ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମୁମ୍ବାଇଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣ

Posted On: 13 JUL 2024 8:28PM by PIB Bhubaneshwar

ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ରମେଶ ବ୍ୟାସଜୀ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଜୀ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମୋର ସାଥୀ ପୀୟୂଷ ଗୋୟଲଜୀ, ରାମଦାସ ଅଠାବଲେଜୀ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନଭୀସଜୀ, ଅଜିତ ଦାଦା ପାୱାରଜୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଙ୍ଗଳ ପ୍ରଭାତଜୀ, ଦୀପକ କେସରକାଜୀ, ଅନ୍ୟ ସମସ୍ତ ମହାନୁଭବ, ଦେବୀଗଣ ଓ ସଜ୍ଜନବୃନ୍ଦ,
ମହାରାଷ୍ଟ୍ରୀ ତିଳ ସର୍ବ ବନ୍ଧୁ –ଭଗିନୀନା ମାଝା ନମସ୍କାର!
ୋଜି ମୋତେ ମହାରାଷ୍ଟ୍ର ଏବଂ ମୁମ୍ବଇ ପାଇଁ ୩୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବାର ଅବସର ପ୍ରାପ୍ତ ହୋଇଛି । ଏହିସବୁ ପ୍ରକଳ୍ପଗୁଡ଼ିକରୁ ମୁମ୍ବଇ ଏବଂ ଏହାର ଆଖପାଖ କ୍ଷେତ୍ର ସହିତ ସଂଯୋଗୀକରଣ ଆହୁରି ଉତ୍ତମ ହୋଇପାରିବ । ଏଥି ମଧ୍ୟରେ ସକ୍ଷକ ଏବଂ ରେଳ ପରିଯୋଜନାଗୁଡ଼ିକ ବ୍ରତୀତ ମହାରାଷ୍ଟ୍ରର ଯବୁଗୋଷ୍ଠୀଙ୍କ କୌଶଳ ବିକାଶର ଅନେକ ବଡ଼ ବଡ଼ ଯୋଜନାମାନ ମଧ୍ୟ ସାମିଲ ରହିଛି । ଏହା ଫଳରେ ମହାରାଷ୍ଟ୍ରରେ ବିପୁଳ ପରିମାଣରେ ରୋଜଗାରର ମଧ୍ୟ ପ୍ରାବଧାନ ହୋଇପାରିବ । ଆପଣମାନେ ସମ୍ଭବତଃ ସମ୍ବାଦପତ୍ରମାନଙ୍କରେ ଅବଶ୍ୟ ଏକଥା ପଢ଼ିଥିବେ, ଟିଭି ପର୍ଦ୍ଦାରେ ମଧ୍ୟ ଦେଖିଥିବେ । ଦୁଇ- ତିନି ସପ୍ତାହ ପୂର୍ବରୁ ହିଁ କେନ୍ଦ୍ର ସରକାର ମହାରାଷ୍ଟ୍ର ନିମନ୍ତେ ବଧାବନ- ବନ୍ଦରକୁ ମଧ୍ୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ୭୬ ହଜାର କୋଟି ଟଙ୍କାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ଫଳରେ ୧୦ ଲକ୍ଷରୁ ଅଧିକ ରୋଜଗାର ସୁଯୋଗ ମିଳିପାରିବ ।
ସାଥୀଗଣ,
ବିଗତ ଏକ ବାସ ମଧ୍ୟରେ ମୁମ୍ବଇ, ଦେଶ- ବିଦେଶର ନିବେଶକମାନଙ୍କର ଉତ୍ସବର ସାକ୍ଷୀରେ ପରିଣତ ହୋଇଛି । ଛୋଟ ବଡ଼ ପ୍ରତ୍ୟେକ କିଷମର ନିବେଶକ ଆମର ସରକାରର ତୃତୀୟ ପାଳିକୁ ଉତ୍ସାହର ସହିତ ସ୍ୱାଗତ କରିଛନ୍ତି । ଲୋକମାନଙ୍କ ଏକଥା ଭଲ ଭାବରେ ଜଣାଅଛି ଯେ ଏନଡିଏ ସରକାର ହିଁ ସ୍ଥିରତା ଦେଇପାରିବ,ସ୍ଥାୟିତ୍ୱ ଦେଇପାରିବ । ତୃତୀୟ ବାର ଶପଥ ଗ୍ରହଣ କରିବା ପରେ ମୁଁ କହିଥିଲି ଯେ ତୃତୀୟ ଟର୍ମରେ ଏନଡ଼ିଏ ସରକାର ତିନି ଗୁଣ ବେଗରେ କାର୍ଯ୍ୟ କରିବେ । ଏବଂ ଆଜି ତାହା ସାକାର ହେବାର ଆମେ ଦେଖିପାରୁଛୁ ।
ସାଥୀଗଣ, 
ମହାରାଷ୍ଟ୍ର ନିକଟରେ ଏକ ଗୌରବଶାଳୀ ଇତିହାସ ରହିଛି । ମହାରାଷ୍ଟ୍ର ନିକଟରେ ସଶକ୍ତ ବର୍ତ୍ତମାନ ଅଛି ଏବଂ ମହାରାଷ୍ଟ୍ର ପାଖରେ ଏକ ସମୃଦ୍ଧ ଭବିଷ୍ୟତର ସ୍ୱପ୍ନ ବି ଅଛି । ମହାରାଷ୍ଟ୍ର ଯେଉଁଭଳି ରାଜ୍ୟ, ଯାହାର ବିକଶିକ ଭାରତ ନିର୍ମାଣରେ ବହୁତ ବଡ଼ ଯୋଗଦାନ ରହିଛି । ମହାରାଷ୍ଟ୍ର ପାଖରେ ଶିଳ୍ପ ଶକ୍ତ ରହିଛି । ମହାରାଷ୍ଟ ନିକଟର କୃଷି ଶକ୍ତି ମହଜୁତ ଅଛି । ମହାରାଷ୍ଟ୍ର ନିକଟରେ ଆର୍ଥିକ ସେକ୍ଟରର କ୍ଷମତା ରହିଛି । ଏହିସବୁ ଶକ୍ତି ମୁମ୍ବଇକୁ ଦେଶର ଆର୍ଥିକ ପେଣ୍ଠସ୍ଥଳୀରେ ପରିଣତ କରିଛି । ଏବେ ମୋର ଲକ୍ଷ୍ୟ ହେଉଛି ମହାରାଷ୍ଟ୍ରର ଏହି ଶକ୍ତି ଦ୍ୱାରା ମହାରାଷ୍ଟ୍ରକୁ ଦୁନିଆର ଏକ ବିରାଟ ଓ ଶକ୍ତିଶାଳୀ ପାୱାର ହାଉସ୍ ନିର୍ମାଣ କରିବା । ମୋର ଲକ୍ଷ୍ୟ ହେଉଛି, ମୁମ୍ବଇକୁ ବିଶ୍ୱର ଫିନଟେକ୍ କ୍ୟାପିଟାଲରେ ପରିଣତ କରିବା । ସେଥିପାଇଁ ମୁଁ ଚାହୁଁଛି ମହାରାଷ୍ଟ୍ର ପର୍ଯ୍ୟଟନରେ ଭାରତରେ ନମ୍ବର ୱାନ୍ ରାଜ୍ୟରେ ପରିଣତ ହେଉ । ଏଠାରେ ଛତ୍ରପତି ଶିବାଜୀ ମହାରାଜଙ୍କ ଶୌର୍ଯ୍ୟର ସାକ୍ଷୀ ବିଶାଳ ଦୁର୍ଗ ରହିଛି । ଏଠାରେ କୋଙ୍କଣର ସମୁଦ୍ର ତଟର ମନମେହାକ ଦୃଶ୍ୟ ଭରି ରହିଛି । ଏଠାରେ ସହ୍ୟାଦ୍ରୀର ପାହାଡ଼ମାଳା ଉପରେ ଭ୍ରମଣ କରିବାର ରୋମାଞ୍ଚକର ଅନୁଭୂତି ପର୍ଯ୍ୟଟକମାନେ ଆହରଣ କରିପାରିବେ । ଏଠାରେ କନଫରେନ୍ସ ଟୁରିଜିମ୍‌ର ବିକାଶ ଏବଂ ମେଡ଼ିକାଲ ଟୁରିଜିମ୍‌ର ଅପାର ସମ୍ଭାବନା ଭରି ରହିଛି । ଭାରତରେ ବିକାଶର ଯେଉଁ ନୂତନ ଗାଥା ରଚନା କରାଯାଉଛି ସେଥିରେ ମହାରାଷ୍ଟ୍ରର ବଡ଼ ଯୋଗଦାନ ରହିଛି । ଏବଂ ଆମେ ସଭିଏଁ ଏହାର ସହଯାତ୍ରୀ । ଆଜିର ଏହି କାର୍ଯ୍ୟକ୍ରମ, ମହାଯୁତି ସରକାରର ଏହିସବୁ ଲକ୍ଷ୍ୟ ପ୍ରତି ସମର୍ପିତ ।
ସାଥୀଗଣ,
ଏକବିଂଶ ଶତାବ୍ଦୀରେ ଭାରତର ଆକା„ା- ଭାରତର ଇଗ୍ଦକ୍ଟ୍ରସକ୍ସବଗ୍ଧସକ୍ଟଦ୍ଭଗ୍ଦ ବର୍ତ୍ତମାନ ସମୟରେ ବହୁତ ଉଚ୍ଚ ସ୍ତରରେ ରହିଛି । ଚଳିତ ଶତାବ୍ଦୀର ପାଖାପାଖି ୨୫ ବର୍ଷ ଗତ ହୋଇସାରିଛି । ଦେଶବାସୀ ସଦାସର୍ବଦା ବିକାଶ ଆଶା କରନ୍ତି । ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତକୁ ବିକାଶିତ କରିବାକୁ ହେବ । ଏବଂ ଏଥିରେ ମୁମ୍ବଇର, ମହାରାଷ୍ଟ୍ରର ବିରାଟ ଭୂମିକା ରହିବ । ମହାରାଷ୍ଟ୍ରରେ, ମରମ୍ବଇରେ ସମସ୍ତଙ୍କ ଜୀବନ ସ୍ତରରେ ସୁଧାର ଆସୁ,ମ ଏଠାକାର ଲୋକମାନଙ୍କ କ୍ୱାଲିଟି ଅଫ୍ ଲାଇଫ୍‌କୁ ଉତ୍ତମ ହେଉ, ଏହା ଆମର ଧେୟ । ସେଥି ନିମନ୍ତେ, ମୁମ୍ବଇର ଆଖପାଖ କ୍ଷେତ୍ରକୁ ସଂଯୋଗୀକରଣର ଉତ୍ତମ ବ୍ୟବସ୍ତା କରିବା ନିମନ୍ତେ ପ୍ରୟାସ କରାଯାଉଛି । ମୁମ୍ବଇର କୋଷ୍ଟାଲ ସଡ଼କ ଏବଂ ଅଟଳ ସେତୁ ଏବେ ପୂର୍ଣ୍ଣାଙ୍ଗ ହୋଇସାରିଛି । ଏବଂ ଆପଣମାନଙ୍କର ସ୍ମରଣ ଥିବ, ଯେତେବେଳେ ଅଟଳ ସେତୁ ନିର୍ମାଣ କରାଯାଉଥିଲା, ସେତେବେଳେ ଏହା ବିରୋଧରେ ନାନା ପ୍ରକାର କଥାମାନ ପ୍ରସାର କରାଯାଉଥିଲା । ଏହାକୁ ଅଟକାଇବା- ଲଟକାଇବା ନିମନ୍ତେ ମଧ୍ୟ ପ୍ରୟାସ କରାଯାଉଥିଲା । କିନ୍ତୁ ଆଜି କେତେ ଫାଇଦା ଲୋକମାନଙ୍କ ହେଉଛି, ଏହା ପ୍ରତ୍ୟେକ ନାଗରିକ ଅନୁଭବ କରିପାରୁଛନ୍ତି । ମୋତେ ସୂଚୀତ କରାଯାଇଛି ପାଖାପାଖି ୨୦ ହଜାର ଗାଡ଼ି ପ୍ରତି ଦିନ ଏହି ସଡ଼କକୁ ଉପଯୋଗ କରୁଛନ୍ତି । ଏବଂ ଏକ ଅନୁମାନ ଅନୁସାରେ ଅଟଳ ସେତୁ କାରଣରୁ ପ୍ରତିଦିନ ୨୦-୨୫ ଲକ୍ଷ ଟଙ୍କାର ଇନ୍ଧନ ମଧ୍ୟ ସଞ୍ଚୟ କରାଯାଇପାରୁଛି । ଏବଂ କେବଳ ସେତିକି ନୁହେଁ, ଲୋକମାନଙ୍କୁ ପନବେଲ୍ ଯିବା ନିମନ୍ତେ ଏବେ କେବଳ ୪୫ ମିନିଟ ମାତ୍ର ସମୟ ଲାଗୁଛି । ଅର୍ଥାତ୍‌, ସମୟର ଫାଇଦା ଏବଂ ପର୍ଯ୍ୟାବରଣର ମଧ୍ୟ ଫାଇଦା । ଏହିଭଳି ଆପ୍ରୋଚ୍ ସହିତ ଆମେ ମୁମ୍ବଇର ପରିବହନ ସିଷ୍ଟମକୁ ଆଧୁନିକ କରିଚାଲିଛୁ । ମୁମ୍ବଇର ମେଟ୍ରୋର ବିସ୍ତାର କାମ ମଧ୍ୟ କ୍ଷିପ୍ର ବେଗରେ ଜାରି ରହିଛି । ୧୦ ବର୍ଷ ପୂର୍ବରୁ ମୁମ୍ବଇରେ ମାତ୍ର ୮ କିଲୋମିଟରର ମେଟ୍ରୋ ଲାଇନ ଥିଲା । ୧୦ ବର୍ଷ ପୂର୍ବରୁ ମାତ୍ର ୮ କିଲୋମିଟର । ଏବେ ହାରାହାରି ୮୦ କିଲୋମିଟର ପର୍ଯ୍ୟନ୍ତ ତାହା ପହଞ୍ôଚ ସାରିଛି । କେବଳ ଏତିକି ନୁହେଁ, ମୁମ୍ବଇରେ ଏବେ ପାଖାପାଖି ୨୦୦ କିଲୋମିଟର ମେଟ୍ରୋ ନେଟୱାର୍କ କାର୍ଯ ଜାରି ରହିଛି ।
ସାଥୀଗଣ,
ଆଜି ଭାରତୀୟ ରେଳର ଯେଉଁ କାୟାକଳ୍ପ ରହିଥିବାର ଆମେ ଦେଖୁଛୁ, ଏହାର ମୁମ୍ବଇକୁ, ମହାରାଷ୍ଟ୍ରକୁ ସୁଦ୍ଧା ବହୁତ ଫାଇଦା ହେଉଛି । ଛତ୍ରପତି ଶିବାଜୀ ମହାରାଜ ଟର୍ମିନଓ, ନାଗପୁର, ଏବଂ ଅଜନୀ ଷ୍ଟେସନର ପୁନଃ-ବିକାଶ, କ୍ଷିପ୍ର ଗତିରେ ପ୍ରଗତି କରିଚାଲିଛି । ଆଜି ଛତ୍ରପତି ଶିବାଜୀ ମହାରାଜ ଟର୍ମିନଓ ଏବଂ ଲୋକମାନ୍ୟ ତିଲକ ଷ୍ଟେସନର ନୂତନ ପ୍ଲାଟଫର୍ମର ମଧ୍ୟ ଲୋକାର୍ପଣ କରାଯାଇଛି । ଏହା ଫଳରେ ୨୪ଟି କୋଚ୍‌ବାଲା ଟ୍ରେନ୍ ଅର୍ଥାତ୍‌, ଲମ୍ବା ଟେନ୍‌ଗୁଡ଼ିକ ଏଠାରୁ ଚାଲିପାରିବ ।
ସାଥୀଗଣ,
ବିଗତ ୧୦ ବର୍ଷ ମଧ୍ୟରେ ମହାରାଷ୍ଟ୍ରରେ ଜାତୀୟ ରାଜପଥର ଦୈର୍ଘ୍ୟ ବୃଦ୍ଧି ପାଇ ତିନିଗୁଣ ଛୁଇଁଛି । ଗୋରେଗାଓଁ- ମୁଲୁନ୍ଦ୍ ଲିଙ୍କ୍ ରୋଡ଼ ପ୍ରକଳ୍ପ ପ୍ରଗତି ଏବଂ ପ୍ରକୃତି ସହିତ ତାଳମେଳ ରକ୍ଷାକରି ନିର୍ମିତ ହୋଇଥିବା ଏକ ଉତ୍ତମ ଉଦାହରଣ ଭାବରେ ଦେଖାଯାଇପାରେ । ଆଜି ଥାଣେ ଠାରୁ ବୋରିଭେଲିର ଟୁଇନ୍ ଟନେଲ ପ୍ରକଳ୍ପ କାମ ମଧ୍ୟ ଆରମ୍ଭ କରାଯାଉଛି । ଏହା ଫଳରେ ଥାଣେ ଏବଂ ବୋରିଭେଲି ମଧ୍ୟରେ ଦୂରତା, କିଛି ମିନିଟ ମଧ୍ୟରେ ସୀମିତ ହୋଇଯିବ । ଏନଡିଏ ସରକାର ଏକଥା ମଧ୍ୟ ନିରନ୍ତର ପ୍ରୟାସ ଜାରି ରଖିଛି ଯେ ଆମର ତୀର୍ଥସ୍ଥଳୀଗୁଡ଼ିକର ବିକାଶ, ତୀର୍ଥଯାତ୍ରୀମାନଙ୍କ ନିମନ୍ତେ ସୁବିଧା ବୃଦ୍ଧି କରାଯାଉଛି । ଆମେ ସଭିଏଁ ଏକଥା ଜାଣୁ ଯେ ବର୍ତ୍ତମାନ ପଣ୍ଢରପୁର ବାରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସମ୍ପୂର୍ଣ୍ଣ ଭକ୍ତିଭାବର ସହିତ ସାମିଲ ହୋଇପାରୁଛନ୍ତି । ପୁଣେ ଠାରୁ ପଣ୍ଢରପୁର ପର୍ଯ୍ୟନ୍ତ ଯାତ୍ରା ସୁଗମ ହେଉ, ଶ୍ରଦ୍ଧାଳୁମାନଙ୍କୁ ସମସ୍ତ ସୁବିଧା ମିଳୁ, ଏହାର ଚିନ୍ତା ଏନଡ଼ିଏ ସରକାର କରିଛନ୍ତି । ସନ୍ଥ ଜ୍ଞାନେଶ୍ୱର ପାଲଖି ମାର୍ଗର ପାଖାପାଖି ୨୦୦ କିଲୋମିଟର ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି । ସନ୍ଥ ତୁକାରାମ ପାଲଖି ମାର୍ଗର ମଧ୍ୟ ୧୧୦ କିଲୋମିଟରରୁ ଅଧିକ ପୂରଣ ହୋଇସାରିଛି । ଖୁବ୍ ଶୀଘ୍ର ଏହି ଦୁଇ ମାର୍ଗ ଯାତ୍ରୀମାନଙ୍କ ସେବା ନିମନ୍ତେ ପ୍ରସ୍ତୁତ ହୋଇଯିବ । ସର୍ବ ବାରକର୍ଯ୍ୟାନା ମୀ ଅତିଶ୍ୟ ମନାପାସୁନ ଶୁଭେଚ୍ଛା ଦେତା, ଆଣି ପଣ୍ଢରୀଚ୍ୟା କୋଟି- କୋଟି ନମନ କରତୋ!
ଭାଇ ଓ ଭଉଣୀଗଣ,
ସଂଯୋଗୀକରଣର ଏହି ଇନଫ୍ରାଷ୍ଟ୍ରକଚର୍ ଏହା ଫଳରେ ପର୍ଯ୍ୟଟନ, କ୍ଷେତ ଏବଂ ଉଦ୍ଦ୍ୟୋଗ, ସମସ୍ତକୁ ଲାଭ ହେଉଛି । ଏହା ଫଳରେ ରୋଜଗାରର ନୂଆ ନୂଆ ଅବସର ସୃଷ୍ଟି ହେଉଛି । ଯେତେବେଳେ ଉତ୍ତମ ସଂଯୋଗୀକରଣ ସୃଷ୍ଟି ହେବ, ସେତେବେଳେ ଏହାର ସୁବିଧା, ସୁରକ୍ଷା ଏବଂ ସମ୍ମାନ ଆମମାନଙ୍କ ମହିଳାମାନଙ୍କୁ ମଧ୍ୟ ମିଳିବ । ଅର୍ଥାତ୍‌, ଏନଡିଏ ସରକାର ଏହି କାମ ଗରିବ, କୃଷକ, ନାରୀଶକ୍ତି ଏବଂ ଯୁବଶକ୍ତିଙ୍କୁ ସଶକ୍ତ କରୁଛି । ମହାରାଷ୍ଟ୍ରର ମହାଯୁତି ତରକାର ମଧ୍ୟ ଏହି ପ୍ରତିବଦ୍ଧତାର ସହିତ କାମ କରୁଛି । ମୁଁ ଖୁୂସି ଯେ ମହାରାଷ୍ଟ୍ର ସରକାର ପ୍ରତି ବର୍ଷ ୧୦ ଲକ୍ଷ ଯୁବକଯୁବତୀଙ୍କୁ ସ୍କିଲ୍ ଟ୍ରେନିଂ ଦେବାର ସଂକଳ୍ପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୁବା କାର୍ଯ୍ୟକ୍ରମ ପ୍ରଶିକ୍ଷଣ ଯୋଜନା ଅଧୀନରେ ଟ୍ରେନିଂ ସମୟରେ ସ୍ପଲାରସିପ୍ ମଧ୍ୟ ପ୍ରଦାନ କରାଯାଉଛି ।
ସାଥୀଗଣ,
ଭାରତରେ ବହୁଳ ସଂଖ୍ୟାରେ କୌଶଳ ବିକାଶ ଏବଂ ରୋଜଗାର, ଏହା ଆମର ଆବଶ୍ୟକତା ରହିଛି । ଆମର ସରକାର ନିରନ୍ତର ଏହି ଦିଗରେ କାମ କରୁଛି । ବିଗତ ୪- ୫ ବର୍ଷ ମଧ୍ୟରେ, କରୋନା ଭଳି ମହାସଂକଟ ସତ୍ତ୍ୱେ, ଭାରତରେ ରେକର୍ଡ ସଂଖ୍ୟକ ରୋଜଗାର ସୃଷ୍ଟିହୋଇଛି । ନିକଟରେ ଆରବିଆଇ ରୋଜଗାର ପରିପ୍ରେକ୍ଷୀରେ ଏକ ବିସ୍ତୃତ ରିପୋର୍ଟ ଜାରି କରିଛନ୍ତି । ଏହି ରିପୋର୍ଟ ଅନୁସାରେ, ବିଗତ ୩- ୪ ବର୍ଷରେ ଦେଶରେ ହାରାହାରି ୮ କୋଟି ନୂଆ ରୋଜଗାର ମିଳିପାରିଛି । ଏହି ପରିସଂଖ୍ୟାନ ସୂଚିତ କରେ ଯେ ରୋଜଗାରକୁ ନେଇ ମିଛ ନ୍ୟାରେଟିଭ୍ ଗଢ଼ିବାର ବୋଲି ବନ୍ଦ କରିଦେଇଛି । ଏହି ମିଛ ନ୍ୟାରେଟିଭ୍ ପ୍ରଚାର କରୁଥିବା ଲୋକମାନେ ନିବେଶର ଶତ୍ରୁ, ଇନଫ୍ରାଷ୍ଟ୍ରକଚର୍ ନିର୍ମାଣର ଶତ୍ରୁ । ଭାରତର ବିକାଶର ଶତ୍ରୁ । ସେମାନଙ୍କର ପ୍ରତ୍ୟେକ ନୀତି ଯୁବଗୋଷ୍ଠୀଙ୍କ ପ୍ରତି ବିଶ୍ୱାସଘାତ ଏବଂ ରୋଜଗାରକୁ ରୋକିବା ଦିଗରେ ଏକ ପ୍ରୟାସ । ଏବେ ସେମାନଙ୍କର ଏହି ପୋଲ ଖୋଲିଯାଇଛି । ଭାରତର ବିଚାରବନ୍ତ ଜନତା, ସେମାନଙ୍କର ପ୍ରତ୍ୟେକଟି ମିଛ, ପ୍ରତ୍ୟେକଟି ପ୍ରପଞ୍ଚକୁ ଅସ୍ୱୀକାର କରିଛନ୍ତି । ଯେତେବେଳେ କେଉଁଠି କୌଣସି ପୋଲ ନିର୍ମାଣ କରାଯାଉଛି, ରେଳପଟ ନିର୍ମାଣ କରାଯାଉଛି, ସଡ଼କ ନିର୍ମାଣ କରାଯାଉଛି, ଲୋକାଲ ଟ୍ରେନ୍‌ର ବଗି ନିର୍ମାଣ କରାଯାଉଛି, ସେତେବେଳେ କାହାକୁ ନା କାହାକୁ ତ ରୋଜଗାର ମିଳୁଛି । ଭାରତରେ ଯେତେ ଯେତେ ଭିତ୍ତିଭୂମି ପ୍ରକଳ୍ପର ନିର୍ମାଣର ଗତି କ୍ଷିପ୍ରତର ହେଉଛି, ରୋଜଗାରର ଗତି ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଇଚାଲିଛି । ଆଗାମୀ ଦିନରେ ନୂଆ ନୂଆ ନିବେଶ ସହିତ ଏହି ଅବସର ଆହୁରି ଆଗକୁ ବଢ଼ିବାର ସମ୍ଭାବନା ରହିଛି ।
ସାଥୀଗଣ,
ଏନଡିଏ ସରକାରଙ୍କ ବିକାଶ ମଡେଲା ବଞ୍ôଚତ ଲୋକମାନଙ୍କ ମର୍ଯ୍ୟାଦା ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ । ଯେଉଁମାନେ ଦଶନ୍ଧି ଦଶନ୍ଧି ଧରି ସମାଜର ଶେଷ ଧାଡ଼ିରେ ରହିଆସିଥିଲେ, ସେମାନଙ୍କୁ ଆମେ ପ୍ରାଥମିକତା ପ୍ରଦାନ କରୁଛୁ । ନୂଆ ସରକାର ଶପଥ ନେବା ମାତ୍ରେ, ଆମେ ଗରିବ ଲୋକମାନଙ୍କ ନିମନ୍ତେ ପକ୍କା ଏବଂ କୃଷକମାନଙ୍କ ସହିିତ ଜଡ଼ିତ ଅନେକ ବଡ଼ ବଡ଼ ନିଷ୍ପତ୍ତିମାନ ଗ୍ରହଣ କରିଛୁ । ଏପର୍ଯ୍ୟନ୍ତ ୪ କୋଟି ଗରିବ ଲୋକମାନଙ୍କୁ ପକ୍କା ଘର ମିଳିସାରିଛି । ଆଗାମୀ ଦିନରେ ୩ କୋଟି ଅଧିକ ଗରିବ ପରିବାରଙ୍କୁ ପକ୍କାଘର ମିଳିବ । ସେଥିରେ ମହାରାଷ୍ଟ୍ରର ଲକ୍ଷ ଲକ୍ଷ ଗରିବ, ଦଳିତ, ପଛୁଆବର୍ଗ, ଆଦିବାସୀ ପରିବାର ମଧ୍ୟ ସାମିଲ । ଗୋଟିଏ ଉତ୍ତମ ବାସଗୃହ ପ୍ରତ୍ୟେକ ପରିବାରଙ୍କ ପାଇଁ କେବଳ ଆବଶ୍ୟକତା ନୁହେଁ, ଅପରପକ୍ଷେ, ସେହି ପରିବାରର ଗରିମା ସହିତ ମଧ୍ୟ ଜଡ଼ିତ । ସେଥିପାଇଁ, ଆମେ ସହରମାନଙ୍କରେ ବସବାସ କରୁଥିବା ଗରିବ ଏବଂ ମଧ୍ୟମ ବର୍ଗ, ଉଭୟଙ୍କୁ ସେମାନଙ୍କ ବାସଗୃହର ସ୍ୱପ୍ନ ସାକାର କରିବା କାର୍ଯ୍ୟରେ ନିୟୋଜିତ ରହିଛୁ ।
ସାଥୀଗଣ,
ଫୁଟପାଥ୍‌ର ବୁଲାବିକାଳୀ ସାଥୀଗଣଙ୍କୁ ମଧ୍ୟ ଗରିମାପୂର୍ଣ୍ଣ ଜୀବନ ବଞ୍ôଚବାର ସୁଯୋଗ ମିଳୁ, ଏହା ଆମର ପ୍ରତିବଦ୍ଧତା । ସେଥିରେ ସ୍ୱନିଧି ଯୋଜନା ବହୁତ ସହାୟକ ହୋଇପାରୁଛି । ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୯୦ ଲକ୍ଷ ଲୋନ ସ୍ୱୀକୃତ କରାଯାଇ ସାରିଛି । ସେଥିରେ ପାଖାପାଖି ୧୩ ଲକ୍ଷ ଋଣ କେବଳ ଏହି ମହାରାଷ୍ଟ୍ରର ସାଥୀମାନଙ୍କୁ ମିଳିଛି । ମୁମ୍ବଇରେ ମଧ୍ୟ ରାସ୍ତାକଡ଼ର ଦେଢ଼ ଲକ୍ଷ ବୁଲା ବିକାଳୀ ସାଥୀଙ୍କ ସ୍ୱନିଧି ଯୋଜନାର ଲାଭ ମିଳିପାରିଛି । ବ୍ୟାଙ୍କ୍‌ମାନଙ୍କରୁ ମିଳୁଥିବା ସ୍ୱନିଧି ଅର୍ଥ ସହାୟତାରେ ସେମାନଙ୍କର କାରବାର ଅଧିକ ମଜଭୁତ ହୋଇପାରିଛି । ଏବଂ ଗୋଟିଏ ଅଧ୍ୟୟନରୁ ଜଣାପଡ଼ିଛି ଯେ ଯେଉଁ ଲୋକମାନେ ସ୍ୱନିଧି ଯୋଜନା ସହିତ ଯୋଡ଼ିହୋଇ ରହିଛନ୍ତି, ସେମାନଙ୍କର ପ୍ରତି ମାସର ଉପାର୍ଜନ ପାଖାପାଖି ୨ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଅର୍ଥାତ୍‌, ବର୍ଷକୁ ୨୦-୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଉପାର୍ଜନ ହୋଇପାରୁଛି ।
ସାଥୀଗଣ,
ସ୍ୱନିଧି ଯୋଜନାର ଆଉ ଗୋଟିଏ ବିଶେଷତା ସମ୍ପର୍କରେ ମୁଁ ଆପଣମାନଙ୍କ ସହିତ ଆଲୋଚନା କରିବାକୁୂ ଚାହେଁ । ଏହି ଯୋଜନା ଅଧୀନରେ ଋଣ ନେଇଥିବା ଲୋକମାନେ ଯେଉଁମାନେ କି ମୋର ରାସ୍ତାକଡ଼ର ବୁଲାବିକାଳୀ, ସେହିସବୁ ଭାଇଭଉଣୀମାନେ, ଯେଉଁମାନେ ଲୋନ୍ ନେଉଛନ୍ତି, ସେମାନେ ଅତି ସାଧୁତାର ସହିତ ପୂରା ଲୋନ୍ ପରିଶୋଧ କରୁଛନ୍ତି । ଏବଂ ଏହାକୁ ଗରିବ ଲୋକମାନଙ୍କ ସାଧୁତା ବୋଲି ଅବଶ୍ୟ କୁହାଯିବ । ଏହା ହେଉଛି ମୋର ଗରିବ ଭାଇ ଭଉଣୀମାନଙ୍କ ଶକ୍ତି । ଏବଂ ଆପଣମାନେ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସ୍ୱନିଧି ଯୋଜନାର ଲାଭାର୍ଥୀ ଏପର୍ଯ୍ୟନ୍ତ ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କାର ଡିଜିଟାଲ କାରବାର କରିସାରିଛନ୍ତି । ଅର୍ଥାତ୍‌, ଡିଜିଟାଲ ଇଣ୍ଡିଆକୁ ମଧ୍ୟ ନିଜ କାମରେ ପରିବର୍ତ୍ତନ କରିଛନ୍ତି, ଭାରତକୁ ସେମାନେ ଏକ ନୂତନ ପରିଚୟ ପ୍ରଦାନ କରିଛନ୍ତି ।
ସାଥୀଗଣ,

ମହାରାଷ୍ଟ୍ର ଭାରତରେ ସାଂସ୍କୃତିକ, ସାମାଜି ଏବଂ ରାଷ୍ଟ୍ରବାଦର ଚେତନା ସଂଚାର କରିଛି । ଛତ୍ରପତି ଶିବାଜୀ ମହାରାଜ, ବାବାସାହେବ ଆମ୍ବେଦକର, ମହାତ୍ମା ଜ୍ୟେତିବା ଫୁଲେ, ସାବିତ୍ରୀବାଇ ଫୁଲେ, ଆନ୍ନାଭାଇ ସାଠେ, ଲୋକମାନ୍ୟ ତିଲକ, ବୀର ସାବରକର ଏହିଭଳି ଅସଂଖ୍ୟ ମହାନ୍ ସନ୍ଥମାନଙ୍କ ଭବ୍ୟ ଐତିହ୍ୟ ଏହି ଧରିତ୍ରୀ ଧରି ରଖିଛି । ମହାରାଷ୍ଟ୍ରର ମହାନ୍ ସନ୍ତାନଗଣ ଯେଉଁଭଳି ଭାବରେ ସମରସ ସମାଜ, ଯେଉଁଭଳି ସଶକ୍ତ ରାଷ୍ଟ୍ରର କଳ୍ପନା କରିଥିଲେ, ଆମେ ସେହି ଦିଶାରେ ହିଁ ଆଗକୁ ଅଗ୍ରସର ହେବାକୁ ପଡ଼ିବ । ଆମକୁ ସଦାସର୍ବଦା ଏକଥା ସ୍ମରଣ ରଖିବାକୁ ପହେବ ଯେ ସଦ୍ଭାବନା ଏବଂ ସୌହାର୍ଦ୍ଦ୍ୟ ହିଁ ସମୃଦ୍ଧି ମାର୍ଗରେ ନିହିତ । ଏହି ଭାବନାର ସହିତ ପୁଣି ଥରେ ଏହି ବିକାଶ କାର୍ଯ୍ୟ ନିମନ୍ତେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ବହୁତ ବହୁତ ଧନ୍ୟବାଦ!
ଭାରତ ମାତା କୀ ଜୟ!
ଭାରତ ମାତା କୀ ଜୟ!
ଭାରତ ମାତା କୀ ଜୟ!
ଭାରତ ମାତା କୀ ଜୟ!

***

SS



(Release ID: 2033443) Visitor Counter : 7