ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଡ. ଆର ବାଲସୁବ୍ରମନିଅମଙ୍କ ପୁସ୍ତକ ‘ପାୱାର ୱିଦିନ: ଦ ଲିଡରସିପ ଲିଗାସି ଅଫ ନରେନ୍ଦ୍ର ମୋଦୀ’ର କପିରେ ଦସ୍ତଖତ କଲେ

Posted On: 17 JUL 2024 8:28PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡ. ଆର ବାଲସୁବ୍ରମନିଅମଙ୍କୁ ଭେଟିବା ସହିତ ତାଙ୍କ ଦ୍ୱାରା ରଚିତ ପୁସ୍ତକ ‘ପାୱାର ୱିଦିନ: ଦ ଲିଡରସିପ ଲିଗାସି ଅଫ ନରେନ୍ଦ୍ର ମୋଦୀ’ର ଏକ କପିରେ ଦସ୍ତଖତ କରିଛନ୍ତି । ପୁସ୍ତକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଯାତ୍ରା ବର୍ଣ୍ଣିତ ହେବା ସହ ପାଶ୍ଚାତ୍ୟ ଓ ଭାରତୀୟ ଦୃଷ୍ଟିକୋଣରୁ ଏହାର ସମୀକ୍ଷା କରାଯାଇଛି । ଏଥିସହ ଏହାର ମିଳନ କିପରି ଜଣଙ୍କ ପାଇଁ ଜନସେବାର ରୋଡମ୍ୟାପ୍ ତିଆରି କରୁଛି ତାହା ମଧ୍ୟ ଉଲ୍ଳେଖ ରହିଛି ।

ଡ. ଆର ବାଲସୁବ୍ରମନିଅମ ପକ୍ଷରୁ ଏକ୍ସରେ ହୋଇଥିବା ଏକ ପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି;

“ଡ. ଆର ବାଲସୁବ୍ରମନିଅମଙ୍କୁ ଭେଟିବା ଆଜି ଏକ ଆନନ୍ଦର କଥା । ତାଙ୍କ ପୁସ୍ତକର ଏକ କପିରେ ମଧ୍ୟ ଦସ୍ତଖତ କରିଛି । ଭବିଷ୍ୟତର ପ୍ରୟାସ ପାଇଁ ତାଙ୍କୁ ମୋର ବହୁତ ଶୁଭେଚ୍ଛା” ।

SR



(Release ID: 2033978) Visitor Counter : 18