଛି ମୂଳ ମୁଦ୍ରାସ୍ଫୀତି (ଅଣଖାଦ୍ୟ, ଅଣ ଇନ୍ଧନ) ବର୍ତ୍ତମାନ . ପ୍ରତିଶତ ରହିଛି ଏବଂ କ୍ଷୟଯୋଗ୍ୟ ସାମଗ୍ରୀର ଯୋଗାଣ କୁ ପର୍ଯ୍ୟାପ୍ତ ପରିମାଣରେ ବଜାରରେ ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଉଛି

 

ଅନ୍ତରୀଣ ବଜେଟ୍

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଅନ୍ତରୀଣ ବଜେଟରେ ଉଲ୍ଲେଖ କରାଯାଇଥିବା ୪ଟି ପ୍ରମୁଖ ଜାତି ଯଥା 'ଗରିବ' (ଗରିବ), 'ମହିଳା' (ମହିଳା), 'ଯୁବ' (ଯୁବ) ଏବଂ 'ଅନ୍ନଦାତା' (କୃଷକ) ଉପରେ ଫୋକସ୍ କରାଯାଇଛି।

 

ବଜେଟ୍ ବିଷୟବସ୍ତୁ

ବଜେଟ୍ ବିଷୟବସ୍ତୁ ଉପରେ ଆଲୋକପାତ କରି ଶ୍ରୀମତୀ ସୀତାରମଣ କହିଛନ୍ତି ଯେ, ଚଳିତ ବଜେଟରେ ଆମେ ବିଶେଷ କରି ନିଯୁକ୍ତି, ଦକ୍ଷତା, ଏମଏସଏମଇ ଏବଂ ମଧ୍ୟବିତ୍ତ ବର୍ଗ ଉପରେ ଗୁରୁତ୍ୱ ଦେଉଛୁ ବର୍ଷ ମଧ୍ୟରେ . କୋଟି ଯୁବକଯୁବତୀଙ୍କୁ ନିଯୁକ୍ତି, ଦକ୍ଷତା ଏବଂ ଅନ୍ୟାନ୍ୟ ସୁଯୋଗ ଯୋଗାଇ ଦେବା ପାଇଁ ୫ଟି ଯୋଜନା ପଦକ୍ଷେପର ପ୍ୟାକେଜ୍ ଘୋଷଣା କରିବା ସହ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ବ୍ୟୟ ବରାଦ କରାଯାଇଛି ଚଳିତ ବର୍ଷ ଶିକ୍ଷା, ରୋଜଗାର ଦକ୍ଷତା ପାଇଁ .୪୮ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି

ବଜେଟ୍ ପ୍ରାଥମିକତା

 

ଅର୍ଥମନ୍ତ୍ରୀ କହିଛନ୍ତି ଯେ, 'ବିକଶିତ ଭାରତ' ପ୍ରୟାସ ପାଇଁ ବଜେଟରେ ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବା ପାଇଁ ନିମ୍ନଲିଖିତ ୯ଟି ପ୍ରାଥମିକତା ଉପରେ ନିରନ୍ତର ପ୍ରୟାସ କରିବାକୁ ଲକ୍ଷ୍ୟ ରଖାଯାଇଛି

 

  1. କୃଷିକ୍ଷେତ୍ରରେ ଉତ୍ପାଦକତା ଏବଂ ସ୍ଥିରତା
  2. ନିଯୁକ୍ତି ଏବଂ ଦକ୍ଷତା
  3. ଅନ୍ତର୍ଭୁକ୍ତ ମାନବ ସମ୍ବଳ ବିକାଶ ଏବଂ ସାମାଜିକ ନ୍ୟାୟ
  4. ଉତ୍ପାଦନ ଏବଂ ସେବା
  5. ନଗର ଉନ୍ନୟନ
  6. ଶକ୍ତି ନିରାପତ୍ତା
  7. ଭିତ୍ତିଭୂମି
  8. ଉଦ୍ଭାବନ, ଗବେଷଣା ଏବଂ ବିକାଶ ଏବଂ
  9. ପରବର୍ତ୍ତୀ ପିଢ଼ିର ସଂସ୍କାର

ପ୍ରାଥମିକତା : କୃଷିକ୍ଷେତ୍ରରେ ଉତ୍ପାଦକତା ଏବଂ ସ୍ଥିରତା

 

ଉତ୍ପାଦକତା ବୃଦ୍ଧି ଉପରେ ଧ୍ୟାନ ଦେବା ପାଇଁ ସରକାର କୃଷି ଗବେଷଣା ବ୍ୟବସ୍ଥାର ବ୍ୟାପକ ସମୀକ୍ଷା କରିବେ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ୩୨ଟି କ୍ଷେତ ଉଦ୍ୟାନ କୃଷି ଫସଲର ନୂତନ ୧୦୯ଟି ଉଚ୍ଚ ଉତ୍ପାଦନକାରୀ ଜଳବାୟୁ ସହନଶୀଳ ପ୍ରଜାତି ଚାଷ ପାଇଁ ଛଡ଼ାଯିବ

 

ଆସନ୍ତା ଦୁଇ ବର୍ଷ ମଧ୍ୟରେ ସାର୍ଟିଫିକେସନ୍ ବ୍ରାଣ୍ଡିଂ ସହାୟତାରେ ଦେଶର କୋଟି କୃଷକଙ୍କୁ ପ୍ରାକୃତିକ ଚାଷ ପାଇଁ ପଦକ୍ଷେପ ନିଆଯିବ

୧୦,୦୦୦ ଆବଶ୍ୟକତା ଭିତ୍ତିକ ବାୟୋ-ଇନପୁଟ୍ ରିସୋର୍ସ ସେଣ୍ଟର ପ୍ରତିଷ୍ଠା କରାଯିବ

ଡାଲି ତୈଳବୀଜରେ ଆତ୍ମନିର୍ଭରଶୀଳତା ହାସଲ ପାଇଁ ସରକାର ଉତ୍ପାଦନ, ସଂରକ୍ଷଣ ବିପଣନକୁ ସୁଦୃଢ଼ କରିବା ସହ ସୋରିଷ, ଚିନାବାଦାମ, ରାଶି, ସୋୟାବିନ୍ ସୂର୍ଯ୍ୟମୁଖୀ ଭଳି ତୈଳବୀଜ ପାଇଁ 'ଆତ୍ମନିର୍ଭରତା' ହାସଲ କରିବେ

ସରକାର ରାଜ୍ୟମାନଙ୍କ ସହ ଭାଗିଦାରୀରେ ବର୍ଷ ମଧ୍ୟରେ କୃଷକ ଏବଂ ସେମାନଙ୍କ ଜମିକୁ କଭରେଜ୍ କରିବା ପାଇଁ କୃଷିକ୍ଷେତ୍ରରେ ଡିଜିଟାଲ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚର (ଡିପିଆଇ) କାର୍ଯ୍ୟକାରୀ କରିବାରେ ସହାୟକ ହେବେ

ଶ୍ରୀମତୀ ସୀତାରମଣ ଚଳିତ ବର୍ଷ କୃଷି ଆନୁସଙ୍ଗିକ କ୍ଷେତ୍ର ପାଇଁ .୫୨ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ଘୋଷଣା କରିଛନ୍ତି

ପ୍ରାଥମିକତା ୨: ନିଯୁକ୍ତି ଏବଂ ଦକ୍ଷତା ବିକାଶ

 

ଅର୍ଥମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ୍ ର ଅଂଶ ସ୍ୱରୂପ ସରକାର “ରୋଜଗାର ଭିତ୍ତିକ ପ୍ରୋତ୍ସାହନ” ପାଇଁ ୩ଟି ଯୋଜନା କାର୍ଯ୍ୟକାରୀ କରିବେ। ଇପିଏଫଓରେ ନାମ ପଞ୍ଜୀକରଣ ଓ ପ୍ରଥମ ଥର ପାଇଁ କର୍ମଚାରୀଙ୍କୁ ସ୍ୱୀକୃତି ଦେବା ଏବଂ କର୍ମଚାରୀ ଓ ନିଯୁକ୍ତିଦାତାଙ୍କୁ ସହାୟତା ଉପରେ ଧ୍ୟାନ ଦିଆଯିବ ।

ଶିଳ୍ପ ସହଯୋଗରେ କର୍ମଜୀବୀ ମହିଳା ହଷ୍ଟେଲ ପ୍ରତିଷ୍ଠା ଓ କ୍ରେଚ୍ ପ୍ରତିଷ୍ଠା ମାଧ୍ୟମରେ କର୍ମକ୍ଷେତ୍ରରେ ମହିଳାଙ୍କ ଅଧିକ ଅଂଶଗ୍ରହଣକୁ ସରକାର ସୁଗମ କରିବେ।

ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରି ଅର୍ଥମନ୍ତ୍ରୀ ରାଜ୍ୟ ସରକାର ଓ ଶିଳ୍ପ ସଂସ୍ଥାର ସହଯୋଗରେ ଦକ୍ଷତା ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ୍ ଅଧୀନରେ ଚତୁର୍ଥ ଯୋଜନା ଭାବରେ ଏକ ନୂତନ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଘୋଷଣା କରିଥିଲେ । ୫ ବର୍ଷ ମଧ୍ୟରେ ୨୦ ଲକ୍ଷ ଯୁବକଙ୍କୁ ଦକ୍ଷ କରାଯିବ । ୧୦୦୦ ଶିଳ୍ପ ପ୍ରଶିକ୍ଷଣ ଅନୁଷ୍ଠାନକୁ ହବ୍ ରୂପରେ ଉନ୍ନତ କରାଯିବ ଏବଂ ଫଳାଫଳ ଅଭିମୁଖୀକରଣ ସହିତ ସ୍ପିକ୍ ବ୍ୟବସ୍ଥା କରାଯିବ।

 

ଅର୍ଥମନ୍ତ୍ରୀ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ମଡେଲ ସ୍କିଲ୍ ଲୋନ୍ ସ୍କିମ୍ ରେ ସଂଶୋଧନ କରାଯାଇ ଋଣ ପ୍ରଦାନ କରାଯିବ

ସରକାରୀ ପ୍ରୋତ୍ସାହିତ ପାଣ୍ଠିରୁ ୭.୫ ଲକ୍ଷ ଟଙ୍କାର ଗ୍ୟାରେଣ୍ଟି ମିଳିବ, ଯାହା ପ୍ରତିବର୍ଷ ୨୫,୦୦୦ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।

ସରକାରୀ ଯୋଜନା ଓ ନୀତି ଅନୁଯାୟୀ କୌଣସି ସୁବିଧା ପାଇବାକୁ ଯୋଗ୍ୟ ନଥିବା ଯୁବକଯୁବତୀଙ୍କୁ ସାହାଯ୍ୟ କରିବା ପାଇଁ ଘରୋଇ ଅନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏଥିପାଇଁ ପ୍ରତିବର୍ଷ ୧ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଋଣ ରାଶିର ୩ ପ୍ରତିଶତ ବାର୍ଷିକ ସୁଧ ରିହାତି ପାଇଁ ସିଧାସଳଖ ଇ-ଭାଉଚର ପ୍ରଦାନ କରାଯିବ।

ପ୍ରାଥମିକତା ୩: ସମାବେଶୀ ମାନବ ସମ୍ବଳ ବିକାଶ ଏବଂ ସାମାଜିକ ନ୍ୟାୟ

 

କାରିଗର, ଶିଳ୍ପୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଅନୁସୂଚିତ ଜାତି, ଜନଜାତି ଓ ମହିଳା ଉଦ୍ୟୋଗୀ ଏବଂ ପିଏମ ବିଶ୍ୱକର୍ମା, ପ୍ରଧାନମନ୍ତ୍ରୀ ସ୍ୱନିଧି, ଜାତୀୟ ଜୀବିକା ମିଶନ ଏବଂ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଭଳି ରାସ୍ତାକଡ଼ ବ୍ୟବସାୟୀଙ୍କ ଆର୍ଥିକ କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ଉଦ୍ଦିଷ୍ଟ ଯୋଜନାଗୁଡ଼ିକର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରାଯିବ ବୋଲି ଅର୍ଥମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

 

 

ପୂର୍ବୋଦୟ

 

ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ଅନ୍ତର୍ଭୁକ୍ତ କରି ଦେଶର ପୂର୍ବାଞ୍ଚଳର ସର୍ବାଙ୍ଗୀଣ ବିକାଶ ପାଇଁ ସରକାର ପୂର୍ବୋଦୟ ନାମକ ଏକ ଯୋଜନା ପ୍ରସ୍ତୁତ କରିବେ। ଏଥିରେ ମାନବ ସମ୍ବଳ ବିକାଶ, ଭିତ୍ତିଭୂମି ଏବଂ ଅର୍ଥନୈତିକ ସୁଯୋଗ ସୃଷ୍ଟି କରାଯାଇ ଏହି ଅଞ୍ଚଳକୁ ବିକ୍ଷିତ ଭାରତ ହାସଲ ପାଇଁ ଇଞ୍ଜିନ ରେ ପରିଣତ କରାଯିବ।

 

ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ

 

ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଆଦିବାସୀ ସମ୍ପ୍ରଦାୟର ସାମାଜିକ-ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସରକାର ୬୩,୦୦୦ ଗ୍ରାମକୁ ସମାବେଶୀ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଏବଂ ଆକାଂକ୍ଷୀ ଜିଲ୍ଲାର ଆଦିବାସୀ ପରିବାରମାନଙ୍କ ପାଇଁ କଲ୍ୟାଣମୂଳକ ଯୋଜନାର ସମ୍ପୂର୍ଣ୍ଣତା ପ୍ରସାର ଆଭିମୁଖ୍ୟ ଗ୍ରହଣ କରି ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଆରମ୍ଭ କରିବେ ଏବଂ ଏହାଦ୍ବାରା ୫ କୋଟି ଆଦିବାସୀ ଲୋକ ଉପକୃତ ହେବେ।

ବ୍ୟାଙ୍କ ସେବାର ସମ୍ପ୍ରସାରଣ ପାଇଁ ଉତ୍ତର ପୂର୍ବାଞ୍ଚଳରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ୧୦୦ରୁ ଅଧିକ ଶାଖା ଖୋଲାଯିବ।

ଚଳିତ ବର୍ଷ ଗ୍ରାମୀଣ ଭିତ୍ତିଭୂମି ସମେତ ଗ୍ରାମୀଣ ବିକାଶ ପାଇଁ ୨.୬୬ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ପ୍ରାଥମିକତା ୪: ଉତ୍ପାଦନ ଏବଂ ସେବା

 

ଏମଏସଏମଇର ପ୍ରୋତ୍ସାହନ ପାଇଁ ସହାୟତା

 

ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଏହି ବଜେଟରେ ଏମଏସଏମଇ ଓ ଉତ୍ପାଦନ, ବିଶେଷ କରି ଶ୍ରମ ଭିତ୍ତିକ ଉତ୍ପାଦନ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ପୃଥକ ଭାବେ ଗଠିତ ସେଲ୍ଫ ଫାଇନାନ୍ସିଂ ଗ୍ୟାରେଣ୍ଟି ପାଣ୍ଠି ପ୍ରତ୍ୟେକ ଆବେଦନକାରୀଙ୍କୁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଣ୍ଟି କଭର ପ୍ରଦାନ କରିବ ଏବଂ ଋଣ ପରିମାଣ ଅଧିକ ହୋଇପାରେ। ସେହିଭଳି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ବାହ୍ୟ ଆକଳନ ଉପରେ ନିର୍ଭର ନକରି ଋଣ ପାଇଁ ଏମଏସଏମଇଗୁଡ଼ିକର ଆକଳନ କରିବା ପାଇଁ ସେମାନଙ୍କର ଆଭ୍ୟନ୍ତରୀଣ କ୍ଷମତା ବୃଦ୍ଧି କରିବେ। ସେ ଏମଏସଏମଇଗୁଡ଼ିକର ଚାପ ସମୟରେ ବ୍ୟାଙ୍କ ଋଣ ଜାରି ରଖିବା ପାଇଁ ଏକ ନୂତନ ବ୍ୟବସ୍ଥା ମଧ୍ୟ ଘୋଷଣା କରିଥିଲେ ।

 

ମୁଦ୍ରା ଋଣ

 

'ତରୁଣ' ବର୍ଗରେ ଯେଉଁ ଉଦ୍ୟୋଗୀମାନେ ପୂର୍ବ ଋଣ ନେଇଛନ୍ତି ଏବଂ ସଫଳତାର ସହ ପରିଶୋଧ କରିଛନ୍ତି ସେମାନଙ୍କ ପାଇଁ ମୁଦ୍ରା ଋଣର ସୀମା ବର୍ତ୍ତମାନର ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ।

 

ଖାଦ୍ୟ ଇରେଡିଏସନ୍, ଗୁଣବତ୍ତା ଏବଂ ନିରାପତ୍ତା ପରୀକ୍ଷା ପାଇଁ ଏମଏସଏମଇ  ୟୁନିଟ୍

 

ଏମ୍ଏସ୍ଏମ୍ଇ କ୍ଷେତ୍ରରେ ୫୦ଟି ମଲ୍ଟି ପ୍ରଡକ୍ଟ ଫୁଡ୍ ଇରେଡିଏସନ୍ ୟୁନିଟ୍ ସ୍ଥାପନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏନଏବିଏଲ୍ ମାନ୍ୟତା ସହିତ ୧୦୦ଟି ଖାଦ୍ୟ ଗୁଣବତ୍ତା ଏବଂ ନିରାପତ୍ତା ପରୀକ୍ଷା ଲ୍ୟାବ୍ ପ୍ରତିଷ୍ଠା ପାଇଁ ମଧ୍ୟ ସୁବିଧା କରାଯିବ। ଏମ୍ଏସ୍ଏମ୍ଇ ଓ ପାରମ୍ପରିକ କାରିଗରମାନେ ଅନ୍ତର୍ଜାତୀୟ ବଜାରରେ ସେମାନଙ୍କ ଉତ୍ପାଦ ବିକ୍ରି କରିପାରିବେ, ସେଥିପାଇଁ  ସରକାରୀ ଘରୋଇ ଭାଗିଦାରୀ (ପିପିପି) ମାଧ୍ୟମରେ ଇ-କମର୍ସ ରପ୍ତାନି ହବ୍ ପ୍ରତିଷ୍ଠା କରାଯିବ।

 

ଶୀର୍ଷ କଂପାନିଗୁଡ଼ିକରେ ଇଣ୍ଟର୍ନସିପ୍

 

ଅର୍ଥମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ୍ ଅଧୀନରେ ପଞ୍ଚମ ଯୋଜନା ଭାବରେ ସରକାର ୫ ବର୍ଷ ମଧ୍ୟରେ ୧ କୋଟି ଯୁବକ ଯୁବତୀଙ୍କୁ ୫୦୦ ଶ୍ରେଷ୍ଠ କମ୍ପାନୀରେ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ କରିବା ପାଇଁ ଏକ ବ୍ୟାପକ ଯୋଜନା ଆରମ୍ଭ କରିବେ।

ପ୍ରାଥମିକତା ୫: ନଗର ଉନ୍ନୟନ

 

ସହରାଞ୍ଚଳ ଗୃହ ନିର୍ମାଣ

 

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ ଅଧୀନରେ ୧ କୋଟି ସହରାଞ୍ଚଳ ଗରିବ ଓ ମଧ୍ୟବିତ୍ତ ପରିବାରର ଆବାସ ଆବଶ୍ୟକତା ୧୦ ଲକ୍ଷ କୋଟି ଟଙ୍କା ପୁଞ୍ଜି ବିନିଯୋଗ ରେ ପୂରଣ କରାଯିବ। ଏଥିରେ ଆସନ୍ତା ୫ ବର୍ଷ ରେ ୨.୨ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଅନ୍ତର୍ଭୁକ୍ତ ହେବ ।

 

ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା

 

ରାଜ୍ୟ ସରକାର ଏବଂ ବହୁପାକ୍ଷିକ ଉନ୍ନୟନ ବ୍ୟାଙ୍କମାନଙ୍କ ସହ ଭାଗିଦାରୀରେ ସରକାର ବ୍ୟାଙ୍କ ଯୋଗ୍ୟ ପ୍ରକଳ୍ପ ମାଧ୍ୟମରେ ୧୦୦ଟି ବୃହତ ସହର ପାଇଁ ଜଳ ଯୋଗାଣ, ନର୍ଦ୍ଦମା ବିଶୋଧନ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଏବଂ ସେବାକୁ ପ୍ରୋତ୍ସାହିତ କରିବେ ।

 

ପିଏମ ସ୍ବନିଧି

 

ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଷ୍ଟ୍ରିଟ୍ ଭେଣ୍ଡର ବା ଉଠାଦୋକାନୀ ମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ସଫଳତାକୁ ଆଧାର କରି ସରକାର ପ୍ରତି ବର୍ଷ ଏକ ଯୋଜନା ର ପରିକଳ୍ପନା କରିଛନ୍ତି, ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ବଛାବଛା ସହରଗୁଡିକରେ ୧୦୦ ଟି ସାପ୍ତାହିକ 'ହାଟ' ବା ଷ୍ଟ୍ରିଟ୍ ଫୁଡ୍ ହବ୍ ର ବିକାଶ କରାଯିବ ।

ପ୍ରାଥମିକତା ୬: ଶକ୍ତି ନିରାପତ୍ତା

 

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଅନ୍ତରୀଣ ବଜେଟରେ ଘୋଷଣା ଅନୁଯାୟୀ, ୧ କୋଟି ପରିବାର ପ୍ରତି ମାସରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇପାରିବେ ସେଥିପାଇଁ ଛାତ ଉପରେ ସୌର ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ପିଏମ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଆରମ୍ଭ କରାଯାଇଛି । ୧.୨୮ କୋଟିରୁ ଅଧିକ ପଞ୍ଜୀକରଣ ଏବଂ ୧୪ ଲକ୍ଷ ଆବେଦନ ସହିତ ଏହି ଯୋଜନାକୁ ଉଲ୍ଲେଖନୀୟ ପ୍ରତିକ୍ରିୟା ମିଳିଛି।

 

ଆଣବିକ ଶକ୍ତି ବିକଶିତ ଭାରତ ପାଇଁ ଶକ୍ତି ମିଶ୍ରଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ ବୋଲି ଆଶା କରାଯାଉଛି ।

 

ପ୍ରାଥମିକତା ୭: ଭିତ୍ତିଭୂମି

 

ଭିତ୍ତିଭୂମି ନିର୍ମାଣ ଓ ଉନ୍ନତି କ୍ଷେତ୍ରରେ କେନ୍ଦ୍ର ସରକାର ବର୍ଷ ବର୍ଷ ଧରି କରିଥିବା ଉଲ୍ଲେଖନୀୟ ପୁଞ୍ଜିନିବେଶ ଅର୍ଥନୀତି ଉପରେ ଦୃଢ଼ ପ୍ରଭାବ ପକାଇଛି ବୋଲି ଅର୍ଥମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଆଗାମୀ ୫ ବର୍ଷ ମଧ୍ୟରେ ଭିତ୍ତିଭୂମି ପାଇଁ ସୁଦୃଢ଼ ବିତ୍ତୀୟ ସହାୟତା ବଜାୟ ରଖିବାକୁ ସରକାର ପ୍ରୟାସ କରିବେ, ଯେଉଁଥିରେ ଅନ୍ୟାନ୍ୟ ପ୍ରାଥମିକତା ଏବଂ ବିତ୍ତୀୟ ସୁଦୃଢ଼ୀକରଣର ଆବଶ୍ୟକତା ରହିଛି। ଚଳିତ ବର୍ଷ ପୁଞ୍ଜି ବ୍ୟୟ ପାଇଁ ୧୧,୧୧,୧୧୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଯାହା କି ଆମ ଜିଡିପିର ୩.୪ ପ୍ରତିଶତ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ)

 

ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଯୋଗ୍ୟ ବିବେଚିତ ହୋଇଥିବା ୨୫,୦୦୦ ଗ୍ରାମୀଣ ବସ୍ତିକୁ ସର୍ବକାଳୀନ ଯୋଗାଯୋଗ ଯୋଗାଇଦେବା ପାଇଁ ପିଏମଜିଏସୱାଇର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ କରାଯିବ ।

ବିହାରରେ ଜଳସେଚନ ଓ ବନ୍ୟା ପ୍ରଶମନ ପାଇଁ ତ୍ୱରିତ ଜଳସେଚନ ଲାଭ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଉତ୍ସ ମାଧ୍ୟମରେ ସରକାର ୧୧,୫୦୦ କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳ କରିଛନ୍ତି । ବିଭିନ୍ନ ପ୍ରକଳ୍ପ ଯଥା କୋସି-ମେଚି ଆନ୍ତଃରାଜ୍ୟ ସଂଯୋଗ ଏବଂ ବ୍ୟାରେଜ, ନଦୀ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଜଳସେଚନ ପ୍ରକଳ୍ପ ସମେତ ଅନ୍ୟାନ୍ୟ ୨୦ଟି ଚାଲୁଥିବା ଏବଂ ନୂତନ ଯୋଜନା ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ । ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ସିକ୍କିମରେ ବନ୍ୟା ପରିଚାଳନା, ଭୂସ୍ଖଳନ ଏବଂ ଆନୁସଙ୍ଗିକ ପ୍ରକଳ୍ପ ପାଇଁ ସରକାର ସହାୟତା ପ୍ରଦାନ କରିବେ।

ପ୍ରାଥମିକତା : ଉଦ୍ଭାବନ, ଗବେଷଣା ଏବଂ ବିକାଶ

ଅର୍ଥମନ୍ତ୍ରୀ କହିଥିଲେ ଯେ ସରକାର ମୌଳିକ ଗବେଷଣା ଓ ପ୍ରୋଟୋଟାଇପ୍ ବିକାଶ ପାଇଁ ଅନୁସନ୍ଧାନ ଜାତୀୟ ଗବେଷଣା ପାଣ୍ଠିକୁ କାର୍ଯ୍ୟକ୍ଷମ କରିବେ । ଅନ୍ତରୀଣ ବଜେଟରେ ଘୋଷଣା ଅନୁଯାୟୀ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ପୁଲ ସହିତ ବାଣିଜ୍ୟିକ ସ୍ତରରେ ଘରୋଇ କ୍ଷେତ୍ର ଦ୍ୱାରା ପରିଚାଳିତ ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବ୍ୟବସ୍ଥା ସ୍ଥାପନ କରିବେ ।

 

ମହାକାଶ ଅର୍ଥନୀତି

ଆଗାମୀ ୧୦ ବର୍ଷ ମଧ୍ୟରେ ମହାକାଶ ଅର୍ଥନୀତିକୁ ୫ ଗୁଣା ବୃଦ୍ଧି କରିବା ଉପରେ ଆମର ନିରନ୍ତର ଗୁରୁତ୍ୱ ସହିତ ୧୦୦୦ କୋଟି ଟଙ୍କାର ଭେଞ୍ଚର କ୍ୟାପିଟାଲ ଫଣ୍ଡ ପ୍ରତିଷ୍ଠା କରାଯିବ ।

ପ୍ରାଥମିକତା ୯: ପରବର୍ତ୍ତୀ ପିଢ଼ିର ସଂସ୍କାର

ଅର୍ଥନୈତିକ ନୀତି ଢାଞ୍ଚା

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଅର୍ଥନୈତିକ ବିକାଶ ଦିଗରେ ବ୍ୟାପକ ଆଭିମୁଖ୍ୟ ନିର୍ଦ୍ଧାରଣ କରିବା ସହ ନିଯୁକ୍ତି ସୁଯୋଗ କୁ ସୁଗମ କରିବା ଏବଂ ଉଚ୍ଚ ଅଭିବୃଦ୍ଧିକୁ ବଜାୟ ରଖିବା ପାଇଁ ପରବର୍ତ୍ତୀ ପିଢ଼ିର ସଂସ୍କାରର ପରିସର ନିର୍ଦ୍ଧାରଣ କରିବାକୁ ସରକାର ଏକ ଆର୍ଥିକ ନୀତିଗତ ଢାଞ୍ଚା ପ୍ରସ୍ତୁତ କରିବେ।

 

ଶ୍ରମ ସମ୍ବନ୍ଧୀୟ ସଂସ୍କାର

ରୋଜଗାର ଓ ଦକ୍ଷତା ସମେତ ଶ୍ରମିକମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦେବା ପାଇଁ ସରକାର ସୁବିଧା ଯୋଗାଇ ଦେବେ। ଅନ୍ୟ ପୋର୍ଟାଲ ସହିତ ଇ-ଶ୍ରମ ପୋର୍ଟାଲର ବ୍ୟାପକ ସମନ୍ୱୟ ଏଭଳି ୱାନ୍ ଷ୍ଟପ୍ ସମାଧାନକୁ ସହଜ କରିବ। ଶିଳ୍ପ ଏବଂ ବାଣିଜ୍ୟ ପାଇଁ ଅନୁପାଳନକୁ ସହଜ କରିବା ପାଇଁ ଶ୍ରମ ସୁବିଧା ଏବଂ ସମସ୍ତ ପୋର୍ଟାଲର ନବୀକରଣ କରାଯିବ ।

ଜଳବାୟୁ ଅନୁକୂଳନ ଓ ପ୍ରଶମନ ପାଇଁ ପୁଞ୍ଜିର ଉପଲବ୍ଧତା ବୃଦ୍ଧି ପାଇଁ ସରକାର ଜଳବାୟୁ ଅର୍ଥ ପାଇଁ ଏକ ବର୍ଗୀକରଣ ବିକଶିତ କରିବେ ।

 

ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଓ ବିଦେଶୀ ପୁଞ୍ଜିନିବେଶ

 

ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଏବଂ ବିଦେଶୀ ପୁଞ୍ଜି ନିବେଶ ପାଇଁ ନିୟମାବଳୀକୁ ସରଳୀକରଣ କରାଯାଇ (୧) ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ସୁଗମ କରାଯିବ, (୨) ପ୍ରାଥମିକତା ପ୍ରଦାନ କରାଯିବ ଏବଂ (୩) ବିଦେଶୀ ପୁଞ୍ଜିନିବେଶ ପାଇଁ ମୁଦ୍ରା ଭାବରେ ଭାରତୀୟ ଟଙ୍କାକୁ ବ୍ୟବହାର କରିବାର ସୁଯୋଗକୁ ପ୍ରୋତ୍ସାହିତ କରାଯିବ ।

 

ଏନପିଏସ ବାତ୍ସଲ୍ୟ

ନାବାଳକଙ୍କ ପାଇଁ ଅଭିଭାବକ ଓ ଅଭିଭାବକଙ୍କ ଯୋଗଦାନ ପାଇଁ ଏନ୍ ପିଏସ୍-ବାତ୍ସଲ୍ୟ ଯୋଜନା ଆରମ୍ଭ ହେବ। ବୟସ ବଢ଼ିବା ପରେ ଏହି ଯୋଜନାକୁ ଏକ ସାଧାରଣ ଏନପିଏସ୍ ଆକାଉଣ୍ଟରେ ପରିଣତ କରାଯାଇପାରିବ।

 

ନୂଆ ପେନସନ ଯୋଜନା (ଏନପିଏସ)

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏନପିଏସର ସମୀକ୍ଷା ପାଇଁ ଗଠିତ କମିଟି ଏହାର କାର୍ଯ୍ୟରେ ଯଥେଷ୍ଟ ଅଗ୍ରଗତି କରିଛି । ଏ ଦିଗରେ ଏକ ସମାଧାନ ବିକଶିତ କରାଯିବ ଯାହା ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ବିତ୍ତୀୟ ବିଚକ୍ଷଣତା ବଜାୟ ରଖିବା ସହିତ ପ୍ରାସଙ୍ଗିକ ପ୍ରସଙ୍ଗଗୁଡ଼ିକର ସମାଧାନ କରିବ ।

୨୦୨୪-୨୫ ବଜେଟ୍ ଆକଳନ

ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୨୪-୨୫ ବର୍ଷ ପାଇଁ ଋଣ ବ୍ୟତୀତ ମୋଟ ଆୟ ଏବଂ ମୋଟ ଖର୍ଚ୍ଚ ଯଥାକ୍ରମେ ୩୨.୦୭ ଲକ୍ଷ କୋଟି ଟଙ୍କା ଏବଂ ୪୮.୨୧ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ନିଟ୍ ଟିକସ ଆଦାୟ ୨୫.୮୩ ଲକ୍ଷ କୋଟି ଟଙ୍କା ଏବଂ ବିତ୍ତୀୟ ନିଅଣ୍ଟ ଜିଡିପିର ୪.୯ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।

ସେ କହିଛନ୍ତି ଯେ ୨୦୨୪-୨୫ ରେ ଡେଟ୍ ସିକ୍ୟୁରିଟି ଜରିଆରେ ମୋଟ ଓ ନିଟ୍ ବଜାର ଋଣ ଯଥାକ୍ରମେ ୧୪.୦୧ ଲକ୍ଷ କୋଟି ଟଙ୍କା ଏବଂ ୧୧.୬୩ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

 

ଶ୍ରୀମତୀ ସୀତାରମଣ ଗୁରୁତ୍ୱାରୋପ କରି କହିଛନ୍ତି ଯେ ୨୦୨୧ରେ ତାଙ୍କ ଦ୍ୱାରା ଘୋଷଣା କରାଯାଇଥିବା ବିତ୍ତୀୟ ସୁଦୃଢ଼ୀକରଣ ମାର୍ଗ ଅର୍ଥନୀତିକୁ ବହୁତ ଭଲ ଭାବରେ ସାହାଯ୍ୟ କରିଛି ଏବଂ ସରକାର ଆସନ୍ତା ବର୍ଷ ବିତ୍ତୀୟ ନିଅଣ୍ଟକୁ ୪.୫ ପ୍ରତିଶତରୁ କମ୍ ରେ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

