ଅର୍ଥ ମନ୍ତ୍ରଣାଳୟ
azadi ka amrit mahotsav

ଭାରତୀୟ କୃଷିର ଆନୁଷଙ୍ଗିକ କ୍ଷେତ୍ର କୃଷି ଆୟରେ ଉନ୍ନତି ଆଣିବା ପାଇଁ ଆଶାଜନକ ଉତ୍ସ ଭାବେ ଉଭା ହୋଇଛି: ଅର୍ଥନୈତିକ ସର୍ଭେ


ପଶୁସମ୍ପଦ କ୍ଷେତ୍ରର ଅଭିବୃଦ୍ଧି ହାର ୭.୩୮ ପ୍ରତିଶତ ରହିଛି। ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ମତ୍ସ୍ୟ ଚାଷ କ୍ଷେତ୍ରରେ ୮.୯ ପ୍ରତିଶତ ଅଭିବୃଦ୍ଧି ଘଟିଛି

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଜିଭିଏ ୨୦୧୩-୧୪ରେ ୧.୩୦ ଲକ୍ଷ କୋଟି ଟଙ୍କାଥିବା ବେଳେ ୨୦୨୨-୨୩ରେ ଏହା ୧.୯୨ ଲକ୍ଷ କୋଟିକୁ ବୃଦ୍ଧି ପାଇଛି

Posted On: 22 JUL 2024 2:57PM by PIB Bhubaneshwar

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୩-୨୪ ଆର୍ଥିକ ସର୍ଭେ ଉପସ୍ଥାପନ କରିଛନ୍ତି। ଅର୍ଥନୈତିକ ସର୍ବେକ୍ଷଣରୁ ଜଣାପଡିଛି ଯେ ଭାରତୀୟ କୃଷିର ଆନୁଷଙ୍ଗିକ କ୍ଷେତ୍ରଗୁଡିକ କ୍ରମାଗତ ଭାବରେ ଦୃଢ଼ ଅଭିବୃଦ୍ଧି କେନ୍ଦ୍ର ଏବଂ କୃଷି ଆୟରେ ଉନ୍ନତି ଆଣିବା ପାଇଁ ଆଶାଜନକ ଉତ୍ସ ଭାବରେ ଉଭା ହେଉଛି । ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ପଶୁସମ୍ପଦ କ୍ଷେତ୍ର ଉତ୍ସାହଜନକ ଭାବେ ବାର୍ଷିକ ସାମଗ୍ରିକ ଅଭିବୃଦ୍ଧି ହାର (ସିଏଜିଆର)ରେ ୭.୩୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମୋଟ ଜିଭିଏ (ସ୍ଥିର ମୂଲ୍ୟରେ) ରେ ପଶୁସମ୍ପଦର ଅବଦାନ ୨୦୧୪-୧୫ରେ ୨୪.୩୨ ପ୍ରତିଶତ ଥିବାବେଳେ ୨୦୨୨-୨୩ରେ ଏହା ୩୦.୩୮ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୨୨-୨୩ରେ ପଶୁସମ୍ପଦ କ୍ଷେତ୍ର ମୋଟ ଜିଭିଏରେ ୪.୬୬ ପ୍ରତିଶତ ଯୋଗଦାନ ଦେଇଥିଲା, ଯାହା କ୍ଷୀର, ଅଣ୍ଡା ଏବଂ ମାଂସର ମୁଣ୍ଡପିଛା ଉପଲବ୍ଧତାକୁ ଯଥେଷ୍ଟ ବୃଦ୍ଧି କରିଥିଲା । ଭାରତୀୟ ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନକାରୀ ମତ୍ସ୍ୟଚାଷ କ୍ଷେତ୍ର କୃଷି ଜିଭିଏର ପ୍ରାୟ ୬.୭୨ ପ୍ରତିଶତ ଅଟେ ଏବଂ ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ (ସ୍ଥିର ମୂଲ୍ୟରେ) ୮.୯ ପ୍ରତିଶତ ସାମଗ୍ରିକ ବାର୍ଷିକ ହାରରେ ବୃଦ୍ଧି ପାଇଛି । ଏହି "ସୂର୍ଯ୍ୟୋଦୟ କ୍ଷେତ୍ର" ପ୍ରାୟ ୩୦ ନିୟୁତ ଲୋକ, ବିଶେଷକରି ଅବହେଳିତ ଏବଂ ଦୁର୍ବଳ ସମୁଦାୟକୁ ସହାୟତା କରିଥାଏ ।

 

ଅର୍ଥନୈତିକ ସର୍ବେକ୍ଷଣରେ କୁହାଯାଇଛି ଯେ ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି (ଏଏଚଆଇଡିଏଫ) ଦୁଗ୍ଧ ପ୍ରକ୍ରିୟାକରଣ, ମାଂସ ପ୍ରକ୍ରିୟାକରଣ, ପଶୁ ଖାଦ୍ୟ କାରଖାନା ଏବଂ ପ୍ରଜାତି ଉନ୍ନତି ପ୍ରଯୁକ୍ତି ଭଳି ପ୍ରମୁଖ କ୍ଷେତ୍ରରେ ବ୍ୟକ୍ତିଗତ ଉଦ୍ୟୋଗୀ, ଘରୋଇ କମ୍ପାନୀ, ଏଫପିଓ ଏବଂ କମ୍ପାନୀ ଧାରା ୮ ଏବଂ ଦୁଗ୍ଧ ସମବାୟ (ଏଏଚଆଇଡିଏଫରେ ଦୁଗ୍ଧ ପ୍ରକ୍ରିୟାକରଣ ଏବଂ ଭିତ୍ତିଭୂମି ବିକାଶ ପାଣ୍ଠି ମିଶ୍ରଣ ଦ୍ୱାରା ଅନ୍ତର୍ଭୁକ୍ତ) ରୁ ନିବେଶ ସୁବିଧା ପ୍ରଦାନ କରେ । ସରକାର ଋଣଧାରକଙ୍କୁ ୩ ପ୍ରତିଶତ ସୁଧ ଛାଡ ଏବଂ ମୋଟ ଋଣର ୨୫ ପ୍ରତିଶତ ପର୍ଯ୍ୟନ୍ତ କ୍ରେଡିଟ୍ ଗ୍ୟାରେଣ୍ଟି ପ୍ରଦାନ କରନ୍ତି । ମେ ୨୦୨୪ ସୁଦ୍ଧା ଋଣ ପ୍ରଦାନକାରୀ ବ୍ୟାଙ୍କ/ନାବାର୍ଡ/ଏନଡିଡିବି ଦ୍ୱାରା ୧୩.୮୬୧ କୋଟି ଟଙ୍କାର ୪୦୮ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି, ଯାହା ଦ୍ୱାରା ୪୦,୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ଏବଂ ୪୨ ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି ।

