ଅର୍ଥ ମନ୍ତ୍ରଣାଳୟ

ଉଦ୍ୟୋଗ କ୍ଷେତ୍ରରେ ୯.୫ ପ୍ରତିଶତ ଅଭିବୃଦ୍ଧି


ଉତ୍ପାଦନର ମୋଟ ମୂଲ୍ୟର ପ୍ରାୟ ୪୭.୫ ପ୍ରତିଶତ ଉତ୍ପାଦକ କାର୍ଯ୍ୟକଳାପ ବିନିବେଶ ଭାବରେ ବ୍ୟବହାର କରାଯାଉଛି

Posted On: 22 JUL 2024 2:54PM by PIB Bhubaneshwar

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ଉପସ୍ଥାପିତ କରିଥିବା ଅର୍ଥନୈତିକ ସର୍ବେକ୍ଷଣ ୨୦୨୩  -୨୪ରେ ଉଦ୍ୟୋଗ କ୍ଷେତ୍ରର ୯.୫ ପ୍ରତିଶତର ଦୃଢ଼ ଅଭିବୃଦ୍ଧି ଏକ ପ୍ରମୁଖ ଆକର୍ଷଣ ଥିଲା ।

ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ, ଗତ ଦଶନ୍ଧିରେ ହାରାହାରି ବାର୍ଷିକ ୫.୨ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରି ଭାରତୀୟ ଉଦ୍ୟୋଗ କ୍ଷେତ୍ରରେ ଉତ୍ପାଦନ ସବୁଠାରୁ ଆଗରେ ରହିଛି । ଆର୍ଥିକ ବର୍ଷ ୨୦୨୩ରେ ଏହି କ୍ଷେତ୍ରର ମୋଟ ମୂଲ୍ୟ ବୃଦ୍ଧି ୧୪.୩ ପ୍ରତିଶତ ଥିଲା ଏବଂ ସେହି ସମୟ ମଧ୍ୟରେ ଉତ୍ପାଦନର ଅଂଶ ୩୫.୨ ପ୍ରତିଶତ ଥିଲା, ଯାହା ଏହି କ୍ଷେତ୍ରରେ ଉଲ୍ଲେଖନୀୟ  ପଛୁଆ ଏବଂ ଆଗୁଆ ସଂଯୋଗ ରହିଛି ବୋଲି ଦର୍ଶାଉଛି ।  ଉତ୍ପାଦନ ପାଇଁ ଏଚଏସବିସି ଇଣ୍ଡିଆ ପର୍ଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ (ପିଏମ୍‌ଆଇ) ମଧ୍ୟ ଆର୍ଥିକ ବର୍ଷ ୨୪ ର ସମସ୍ତ ମାସରେ କ୍ରମାଗତ ଭାବରେ ୫୦ ର ସୀମା ଉପରେ ରହିଥିଲା, ଯାହା ହେଉଛି ଭାରତର ଉତ୍ପାଦନ କ୍ଷେତ୍ରରେ ନିରନ୍ତର ସମ୍ପ୍ରସାରଣ ଏବଂ ସ୍ଥିରତାର ପ୍ରମାଣ ।

ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ଦେଶରେ ଉତ୍ପାଦନର ମୋଟ ମୂଲ୍ୟର ପ୍ରାୟ  ୪୭.୫ ପ୍ରତିଶତ ଉତ୍ପାଦକ କାର୍ଯ୍ୟକଳାପ (ଆନ୍ତଃ- ଉଦ୍ୟୋଗ ବ୍ୟବହାର)ରେ ବିନିବେଶ ଭାବରେ ବ୍ୟବହୃତ ହୁଏ । ଉତ୍ପାଦନ କାର୍ଯ୍ୟକଳାପ ଆନ୍ତଃ – ଉଦ୍ୟୋଗ ବ୍ୟବହାରର ପ୍ରାୟ ୫୦ ପ୍ରତିଶତ ଅଟେ ଏବଂ ସମାନ ସମୟରେ, ଏହା ସମସ୍ତ ଉତ୍ପାଦନଶୀଳ କାର୍ଯ୍ୟକଳାପ (କୃଷି, ଶିଳ୍ପ ଏବଂ ସେବା) ରେ ବ୍ୟବହୃତ ସାମଗ୍ରୀର ପ୍ରାୟ ୫୦ ପ୍ରତିଶତ ଯୋଗାଣ କରିଥାଏ ।

ଭୌତିକ ଭିତ୍ତିଭୂମି, ଲଜିଷ୍ଟିକ୍ସ ଏବଂ ଅନୁପାଳନ ପ୍ରତିବନ୍ଧକ ଅତୀତରେ କ୍ଷମତା ସୃଷ୍ଟି ଏବଂ ସମ୍ପ୍ରସାରଣକୁ ମନ୍ଥର କରିଥିଲା । ଏହି ଅଧିକାଂଶ କଟକଣା ଏବେ ହଟିଯାଇଛି ବୋଲି ସର୍ଭେରେ ଉଲ୍ଲେଖ କରାଯାଇଛି । ଭୌତିକ ଭିତ୍ତିଭୂମି ଏବଂ ଯୋଗାଯୋଗ ଦ୍ରୁତ ଗତିରେ ଉନ୍ନତ ହେଉଛି ବୋଲି ସର୍ବେକ୍ଷଣରେ କୁହାଯାଇଛି । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ସାମଗ୍ରୀ ଓ ସେବା ଟିକସ ଅନେକ ଦ୍ରବ୍ୟ ପାଇଁ ଏକକ ବଜାର ସୃଷ୍ଟି କରିଛି, ଯାହା ଉତ୍ପାଦନକୁ ବ୍ୟାପକ ଭାବରେ ସକ୍ଷମ କରିଛି ।

ଦୀର୍ଘମିଆଦୀ ପୁଞ୍ଜି ନିବେଶରେ ଘରୋଇ କ୍ଷେତ୍ରର ଭୂମିକା ସହିତ ନିୟନ୍ତ୍ରଣର ଗୁରୁତ୍ୱ ଉପରେ ଏହି ସର୍ବେକ୍ଷଣରେ ଆଲୋକପାତ କରାଯାଇଛି । ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ଏବଂ ଭାରତୀୟ ଉତ୍ପାଦନ କ୍ଷେତ୍ରର ସମ୍ପ୍ରସାରଣ ଅର୍ଦ୍ଧକୁଶଳୀ ନିଯୁକ୍ତି ସୃଷ୍ଟି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ , ଯାହା ବିକାଶକୁ ଲୋକଙ୍କ ନିକଟତର କରିଥାଏ ।

*****

 

SSP



(Release ID: 2035360) Visitor Counter : 7