ଭାଗ ବି

ଦେଶର ୪ କୋଟି ବେତନଭୋଗୀ ବ୍ୟକ୍ତି ଓ ପେନସନଭୋଗୀଙ୍କୁ ପ୍ରତ୍ୟକ୍ଷ ଟିକସରେ ଆଶ୍ୱସ୍ତି ଦେବାକୁ ସରକାର ପ୍ରସ୍ତାବ ରଖିଛନ୍ତି । ଆସନ୍ତା ୬ ମାସ ମଧ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସର ବ୍ୟାପକ ସମୀକ୍ଷା କରିବା, ଏହାକୁ ସରଳ କରିବା, ଟିକସ ଆଦାୟ ଓ ଅନୁପାଳନ ବୋଝ ହ୍ରାସ କରିବା ଏବଂ ଟିକସ ପରିସରକୁ ବ୍ୟାପକ କରିବାକୁ କେନ୍ଦ୍ର ବଜେଟ ୨୦୨୪-୨୫ରେ ଲକ୍ଷ୍ୟ ରଖାଯାଇଛି। ବଜେଟରେ ଟିକସ ଭିତ୍ତିଭୂମିରେ ଉନ୍ନତି ଆଣିବା ଏବଂ ଘରୋଇ ଉତ୍ପାଦନକୁ ସମର୍ଥନ କରିବା ପାଇଁ ସୀମା ଶୁଳ୍କ ହାର ଢାଞ୍ଚାର ସମୀକ୍ଷା ସହିତ ଜିଏସଟି ଟିକସ ଢାଞ୍ଚାର ବ୍ୟାପକ ଯୁକ୍ତିସଂଗତ କରିବାକୁ ପ୍ରସ୍ତାବ ଦିଆଯାଇଛି । ଆୟକର ଆଇନର ଏକ ବ୍ୟାପକ ସମୀକ୍ଷା ଦ୍ବାରା ବିବାଦ ଓ ମାମଲାକୁ ହ୍ରାସ କରିବା ଏବଂ ଆଇନକୁ ସ୍ପଷ୍ଟ, ସଂକ୍ଷିପ୍ତ ଓ ପଢିବା ରେ ସହଜ କରିବା ଲକ୍ଷ୍ୟ ରଖାଯାଇଛି । ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ କର୍ପୋରେଟ୍ ଏବଂ ବ୍ୟକ୍ତିଗତ ଆୟକର ପାଇଁ ରିହାତି ଓ ଛାଡ଼ ବିନା ଟିକସ ବ୍ୟବସ୍ଥାକୁ ସରଳୀକରଣ କରିବା ଟିକସଦାତାଙ୍କ ଦ୍ୱାରା ପ୍ରଶଂସିତ ହୋଇଛି । କାରଣ ୨୦୨୨-୨୩ରେ କର୍ପୋରେଟ୍ ଟିକସର ୫୮ ପ୍ରତିଶତରୁ ଅଧିକ ସରଳୀକୃତ ଟିକସ ବ୍ୟବସ୍ଥାରୁ ଆସିଛି ଏବଂ ଦୁଇ ତୃତୀୟାଂଶରୁ ଅଧିକ ଟିକସଦାତା ନୂତନ ବ୍ୟକ୍ତିଗତ ଆୟକର ବ୍ୟବସ୍ଥାକୁ ଚୟନ କରିଛନ୍ତି ।

୨୦୨୪-୨୫ ବଜେଟରେ ବେତନଭୋଗୀ କର୍ମଚାରୀଙ୍କ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦,୦୦୦/- ଟଙ୍କାରୁ ୭୫,୦୦୦/- ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ପେନସନଭୋଗୀଙ୍କ ପାଇଁ ପାରିବାରିକ ପେନସନ ଉପରେ ଛାଡ଼ ୧୫,୦୦୦/- ଟଙ୍କାରୁ ୨୫,୦୦୦/- ଟଙ୍କାକୁ ବୃଦ୍ଧି କରାଯାଇଛି। ଯଦି ଆୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ଏବେ ମୂଲ୍ୟାୟନ ବର୍ଷ ଶେଷ ହେବାଠାରୁ ୫ ବର୍ଷ ପର୍ଯ୍ୟନ୍ତ ୩ ବର୍ଷ ପରେ ପୁନଃ ମୂଲ୍ୟାୟନ ଖୋଲାଯାଇପାରିବ। ବେତନଭୋଗୀ କର୍ମଚାରୀଙ୍କୁ ଆୟକର ବାବଦରେ ୧୭,୫୦୦ ଟଙ୍କା ପର୍ଯ୍ୟନ୍ତ ସୁବିଧା ଦେବା ପାଇଁ ନୂଆ ଟିକସ ବ୍ୟବସ୍ଥା ଢାଞ୍ଚାରେ ସଂଶୋଧନ କରାଯାଇଛି।

ଆୟ ସ୍ଲାବ୍

ଟିକସ ହାର

୦ - ୩ ଲକ୍ଷ ଟଙ୍କା

ଶୂନ୍ୟ

୩ - ୭ ଲକ୍ଷ ଟଙ୍କା

୫ ପ୍ରତିଶତ

୭ - ୧୦ ଲକ୍ଷ ଟଙ୍କା

୧୦ ପ୍ରତିଶତ

୧୦ - ୧୨ ଲକ୍ଷ ଟଙ୍କା

୧୫ ପ୍ରତିଶତ

୧୨ - ୧୫ ଲକ୍ଷ ଟଙ୍କା

୨୦ ପ୍ରତିଶତ

୧୫ ଲକ୍ଷ ଟଙ୍କାରୁ ଅଧିକ

୩୦ ପ୍ରତିଶତ

ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବା ଓ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ବଜେଟ୍ ଉଦ୍ୟୋଗୀ ଭାବନା ଓ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିଛି । ସବୁ ବର୍ଗର ନିବେଶକଙ୍କ ପାଇଁ ଆଞ୍ଜେଲ ଟିକସ ଉଚ୍ଛେଦ କରିଛି। ଏହାବ୍ୟତୀତ, କ୍ରୁଜ୍ ପର୍ଯ୍ୟଟନର ପ୍ରଚୁର ସମ୍ଭାବନାକୁ ଦୃଷ୍ଟିରେ ରଖି ଘରୋଇ କ୍ରୁଜ୍ ଚଳାଉଥିବା ବିଦେଶୀ ଜାହାଜ କଂପାନିଗୁଡ଼ିକ ପାଇଁ ଏକ ସରଳ ଟିକସ ବ୍ୟବସ୍ଥା ପ୍ରସ୍ତାବ ଦିଆଯାଇଛି। ଦେଶରେ ଚିକ୍କଣ ହୋଇନଥିବା ହୀରା ବିକ୍ରି କରୁଥିବା ବିଦେଶୀ ଖଣି କମ୍ପାନିମାନେ ଏବେ ସୁରକ୍ଷିତ ବନ୍ଦର ଦରରୁ ଲାଭବାନ ହୋଇପାରିବେ ଯାହା ହୀରା ଶିଳ୍ପକୁ ଫାଇଦା ଦେବ। ଏହାବ୍ୟତୀତ ବିଦେଶୀ ପୁଞ୍ଜି ଆକୃଷ୍ଟ କରିବା ପାଇଁ ବିଦେଶୀ କମ୍ପାନୀ ଉପରେ କର୍ପୋରେଟ୍ ଟିକସ ହାର ୪୦ରୁ ୩୫ ପ୍ରତିଶତକୁ ହ୍ରାସ କରାଯାଇଛି।

