ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜି- ୭ ସମ୍ମିଳନୀ ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
ପୋଷ୍ଟ କରାଯିବା ଦିନାଙ୍କ:
14 JUN 2024 5:11PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଟାଲୀର ଆପୁଲିଆ ଠାରେ ଜି- ୭ ଶିଖର ସମ୍ମିଳନୀ ଅବସରରେ ବ୍ରିଟେନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଋଷି ସୁନକଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ପ୍ରଧାନମନ୍ତ୍ରୀ ସୁନକ ଶ୍ରୀ ମୋଦୀଙ୍କୁ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଶୁଭେଚ୍ଛା ଜଣାଇଥିଲେ । ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଉଭୟ ଦେଶର ମିଳିତ ପ୍ରତିବଦ୍ଧତାକୁ ଦୁଇ ନେତା ଦୋହରାଇଥିଲେ ।
୨. ନେତାମାନେ ରୋଡମ୍ୟାପ୍ ୨୦୩୦ର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ ଏବଂ ନିୟମିତ ଉଚ୍ଚସ୍ତରୀୟ ରାଜନୈତିକ ପରାମର୍ଶ, ପ୍ରତିରକ୍ଷା ଏବଂ ନିରାପତ୍ତା, ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗ, ଗୁରୁତ୍ୱପୂର୍ଣ୍ଣ ଏବଂ ଉଚ୍ଚ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ଏବଂ ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ସମେତ ବ୍ୟାପକ ରଣନୈତିକ ଭାଗିଦାରୀର ସମସ୍ତ କ୍ଷେତ୍ରର ଅଗ୍ରଗତି ଉପରେ ଖୁସି ବ୍ୟକ୍ତ କରିଥିଲେ । ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନାରେ ହୋଇଥିବା ଅଗ୍ରଗତିକୁ ନେଇ ସେମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । ଉଭୟ ନେତା ପାରସ୍ପରିକ ହିତ ସମ୍ବନ୍ଧୀୟ ଆଞ୍ଚଳିକ ଏବଂ ବହୁପାକ୍ଷିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ ।
୩. ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବ୍ରିଟେନର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
*****
SSP
(ରିଲିଜ ଆଡି: 2025436)
ପରିଦର୍ଶକ କାଉଣ୍ଟର : 107
ଏହି ରିଲିଜ ପଢନ୍ତୁ :
Malayalam
,
Kannada
,
English
,
Urdu
,
हिन्दी
,
Hindi_MP
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu