ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 20 JUL 2024 4:45PM by PIB Bhubaneshwar

ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତା କମଳା ପୂଜାରୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, କମଳା ପୂଜାରୀ କୃଷି କ୍ଷେତ୍ର ପାଇଁ ସ୍ମରଣୀୟ ଅବଦାନ ଦେଇଛନ୍ତି । ବିଶେଷ କରି ଜୈବିକ କୃଷି ପଦ୍ଧତିକୁ ବଢ଼ାଇବା ଏବଂ ସ୍ୱଦେଶୀ ବିହନ ସଂରକ୍ଷଣ ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି;

“ଶ୍ରୀମତୀ କମଳା ପୂଜାରୀଙ୍କ ପରଲୋକ ଖବର ଶୁଣି ମର୍ମାହତ। କୃଷି କ୍ଷେତ୍ର, ବିଶେଷ କରି ଜୈବିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଏବଂ ସ୍ୱଦେଶୀ ବିହନ ସଂରକ୍ଷଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଥିଲା। ଦୀର୍ଘସ୍ଥାୟୀ ବିକାଶ ଓ ଜୈବ ବିବିଧତାର ସୁରକ୍ଷା କ୍ଷେତ୍ରରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ । ଜନଜାତି ସମ୍ପ୍ରଦାୟର ସଶକ୍ତୀକରଣ କ୍ଷେତ୍ରରେ ସେ ଜଣେ ଆଲୋକବର୍ତ୍ତିକା ସଦୃଶ ଥିଲେ। ତାଙ୍କ ପରିବାର ଓ ଅନୁଗାମୀଙ୍କ ପ୍ରତି ସମବେଦନା ଜଣାଉଛି । ଓଁ ଶାନ୍ତି ।’’

*******

S.R.



(Release ID: 2034707) Visitor Counter : 27