ବଜେଟ୍ ରେ ଦାତବ୍ୟ ସଂସ୍ଥା, ଟିଡିଏସ୍ ହାର ଢାଞ୍ଚା ଏବଂ ପୁଞ୍ଜି ଲାଭ ଟିକସ ପାଇଁ ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥାକୁ ଆହୁରି ସରଳ କରାଯାଇଛି। ଦାତବ୍ୟ ସଂସ୍ଥାଗୁଡ଼ିକ ପାଇଁ ଦୁଇଟି ଟିକସ ଛାଡ଼ ବ୍ୟବସ୍ଥାକୁ ଗୋଟିଏରେ ମିଶ୍ରଣ କରାଯିବ। ମ୍ୟୁଚୁଆଲ ଫଣ୍ଡ କିମ୍ବା ୟୁଟିଆଇ ଦ୍ୱାରା ୟୁନିଟ୍ ଗୁଡ଼ିକର ପୁନଃକ୍ରୟ ଉପରେ ୨ ପ୍ରତିଶତ ଟିଡିଏସ୍ ରେ ମିଶ୍ରଣ ହେବାକୁ ଥିବା ଅନେକ ଦେୟ ଉପରେ ୫ ପ୍ରତିଶତ ଟିଡିଏସ୍ ଏବଂ ୨୦ ପ୍ରତିଶତ ଟିଡିଏସ୍ ପ୍ରତ୍ୟାହାର କରାଯାଇଛି। ଇ-କମର୍ସ ଅପରେଟରଙ୍କ ଉପରେ ଟିଡିଏସ୍ ହାର ୧ ପ୍ରତିଶତରୁ ୦.୧ ପ୍ରତିଶତକୁ ହ୍ରାସ ପାଇଛି। ଏବେ ଦରମାରୁ କଟା ଯାଇଥିବା ଟିଡିଏସ୍ ଉପରେ ଟିସିଏସ୍ କ୍ରେଡିଟ୍ ଦିଆଯିବ। ବଜେଟରେ ଟିଡିଏସ୍ ବିବରଣୀ ଦାଖଲର ନିର୍ଦ୍ଧାରିତ ତାରିଖ ପର୍ଯ୍ୟନ୍ତ ଟିଡିଏସ୍ ଦେୟ ପ୍ରଦାନରେ ବିଳମ୍ବକୁ ଅପରାଧମୁକ୍ତ କରାଯାଇଛି। ଟିଡିଏସ୍ ଡିଫଲ୍ଟ ପାଇଁ ସରଳୀକୃତ ଏବଂ ଯୁକ୍ତିଯୁକ୍ତ କମ୍ପାଉଣ୍ଡିଂ ନିର୍ଦ୍ଦେଶାବଳୀ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ଖୁବ୍ ଶୀଘ୍ର ଲାଗୁ ହେବ।

ପୁଞ୍ଜି ଲାଭ କ୍ଷେତ୍ରରେ, ସ୍ୱଳ୍ପ କାଳୀନ ଲାଭ ପାଇଁ ନିର୍ଦ୍ଦିଷ୍ଟ ଆର୍ଥିକ ସମ୍ପତ୍ତି ଉପରେ ୨୦ ପ୍ରତିଶତ ହାର ଲାଗୁ ହେବ । ସମସ୍ତ ଆର୍ଥିକ ଏବଂ ଅଣ-ଆର୍ଥିକ ସମ୍ପତ୍ତି ଉପରେ ଦୀର୍ଘମିଆଦୀ ଲାଭ ୧୨.୫ ପ୍ରତିଶତ ହାରରେ ମିଳିବ। ନିମ୍ନ ଓ ମଧ୍ୟମ ଆୟବର୍ଗଙ୍କୁ ଉପକୃତ କରିବା ପାଇଁ ପୁଞ୍ଜି ଲାଭ ଛାଡ଼ ସୀମାକୁ ବାର୍ଷିକ ୧.୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏକ ବର୍ଷରୁ ଅଧିକ ସମୟ ଧରି ରଖାଯାଇଥିବା ତାଲିକାଭୁକ୍ତ ଆର୍ଥିକ ସମ୍ପତ୍ତି ଏବଂ ଦୁଇ ବର୍ଷରୁ ଅଧିକ ସମୟ ଧରି ରଖାଯାଇଥିବା ଅଣତାଲିକାଭୁକ୍ତ ସମ୍ପତ୍ତି (ଆର୍ଥିକ ଏବଂ ଅଣ-ଆର୍ଥିକ) କୁ ଦୀର୍ଘମିଆଦୀ ସମ୍ପତ୍ତି ଭାବରେ ଶ୍ରେଣୀଭୁକ୍ତ କରାଯିବ । ଅଣତାଲିକାଭୁକ୍ତ ବଣ୍ଡ୍ ଏବଂ ଡିବେଞ୍ଚର, ଡେଟ୍ ମ୍ୟୁଚୁଆଲ୍ ଫଣ୍ଡ୍ ଏବଂ ମାର୍କେଟ୍ ଲିଙ୍କ୍ ଡିବେଞ୍ଚରଗୁଡ଼ିକରେ ଲାଗୁ ହେଉଥିବା ପୁଞ୍ଜି ଲାଭ ଟିକସ ଲାଗିବ।

ଜିଏସଟି ସାଧାରଣ ଲୋକଙ୍କ ଉପରେ ଟିକସ ବୋଝ ହ୍ରାସ କରିଛି ବୋଲି ସ୍ୱୀକାର କରି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଜିଏସଟି ବାଣିଜ୍ୟ ଶିଳ୍ପ ପାଇଁ ଅନୁପାଳନ ବୋଝ ତଥା ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିଛି ବର୍ତ୍ତମାନ ସରକାର ଟିକସ ଢାଞ୍ଚାକୁ ଅଧିକ ସରଳ ଯୁକ୍ତିଯୁକ୍ତ କରି ଏହାକୁ ଅବଶିଷ୍ଟ କ୍ଷେତ୍ରକୁ ବିସ୍ତାର କରିବାକୁ ଯୋଜନା କରିଛନ୍ତି ଆଗାମୀ ଦୁଇ ବର୍ଷ ମଧ୍ୟରେ ସୀମା ଶୁଳ୍କ ଏବଂ ଆୟକରର ଅବଶିଷ୍ଟ ସେବାଗୁଡ଼ିକୁ ଅଧିକ ଡିଜିଟାଲ କରିବା ଏବଂ କାଗଜବିହୀନ କରିବା ପାଇଁ ବଜେଟରେ ପ୍ରସ୍ତାବ ଦିଆଯାଇଛି

