ଅର୍ଥ ମନ୍ତ୍ରଣାଳୟ

ସାମାଜିକ ସେବା କ୍ଷେତ୍ରରେ ବ୍ୟୟ ପରିମାଣ ୨୦୧୭ - ୧୮ରେ ଜିଡିପିର ୬.୭% ଥିବାବେଳେ ୨୦୨୩ - ୨୪ରେ ଏହା ଜିଡିପିର ୭.୮%କୁ ବୃଦ୍ଧି ପାଇଛି


୨୦୧୫ - ୧୬ ରୁ ୨୦୧୯ - ୨୧ ମଧ୍ୟରେ ଆନୁମାନିକ ୧୩.୫ କୋଟି ଭାରତୀୟ ବହୁମୁଖୀ ଦାରିଦ୍ର୍ୟରୁ ମୁକୁଳିଛନ୍ତି

Posted On: 22 JUL 2024 2:50PM by PIB Bhubaneshwar

ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଭାରତର ସାମାଜିକ ଏବଂ ସଂସ୍ଥାଗତ ପ୍ରଗତି କଲ୍ୟାଣର ସଶକ୍ତ ଆଭିମୁଖ୍ୟ ମାଧ୍ୟମରେ ହାସଲ ହୋଇଛି , କାରଣ ନୂତନ ଆଭିମୁଖ୍ୟ ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକର କାର୍ଯ୍ୟକାରିତା ଏବଂ ଖର୍ଚ୍ଚ ଫଳପ୍ରଦତାକୁ ପରିବର୍ତ୍ତନ କରିବା ଉପରେ ଗୁରୁତ୍ୱ ଦେଉଛି ।

ଅଟଳ ପେନସନ ଯୋଜନା (ଏପିୱାଇ) ଭଳି ଯୋଜନା ମାଧ୍ୟମରେ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଶେଷ ମାଇଲ ସେବା ଯୋଗାଣ ଏବଂ ସୁଲଭ ସାମାଜିକ ସୁରକ୍ଷା ଯୋଜନା ପାଇଁ ସଂସ୍କାର କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଜି ସଂସଦରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ଅର୍ଥନୈତିକ ସର୍ବେକ୍ଷଣ ୨୦୨୩ - ୨୪ରେ ଏହା ଉଲ୍ଲେଖ କରାଯାଇଛି ।

ବହୁମୁଖୀ ଦାରିଦ୍ର‌୍ୟ ହ୍ରାସ

ସାମାଜିକ ସେବା ଉପରେ ଖର୍ଚ୍ଚ ପରିମାଶ ୨୦୧୭ - ୧୮ରେ ଜିଡିପିର ୬.୭% ଥିବାବେଳେ ୨୦୨୩ -୨୪ରେ ଏହା ଜିଡିପିର ୭.୮%କୁ ବୃଦ୍ଧି ପାଇଛି । କାର୍ଯ୍ୟକ୍ରମର ଉନ୍ନତ କାର୍ଯ୍ୟକାରିତା ସହିତ ବର୍ଦ୍ଧିତ ଅର୍ଥନୈତିକ ଗୁରୁତ୍ୱ ଯୋଗୁଁ ବହୁମୁଖୀ ଦାରିଦ୍ର‌୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି ଏବଂ (ଜାତୀୟ) ବହୁମୁଖୀ ଦାରିଦ୍ର‌୍ୟ ସୂଚକାଙ୍କ (ଏମପିଆଇ) ୨୦୧୫ - ୧୬ରେ ୦.୧୧୭ ଥିବା ବେଳେ ୨୦୧୯ - ୨୧ରେ ଏହା ୦.୦୬୬ କୁ ହ୍ରାସ ପାଇଛି । ୨୦୧୫ - ୧୬ ରୁ ୨୦୧୯ - ୨୧ ମଧ୍ୟରେ ୧୩.୫ କୋଟି ଭାରତୀୟ ବହୁମୁଖୀ ଦାରିଦ୍ର‌୍ୟରୁ ମୁକ୍ତି ପାଇଛନ୍ତି ବୋଲି ଅର୍ଥନୈତିକ ସର୍ବେକ୍ଷଣ ୨୦୨୩  -୨୪ରେ କୁହାଯାଇଛି ।

ଏହି ଧାରା ଗ୍ରାମୀଣ ଭାରତରୁ ପ୍ରେରିତ, ଯେଉଁଥିରେ ବିହାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଓଡ଼ିଶା ଏବଂ ରାଜସ୍ଥାନ ଭଳି ରାଜ୍ୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସୁଧାର ଘଟିଛି । ୨୦୧୫ - ୧୬ରୁ ୨୦୧୯ -୨୧ ମଧ୍ୟରେ ଉତ୍ତରପ୍ରଦେଶରେ ଗରିବ ଲୋକଙ୍କ ସଂଖ୍ୟାରେ ସର୍ବାଧିକ ହ୍ରାସ ଘଟିଛି ଏବଂ ୩.୪୩ କୋଟି ଲୋକ ବହୁମୁଖୀ ଦାରିଦ୍ର‌୍ୟରୁ ମୁକ୍ତି ପାଇଛନ୍ତି ।

ଗ୍ରାମୀଣ - ସହରାଞ୍ଚଳ ବିଭାଜନରେ ଅସମାନତା ହ୍ରାସ ହୋଇଛି  ଓ ବିଭାଜନ କମିଛି

ଅର୍ଥନୈତିକ ସର୍ବେକ୍ଷଣରେ ଏହା ମଧ୍ୟ ଦର୍ଶାଯାଇଛି ଯେ ସାମାଜିକ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପର ପରିଣାମ ସ୍ୱରୂପ ଅସମାନତା ହ୍ରାସ ହୋଇଛି । ଗତ ଦଶନ୍ଧିରେ ଗ୍ରାମୀଣ କ୍ଷେତ୍ର ପାଇଁ ଗିନି ଗୁଣାଙ୍କ (ଗିନି କୋଏଫିସିଏଂଟ) ୦.୨୮୩ ରୁ ୦.୨୬୬ ହ୍ରାସ ପାଇଛି ଏବଂ ସହରାଞ୍ଚଳ କ୍ଷେତ୍ର ପାଇଁ ୦.୩୬୩ ରୁ ୦.୩୧୪ ହୋଇଯାଇଛି ।

ସେହିପରି ଗ୍ରାମୀଣ – ସହରାଞ୍ଚଳ ବିଭାଜନରେ ମଧ୍ୟ ବହୁତ ହ୍ରାସ ଦେଖାଦେଇଛି, କାରଣ ଗ୍ରାମୀଣ ଓ ସହରାଞ୍ଚଳ ମାସିକ ମୁଣ୍ଡପିଛା ବ୍ୟବହାର ବ୍ୟୟ (ଏମପିସିଇ) ମଧ୍ୟରେ ଥିବା ପାର୍ଥକ୍ୟ ୨୦୧୧ - ୧୨ରେ ୮୩.୯% ଥିବାବେଳେ ୨୦୨୨ - ୨୩ରେ ଏହା ୭୧.୨% କୁ ହ୍ରାସ ପାଇଛି ।

***

SSP



 

 



(Release ID: 2035262) Visitor Counter : 12