ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦାୟିତ୍ୱ ଗ୍ରହଣ ପାଇଁ ନେଦରଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 02 JUL 2024 8:22PM by PIB Bhubaneshwar

ନେଦରଲାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ଡିକ୍ ସ୍କୁଫ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମପନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି, ଭାରତ-ନେଦରଲାଣ୍ଡ ମଧ୍ୟରେ ନବୀକରଣ ଶକ୍ତି, ଜଳ ପରିଚାଳନା ଏବଂ କୃଷି ସମେତ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ହେବ ବୋଲି ତାଙ୍କର ଆଶା ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ଡିକ୍ ସ୍କୁଫଙ୍କୁ ଶୁଭେଚ୍ଛା । ନବୀକରଣ ଶକ୍ତି, ଜଳ ପରିଚାଳନା, ଗତିଶୀଳତା ଏବଂ ନୂତନ ତଥା ଅଭ୍ୟୁତ୍ଥିତ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ମିଳିତ ଭାବେ ଦୁଇ ଦେଶ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି । @Minpres”

SR



(Release ID: 2032074) Visitor Counter : 17