ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ନିଧନରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

Posted On: 22 JUN 2024 2:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାଶୀ ବିଶ୍ୱନାଥ ଧାମ ପ୍ରତି ସମର୍ପିତ ତଥା ରାମ ମନ୍ଦିର ପ୍ରତିଷ୍ଠା ସମାରୋହରେ ଅଂଶ ଗ୍ରହଣ କରିଥିବା ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଶ୍ରୀ ମୋଦୀ ଆଚାର୍ଯ୍ୟଙ୍କୁ ‘କାଶୀ ପଣ୍ଡିତ ପରମ୍ପରାର ଜଣେ ପ୍ରସିଦ୍ଧ ବ୍ୟକ୍ତି’ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଦେଶର ମହାନ ପଣ୍ଡିତ ତଥା ସାଙ୍ଗ୍‌ବେଦ ବିଦ୍ୟାଳୟର ଯଜୁର୍ବେଦ ଶିକ୍ଷକ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ ହେବାର ଦୁଃଖଦ ଖବର ମିଳିଛି । ଶ୍ରୀ ଦୀକ୍ଷିତ କାଶୀ ପଣ୍ଡିତ ପରମ୍ପରାର ଜଣେ ପ୍ରସିଦ୍ଧ ବ୍ୟକ୍ତି ଥିଲେ । କାଶୀ ବିଶ୍ୱନାଥ ଧାମ ଏବଂ ରାମ ମନ୍ଦିର ପ୍ରତିଷ୍ଠା ସମାରୋହ ଉତ୍ସବରେ ମୋତେ ତାଙ୍କର ସାନିଧ୍ୟ ମିଳିଥିଲା । ତାଙ୍କର ଦେହାନ୍ତ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ।”

 

  SR



(Release ID: 2028178) Visitor Counter : 16