ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଜେତା ଭାରତୀୟ କିକେଟ ଟିମକୁ ଫୋନ କି ଅଭିନନ୍ଦନ ଜଣଶଇଲେ ପ୍ରଧାନମନ୍ତ୍ରୀ ମୋଦୀ

Posted On: 30 JUN 2024 2:06PM by PIB Bhubaneshwar

ଆଇସିସି ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱ କପ ବିଜେତା ଭାରତୀୟପୁରୁଷ କ୍ରିକେଟ ଟିମକୁ ଫୋନ କରି ଅଭିନନ୍ଦନ ଜଣାଇଲେପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଟୁର୍ଣ୍ଣାମେଣ୍ଟରେ ଟିମଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଥିବାରୁ ମୋଦୀ ପ୍ରଶଂସାକରିଥିଲେ ।

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି: 

“ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟ ପାଇଁ ଭାରତୀୟ କ୍ରିକେଟ ଟିମସହ କଥା ହେଲି ଏବଂ ସେମାନଙ୍କୁ ଅଭୂତ ସଫଳତା ପ୍ରଦର୍ଶନପାଇଁ ପ୍ରଶଂସା କଲି । ଟୁର୍ଣ୍ଣାମେଣ୍ଟରେ ସେମାନେ ଅସାଧାରଣଦକ୍ଷତାର ପ୍ରଦର୍ଶନ କରିଛନ୍ତି ।  ପ୍ରତ୍ୟେକ ଖେଳାଳିଙ୍କପ୍ରତିବଦ୍ଧତା ଥିଲା ପ୍ରେରଣାଦାୟକ” ।

ଟୁର୍ଣ୍ଣାମେଣ୍ଟରେ ଟିମର କୋଚ ରାହୁଲ ଦ୍ରାବିଡ଼, ଅଧିନାୟକରୋହିତ ଶର୍ମା ଏବଂ ବରିଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କଉତ୍କୃଷ୍ଟ ଖେଳ ଓ ଅବିଚଳିତ ପ୍ରତିବଦ୍ଧତା ପାଇଁ ଶ୍ରୀ ମୋଦୀଏକ୍ସରେ ସ୍ୱତନ୍ତ୍ର ପୋଷ୍ଟ ମଧ୍ୟ କରିଛନ୍ତି ।

“ପ୍ରିୟ...

ତୁମେ ସର୍ବୋତ୍କୃଷ୍ଟ ବ୍ୟକ୍ତି । ତୁମର ଆକ୍ରମଣାତ୍ମକ ଚିନ୍ତାଧାରା, ବ୍ୟାଟିଂ ଏବଂ ଅଧିନାୟକତ୍ୱ ଭାରତୀୟ ଟିମକୁ ନୂତନ ଦିଶାଦେଇଛି । ତୁମ ଟି-ଟ୍ୱେଣ୍ଟି କ୍ୟାରିଅର ସର୍ବଦା ମନେ ରହିବ ।ଆଜି ତୁମ ସହ କଥା ହୋଇ ଖୁସି ଲାଗିଲା ।”

“ପ୍ରିୟ...

ତୁମ ସହ କଥା ହୋଇ ଖୁସି ଲାଗିଲା । ଫାଇନାଲ ମ୍ୟାଚରଇନିଂସ ଭଳି ଭାରତୀୟ ବ୍ୟାଟିଂର ତୁମେ କର୍ଣ୍ଣଧାର ସାଜିଥିଲ। ଖେଳର ପ୍ରତ୍ୟେକ କ୍ଷେତ୍ରରେ ତୁମେ ପ୍ରଦର୍ଶନ କରିଛ ।ଟି-ଟ୍ୱେଣ୍ଟି କ୍ରିକେଟ ତୁମର ଅନୁପସ୍ଥିତି ଅନୁଭବ କରିବ, କିନ୍ତୁମୋର ବିଶ୍ୱାସ ଅଛି ନୂଆ ପିଢ଼ିର ଖେଳାଳିମାନଙ୍କୁ ତୁମେପ୍ରୋତ୍ସାହିତ କରି ଚାଲିବ ।”

“ରାହୁଲ ଦ୍ରାବିଡ଼ଙ୍କ ସର୍ବୋତ୍କୃଷ୍ଟ କୋଚିଂ ଯାତ୍ରା ଭାରତୀୟକ୍ରିକେଟକୁ ସଫଳତାର ରୂପ ଆଣି ଦେଇଛି । ତାଙ୍କରଅବିଚଳିତ ଉତ୍ସର୍ଗୀକୃତ ମନୋଭାବ, ରଣନୀତି, ଉଚିତପ୍ରତିଭା ଚୟନ ଟିମକୁ ରୂପାନ୍ତରିତ କରିପାରିଛି ।

ନୂତନ ପିଢ଼ିକୁ ପ୍ରୋତ୍ସାହିତ କରିବା ସହ ତାଙ୍କର ଅବଦାନନିମନ୍ତେ ଭାରତ ତାଙ୍କ ନିକଟରେ କୃତଜ୍ଞ । ତାଙ୍କ ହାତରେବିଶ୍ୱକପ ଦେଖି ବହୁତ ଖୁସି ଲାଗିଲା । ତାଙ୍କୁ ଅଭିନନ୍ଦନଜଣାଇ ବହୁତ ଖୁସି ।”

SR



(Release ID: 2029735) Visitor Counter : 10