ଅର୍ଥ ମନ୍ତ୍ରଣାଳୟ
ଜନଜାତି ସମ୍ପ୍ରଦାୟର ଉନ୍ନତ ସାମାଜିକ - ଅର୍ଥନୈତିକ ସ୍ଥିତି ପାଇଁ 'ପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନ' ସମ୍ପର୍କରେ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ
ଏହି ଯୋଜନା ଜନଜାତି ଅଧ୍ୟୁଷିତ ଗ୍ରାମ ଏବଂ ଆକାଂକ୍ଷୀ ଜିଲ୍ଲାର ଜନଜାତି ପରିବାରମାନଙ୍କୁ ସମ୍ପୂର୍ଣ୍ଣ ପରିସରଭୁକ୍ତ କରିବ
୫ କୋଟି ଆଦିବାସୀଙ୍କୁ ଉପକୃତ କରିବା ଲକ୍ଷ୍ୟରେ ୬୩ ହଜାର ଗ୍ରାମକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ
ପୋଷ୍ଟ କରାଯିବା ଦିନାଙ୍କ:
23 JUL 2024 12:48PM by PIB Bhubaneswar
କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪ - ୨୫ ଆର୍ôଥକ ବର୍ଷର ବଜେଟ୍ ଉପସ୍ଥାପନ କରି ସରକାର ପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନର ଶୁଭାରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି ।

ଏହି ଅଭିଯାନ ଜନଜାତି ସମ୍ପ୍ରଦାୟର ସାମାଜିକ - ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ବିସ୍ତୃତ ଭାବେ କହିଥିଲେ । ସାମଗ୍ରିକ ମାନବ ସମ୍ବଳ ବିକାଶ ଏବଂ ସାମାଜିକ ନ୍ୟାୟ ପାଇଁ ଏକ ସାମଗ୍ରିକ ସଂତୃପ୍ତ ଆଭିମୁଖ୍ୟ ଗ୍ରହଣ କରିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି ଉଲ୍ଲେଖ କରି ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଯୋଜନା ଜନଜାତି ଅଧ୍ୟୁଷିତ ଗ୍ରାମ ଏବଂ ଆକାଂକ୍ଷୀ ଜିଲ୍ଲା ଗୁଡ଼ିକର ଜନଜାତି ପରିବାରମାନଙ୍କୁ ସମ୍ପୂର୍ଣ୍ଣ ପରିସରଭୁକ୍ତ କରିବ ।
ପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନରେ ୬୩,୦୦୦ ଗ୍ରାମକୁ ଅନ୍ତର୍ଭୁକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି ଏବଂ ଏହା ଦ୍ୱାରା ଦେଶର ୫ କୋଟି ଜନଜାତି ଲୋକଙ୍କୁ ଉପକୃତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
***
SSP
(ରିଲିଜ ଆଡି: 2035935)
ପରିଦର୍ଶକ କାଉଣ୍ଟର : 134
ଏହି ରିଲିଜ ପଢନ୍ତୁ :
Assamese
,
Khasi
,
English
,
Urdu
,
Marathi
,
हिन्दी
,
Hindi_MP
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam