ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉତ୍ତରପ୍ରଦେଶ ବାରଣାସୀର ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ଦର୍ଶନ ଓ ପୂଜା

Posted On: 18 JUN 2024 10:10PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରଣାସୀସ୍ଥିତ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ଆଜି ଦର୍ଶନ କରିବା ସହ ପୂଜା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଭାରତର ବିକାଶ ଏବଂ ୧୪୦ କୋଟି ଭାରତୀୟଙ୍କ ସମୃଦ୍ଧି ପାଇଁ ମୁଁ କାଶୀ ବିଶ୍ୱନାଥ ମନ୍ଦିରରେ ପ୍ରାର୍ଥନା କଲି । ମହାଦେବଙ୍କର ଆଶୀର୍ବାଦ ସର୍ବଦା ଆମ ଉପରେ ଥାଉ ଏବଂ ସମସ୍ତେ ଖୁସି ରହିବା ସହ ସୁସ୍ଥ ରହିଥାନ୍ତୁ” ।

“କାଶୀରେ ବାବା ବିଶ୍ୱନାଥଙ୍କ ପୂଜାର୍ଚ୍ଚନା କରି ମନକୁ ବହୁତ ସନ୍ତୋଷ ମିଳିଲା । ବାବାଙ୍କ ନିକଟରେ ସମସ୍ତ ଦେଶବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କଲି ।

ଜୟ ବାବା ବିଶ୍ୱନାଥ” ।

SR



(Release ID: 2026536) Visitor Counter : 25