ବାଣିଜ୍ୟର ସୁଗମତା ଏବଂ ବିବାଦ ହ୍ରାସ ପାଇଁ ସୀମା ଶୁଳ୍କକୁ ଯୁକ୍ତିଯୁକ୍ତ ଏବଂ ସୁବିଧାଜନକ କରିବା ପାଇଁ ସଂଶୋଧନ କରାଯାଇଛି କର୍କଟ ରୋଗୀଙ୍କୁ ଆଶ୍ୱସ୍ତି ଦେବା ପାଇଁ ବଜେଟରେ ଆଉ ତିନୋଟି କର୍କଟ ଚିକିତ୍ସା ଔଷଧ ଯଥା ଟ୍ରାସଟୁଜୁମାବ ଡେରୁକ୍ସଟେକନ, ଓସିମେର୍ଟିନିବ ଏବଂ ଡୁର୍ଭାଲୁମାବ ଉପରୁ ସୀମା ଶୁଳ୍କ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି ଏକ୍ସ-ରେ ମେସିନ୍ ଟ୍ୟୁବ୍ ଏବଂ ଫ୍ଲାଟ୍ ପ୍ୟାନେଲ୍ ଡିଟେକ୍ଟର୍ ଉପରେ ମୂଳ ସୀମା ଶୁଳ୍କ (ବିସିଡି) ହ୍ରାସ କରାଯିବ ମୋବାଇଲ୍ ଫୋନ୍, ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ ଆସେମ୍ବଲି (ପିସିବିଏ) ଏବଂ ମୋବାଇଲ୍ ଚାର୍ଜର୍ ରେ ବିସିଡି ୧୫ ପ୍ରତିଶତକୁ ହ୍ରାସ କରାଯାଇଛି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ପ୍ରକ୍ରିୟାକରଣ ଏବଂ ବିଶୋଧନକୁ ପ୍ରୋତ୍ସାହିତ କରିବା ପାଇଁ ବଜେଟରେ ଲିଥିୟମ ପରି ୨୫ଟି ବିରଳ ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି ଏବଂ ସେଥିମଧ୍ୟରୁ ଦୁଇଟି ଉପରେ ବିସିଡି ହ୍ରାସ କରାଯାଇଥିଲା ସୌର ପ୍ୟାନେଲ ନିର୍ମାଣ ପାଇଁ କ୍ୟାପିଟାଲ ସାମଗ୍ରୀକୁ ଛାଡ଼ କରିବାକୁ ବଜେଟରେ ପ୍ରସ୍ତାବ ରହିଛି ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନିକୁ ବଢ଼ାଇବା ପାଇଁ ବ୍ରୁଡଷ୍ଟକ୍, ପଲିଚେଟ୍ ଓ୍ବର୍ମ, ଚିଙ୍ଗୁଡ଼ି ଏବଂ ମାଛ ଖାଦ୍ୟ ଉପରେ ବିସିଡି ପ୍ରତିଶତକୁ ହ୍ରାସ କରାଯାଇଛି ବଜେଟ୍ ଭାରତୀୟ ଚମଡ଼ା ଏବଂ ରପ୍ତାନି ସାମଗ୍ରୀର ପ୍ରତିଦ୍ୱନ୍ଦ୍ୱିତାକୁ ପ୍ରୋତ୍ସାହିତ କରିବ ସ୍ପାଣ୍ଡେକ୍ସ ସୂତା ଉତ୍ପାଦନ ପାଇଁ ବ୍ୟବହୃତ ମେଥିଲିନ୍ ଡାଇଜେନିଲ୍ ଡାଇସୋସାଇନେଟ୍ (ଏମଡିଆଇ)ରେ ବିସିଡି . ପ୍ରତିଶତରୁ ପ୍ରତିଶତକୁ ହ୍ରାସ ପାଇଛି ସୁନା ରୂପା ଉପରେ ସୀମା ଶୁଳ୍କ ପ୍ରତିଶତ ଏବଂ ପ୍ଲାଟିନମ ଉପରେ . ପ୍ରତିଶତକୁ ହ୍ରାସ କରାଯାଇଛି ଫେରୋ ନିକେଲ ଏବଂ ବ୍ଲାଷ୍ଟର କପର ଉପରେ ବିସିଡି ହଟାଇ ଦିଆଯାଇଥିବା ବେଳେ ପାଇପଲାଇନରେ ଥିବା ଏବଂ ନୂତନ କ୍ଷମତାକୁ ସମର୍ଥନ କରିବା ପାଇଁ ଆମୋନିୟମ ନାଇଟ୍ରେଟ୍ ଉପରେ ବିସିଡି .୫ରୁ ୧୦ ପ୍ରତିଶତକୁ ବୃଦ୍ଧି ପାଇଛି ସେହିପରି ପରିବେଶ ପ୍ରତି ବିପଦକୁ ଦୃଷ୍ଟିରେ ରଖି ପିଭିସି ଫ୍ଲେକ୍ସ ବ୍ୟାନରରେ ବିସିଡି ୧୦ରୁ ୨୫ ପ୍ରତିଶତକୁ ବୃଦ୍ଧି ପାଇଛି ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ନିର୍ଦ୍ଦିଷ୍ଟ ଦୂରସଂଚାର ଉପକରଣର ପିସିବିଏ ଉପରେ ବିସିଡି ୧୦ରୁ ୧୫ ପ୍ରତିଶତକୁ ବୃଦ୍ଧି ପାଇଛି

ବିବାଦର ସମାଧାନ ଓ ସମାଧାନ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଆବେଦନରେ ବିଚାରାଧୀନ ଥିବା କେତେକ ଆୟକର ବିବାଦର ପୁନଃସମାଧାନ ପାଇଁ ବିବାଦ ସେ ବିଶ୍ୱାସ ଯୋଜନା, ୨୦୨୪ ପ୍ରସ୍ତାବ ଦେଇଥିଲେ। ହାଇକୋର୍ଟ, ସୁପ୍ରିମକୋର୍ଟ ଓ ଟ୍ରିବ୍ୟୁନାଲରେ ପ୍ରତ୍ୟକ୍ଷ ଟିକସ, ଅବକାରୀ ଓ ସେବା ଟିକସ ସଂକ୍ରାନ୍ତ ଆବେଦନ ପାଇଁ ଆର୍ଥିକ ସୀମା ଯଥାକ୍ରମେ ୬୦ ଲକ୍ଷ, ୨ କୋଟି ଓ ୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାବ୍ୟତୀତ ମାମଲା ହ୍ରାସ କରିବା ଏବଂ ଅନ୍ତର୍ଜାତୀୟ ଟିକସରେ ନିଶ୍ଚିତତା ପ୍ରଦାନ କରିବା, ସୁରକ୍ଷିତ ବନ୍ଦର ନିୟମର ପରିସରକୁ ସମ୍ପ୍ରସାରଣ କରିବା ଏବଂ ସ୍ଥାନାନ୍ତର ମୂଲ୍ୟ ଆକଳନ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଲାଗି ପ୍ରସ୍ତାବ ଦିଆଯାଇଛି ।

***** *****

P.S

 

 

 



(Release ID: 2036082) Visitor Counter : 22