ଅର୍ଥନୈତିକ ସର୍ବେକ୍ଷଣ ରେ କୁହାଯାଇଛି ଯେ ୨୦୨୨-୨୩ରେ ଭାରତ ୧୭.୫୪ ନିୟୁତ ଟନ୍ ର ରେକର୍ଡ ମାଛ ଉତ୍ପାଦନ କରିଛି, ଯାହା ବିଶ୍ୱସ୍ତରରେ ତୃତୀୟ ସ୍ଥାନରେ ରହିଛି ଏବଂ ବିଶ୍ୱ ଉତ୍ପାଦନର ୮ ପ୍ରତିଶତ ଅଟେ । ଏହି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଯାଆଁଳ ଓ ମାଛ ଉତ୍ପାଦନ ଏବଂ ଅନ୍ୟାନ୍ୟ ସମ୍ପ୍ରସାରଣ ସେବାବୃଦ୍ଧି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ) ଆକାରରେ ଏକ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ଷେତ୍ରର ଭିତ୍ତିଭୂମି ଆବଶ୍ୟକତାକୁ ପୂରଣ କରିବା ପାଇଁ ମତ୍ସ୍ୟ ଓ ଅନ୍ୟାନ୍ୟ ଜଳଜୀବ ଭିତ୍ତିଭୂମି ବିକାଶ ପାଣ୍ଠି (ଏଫ୍ ଆଇଡିଏଫ୍) ୨୦୧୮-୧୯ରେ ୭.୫୨ ହଜାର କୋଟି ଟଙ୍କାର ପାଣ୍ଠି ଆକାରରେ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ରିହାତି ହାରରେ ୫.୫୯ ହଜାର କୋଟି ଟଙ୍କା ପାଇଁ ୧୨୧ଟି ପ୍ରସ୍ତାବ ସୁପାରିସ କରାଯାଇଛି।

 

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର:

ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ, ଭାରତ ଦୁଗ୍ଧର ସର୍ବବୃହତ ଉତ୍ପାଦକ ଏବଂ ଫଳ, ପନିପରିବା ଏବଂ ଚିନିଉତ୍ପାଦନର ଦ୍ବିତୀୟ ବୃହତ୍ତମ ଉତ୍ପାଦନକାରୀ ଦେଶ । ସଂଗଠିତ କ୍ଷେତ୍ରରେ ମୋଟ ନିଯୁକ୍ତିରେ ୧୨.୦୨ ପ୍ରତିଶତ ଅଂଶ ସହ ଭାରତରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସଂଗଠିତ ଉତ୍ପାଦନ କ୍ଷେତ୍ରରେ ଅନ୍ୟତମ ବୃହତ୍ତମ ନିଯୁକ୍ତିଦାତା । ୨୦୨୨-୨୩ ରେ ପ୍ରକ୍ରିୟାକୃତ ଖାଦ୍ୟ ରପ୍ତାନି ସମେତ କୃଷି-ଖାଦ୍ୟ ରପ୍ତାନିର ମୂଲ୍ୟ ୪୬.୪୪ ବିଲିୟନ ଡଲାର ଥିଲା, ଯାହା ଭାରତର ମୋଟ ରପ୍ତାନିର ପ୍ରାୟ ୧୧.୭ ପ୍ରତିଶତ ଅଟେ । ପ୍ରକ୍ରିୟାକୃତ ଖାଦ୍ୟ ରପ୍ତାନିର ଅଂଶ ମଧ୍ୟ ୨୦୧୭-୧୮ରେ ୧୪.୯ ପ୍ରତିଶତଥିବା ବେଳେ ୨୦୨୨-୨୩ରେ ଏହା ୨୩.୪ ପ୍ରତିଶତକୁ ବୃଦ୍ଧି ପାଇଛି।

 

ଅର୍ଥନୈତିକ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଜିଭିଏ ୨୦୧୩-୧୪ରେ ୧.୩୦ ଲକ୍ଷ କୋଟି ଟଙ୍କାଥିବା ବେଳେ ୨୦୨୨-୨୩ରେ ଏହା ୧.୯୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୧୧-୧୨ ମୂଲ୍ୟରେ ୨୦୨୨-୨୩ରେ ଉତ୍ପାଦନ କ୍ଷେତ୍ରରେ ଏହି କ୍ଷେତ୍ରର ଜିଭିଏ ୭.୬୬ ପ୍ରତିଶତରେ ପ୍ରତିଷ୍ଠା ହୋଇଥିଲା।

 

HS


(Release ID: 2035411) Visitor Counter : 53