ଅର୍ଥ ମନ୍ତ୍ରଣାଳୟ

ବ୍ୟାପାର ସମ୍ପର୍କୀତ ସଂସ୍କାର କାର୍ଯ୍ୟ ଯୋଜନା ଏବଂ ଡିଜିଟାଲିକରଣ କାର୍ଯ୍ୟାନ୍ୱୟନ ନିମନ୍ତେ ରାଜ୍ୟମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ: ସାଧାରଣ ବଜେଟ ୨୦୨୪-୨୫


ଦେବାଳିଆ ଏବଂ ପରିଶୋଧ ଅକ୍ଷମତା ସଂହିତା ଅନ୍ତର୍ଗତ ପରିଣାମଗୁଡ଼ିକରେ ସୁଧାର ଆଣିବା ନିମନ୍ତେ ଏକୀକୃତ ପ୍ରାଦ୍ୟୋଗିକୀ ପ୍ଲାଟଫର୍ମ କରାଯିବ ଗଠନ

ଆଇବିସି ଦ୍ୱାରା ୧,୦୦୦ରୁ ଅଧିକ କମ୍ପାନୀଙ୍କ ମାମଲାଗୁଡ଼ିକର ସମାଧାନ କରାଯିବ, ଏହାର ପରିଣାମ ସ୍ୱରୂପ ଋଣଦାତାମାନଙ୍କଠାରୁ ୩.୩ ଲକ୍ଷ କୋଟିରୁ ଅଧିକ ପ୍ରତ୍ୟକ୍ଷ ଋଣ ଆଦାୟ: ନିର୍ମଳା ସୀତାରମଣ

ଏଲଏଲପିକୁ ସ୍ୱୈଚ୍ଛିକ ରୂପରୁ ବନ୍ଦ୍ କରିବା ଏବଂ ଏହାକୁ ବନ୍ଦ୍ କରିବାର ସମୟ ସୀମାକୁ ହ୍ରାସ କରିବା ସକାଶେ ସେଣ୍ଟର ଫର୍ ପ୍ରୋସେସିଂ ଏସିଲେରେଟେଡ୍ କର୍ପୋରେଟ୍ ପ୍ରସ୍ଥାନ ସେବାଗୁଡ଼ିକୁ କରାଯିବ ବିସ୍ତାରଣ

ଋଣ ଆଦାୟରେ କ୍ଷିପ୍ରତା ଆଣିବା ସକାଶେ ଋଣ ଆଦାୟ ଅଧିକରଣଗୁଡ଼ିକୁ ଏବଂ ଅତିରିକ୍ତ ଅଧିକରଣଗୁଡ଼ିକର କରାଯିବ ସୁଦୃଢ଼ୀକରଣ

Posted On: 23 JUL 2024 12:56PM by PIB Bhubaneshwar

‘ବିକଶିତ ଭାରତ’ର ପରିକଳ୍ପନାକୁ ଆଗକୁ ଆଗେଇ ନେବା ସକାଶେ ଏବଂ ସମସ୍ତଙ୍କ ପାଇଁ ସମୁଚିତ ଅବସରର ସୃଜନ କରିବା ଦିଗରେ ଏକ ବିସ୍ତୃତ କାର୍ଯ୍ୟ ଯୋଜନା ସହିତ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ‘କେନ୍ଦ୍ରୀୟ ବଜେଟ ୨୦୨୪-୨୫’ ଉପସ୍ଥାପନ କରି ବ୍ୟାପାର କାର୍ଯ୍ୟକୁ ସହଜ ଏବଂ ଦେବାଳିଆ ଓ ପରିଶୋଧ ଅକ୍ଷମତା ଇକୋ-ସିଷ୍ଟମକୁ ମଜଭୁ୍ତ କରିବା ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି । ସରକାର ଏଥିପ୍ରତି ବିଶେଷ ପ୍ରାଥମିକତା ପ୍ରଦାନ ଉପରେ ନିରନ୍ତର ଭାବେ ଧ୍ୟାନ ଦେବେ ଏବଂ ପ୍ରୟାସ ଜାରି ରଖିବେ ବୋଲି ଦୃଢ଼ତାର ସହିତ ମତ ପୋଷଣ କରିଛନ୍ତି ।

ବ୍ୟବସାୟ ବାଣିଜ୍ୟ ହେବ ସହଜସାଧ୍ୟ

ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ବ୍ୟବସାୟ  କାର୍ଯ୍ୟକୁ  ସହଜସାଧ୍ୟ କରିବା ଏବଂ ଏହାକୁ ପ୍ରୋତ୍ସାହନ ଯୋଗାଣ ନିମନ୍ତେ ଆମେ ଜନ ବିଶ୍ୱାସ ବିଧେୟକ୨.୦ ଉପରେ ପ୍ରଥମରୁ ହିଁ କାର୍ଯ୍ୟ କରିଆସୁଛୁ । ଶ୍ରୀମତୀ ସୀତାରମଣ ଏହି ବିଷୟ ଘୋଷଣା କରି କହିଛନ୍ତି ଯେ ଏହା ବ୍ୟତୀତ, ରାଜ୍ୟମାନଙ୍କୁ ନିଜର ବ୍ୟବସାୟ ସୁଧାର କାର୍ଯ୍ୟ ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ଡିଜିଟାଇଜେସନ ନିମନ୍ତେ ମଧ୍ୟ ପ୍ରୋତ୍ସାହିତି କରାଯିବ ।

 

ଆଇବିସି ଇକୋସିଷ୍ଟମକୁ କରାଯିବ ଅଧିକ ମଜଭୁଜ

ଅର୍ଥମନ୍ତ୍ରୀ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି ଦେବାଳିଆ ଏବଂ ପରିଶୋଧ ଅକ୍ଷମତା ସଂହିତା (ଆଇବିସି) ଅଧୀନର ପରିଣାମକୁ ଅଧିକ ଦକ୍ଷ କରିବା ସକାଶେ ନିରନ୍ତରତା, ପାରଦର୍ଶିତା, ସମାଯୋଜିତ ପ୍ରସଂସ୍କରଣ ତଥା ଉତ୍ତମ ପର୍ଯ୍ୟବେକ୍ଷଣ ଯୋଗୁ ସମସ୍ତ ହିତଧାରକମାନଙ୍କ ଲାଗି ଏକ ଏକୀକୃତ ପ୍ରାଦ୍ୟୋଗିକ ପ୍ଲାଟଫର୍ମ ପ୍ରସ୍ତୁତ କରାଯିବ । ଏହା ଫଳରେ ସମସ୍ତ ହିତଧାରକଙ୍କ ନିମନ୍ତେ ପାରଦର୍ଶିତା, ସମୟବଦ୍ଧ ପ୍ରସଂସ୍କରଣ ଏବଂ ଉତ୍ତମ ଦୃଷ୍ଟିକୋଣକୁ ମଧ୍ୟ ସୁନିଶ୍ଚିତ କରାଯାଇପାରିବ ।

ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଆଇବିସି ଏକ ହଜାରରୁ ଅଧିକ କମ୍ପାନୀ ମାମଲାର ସମାଧାନ କରିଛି । ଏହାର ପରିଣାମ ସ୍ୱରୂପ ଋଣଦାତାମାନଙ୍କଠାରୁ ୩.୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଅସୁଲ କରାଯାଇପାରିଛି । ଏହା ବ୍ୟତୀତ ୧୦ ଲକ୍ଷ କୋଟି ଟଙ୍କା ସହ ଜଡ଼ିତ ୨୮ ହଜାର ମାମଲାର ମଧ୍ୟ ସମାଧାନ କରାଯାଇସାରିଛି । ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ଯେ ଆଇବିସିରେ ଉପଯୁକ୍ତ ପରିବର୍ତ୍ତନ, ଟ୍ରାଇବୁନାଲ ଏବଂ ଅପିଲୀୟ ଟ୍ରାଇବୁନାଲରେ ସୁଧାର ଏବଂ ସୁଦୃଢ଼ୀକରଣ ଅଣାଗଲେ ଦେବାଳିଆ ସମାଧାନ ପ୍ରକ୍ରିୟାରେ କ୍ଷିପ୍ରତା ଅଣାଯାଇପାରିବ ଏବଂ ଏ ଦିଗରେ ସରକାର ଚିନ୍ତା କରି ଦେଖୁଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଅତିରିକ୍ତ ଟ୍ରାଇବୁନାଲ ସ୍ଥାପନ କରାଯିବା ଆବଶ୍ୟକ ଯଦ୍ୱାରା ଏହା ମାଧ୍ୟମରେ କିଛି କମ୍ପାନୀ ଅଧିନିୟମ ଅନ୍ତର୍ଗତ ବିଶେଷ ଭାବରେ ନିର୍ଦ୍ଧାରିତ ମାମଲାଗୁଡ଼ି ନିମନ୍ତେ ଅଧିସୂଚନା ଜାରି କରାଯାଇପାରିବ ।

 

ଏଲଏଲପିକୁ ସ୍ୱଚ୍ଛ ଭାବରେ ବନ୍ଦ୍ କରାଯିବ

ଏହାକୁ ବନ୍ଦ୍ କରିବାର ସମୟ ସୀମାକୁ କମ୍ କରି ଲିମିଟେଡ୍ ଲାଏବିଲିଟି ସହଭାଗୀତା (ଏଲଏଲପି)କୁ ସ୍ୱଚ୍ଛ ଭାବରେ ବନ୍ଦ୍ କରିବା ନିମନ୍ତେ କ୍ଲୋଜର ସେଣ୍ଟର ଫର୍ ପ୍ରେସେସିଂ ଏସିଲେରେଟେଡ୍ କର୍ପୋରେଟ୍ ପ୍ରସ୍ତାନ (ସି-ପେସ୍) ସେବାର ବିସ୍ତାରଣ କରାଯିବ ।

 

ଋଣ ଆଦାୟ ବ୍ୟବସ୍ଥାକୁ କରାଯିବ ମଜଭୁତ

ଋଣ ଅସୁଲି କାର୍ଯ୍ୟରେ କ୍ଷିପ୍ରତା ଆଣିବା ନିମନ୍ତେ ଋଣ ଅଧିକରଣଗୁ ଡ଼ିକରେ ସଂସ୍କାର ଅଣାଯିବା ସହିତ ଏହାକୁ ଅଧିକ ମଜଭୁତ କରାଯିବ । ଏହା ସହିତ ଅତିରିକ୍ତ ଅଧିକରଣମାନଙ୍କର ମଧ୍ୟ ସ୍ଥାପନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

SS/DD



(Release ID: 2035912) Visitor Counter : 3