ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୨୨ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ମସ୍କୋରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

Posted On: 08 JUL 2024 6:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସରକାରୀ ଗସ୍ତରେ ମସ୍କୋରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନୁକୋଭୋ-୨ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରୁଷର ପ୍ରଥମ ଉପପ୍ରଧାନମନ୍ତ୍ରୀ ଶ୍ରୀ ଡେନିସ ମାନ୍ତୁରୋଭ ସ୍ୱାଗତ କରିବା ସହ ଅନୁଷ୍ଠାନିକ ଭାବେ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲା

ତାଙ୍କ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ମିଳିତ ଭାବେ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ସହ-ଅଧ୍ୟକ୍ଷତା କରିବେ ମସ୍କୋରେ ଥିବା ପ୍ରବାସୀ ଭାରତୀୟ ମାନଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଭାବ ବିନିମୟ କରିବେ

SR



(Release ID: 2031651) Visitor Counter : 20