ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ବିଶ୍ୱ ନେତାଙ୍କ ଠାରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କରିବା ଜାରି ରଖିଛନ୍ତି

प्रविष्टि तिथि: 13 JUN 2024 2:00PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଅଭିନନ୍ଦନ ବାର୍ତ୍ତା ପାଇଁ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ବିଶ୍ୱନେତାଙ୍କ ବାର୍ତ୍ତା ଏବଂ ଟେଲିଫୋନ୍ କଲ୍ ର ଉତ୍ତର ଦେଇଛନ୍ତି ଶ୍ରୀ ମୋଦୀ।

କ୍ୟୁବା ଗଣତନ୍ତ୍ରର ରାଷ୍ଟ୍ରପତି ଶ୍ରୀ ମିଗୁଏଲ ଦାଜ୍-କାନେଲ ବର୍ମୁଡେଜଙ୍କ ଏକ ପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ସେ ଟ୍ୱିଟ୍ କରି ଲେଖିଛନ୍ତି, ରାଷ୍ଟ୍ରପତି ଦିଆଜ୍-କାନେଲଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ। ଆମେ କ୍ୟୁବା ସହିତ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତିବଦ୍ଧ ଅଛୁ, ଯାହା କି ବହୁ ପୁରୁଣା ଲୋକଙ୍କ ମଧ୍ୟରେ ସମ୍ପର୍କରେ ରହିଛି।

ପାରାଗୁଏର ପ୍ରେସିଡେଣ୍ଟ ସାଣ୍ଟିଆଗୋ ପେନାଙ୍କ ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ;

ରାଷ୍ଟ୍ରପତି ସାଣ୍ଟିଆଗୋ ପେନାଙ୍କୁ ଅଭିନନ୍ଦନ ଜଣାଇଥିବାରୁ ପ୍ରଶଂସା କରିଛନ୍ତି। ଲୋକଙ୍କ ହିତ ପାଇଁ ଆମେ ଭାରତ-ପାରାଗୁଏ ସମ୍ପର୍କକୁ ଆଗକୁ ବଢ଼ାଇବା ଜାରି ରଖିବୁ।

ପାନାମା ର ପ୍ରେସିଡେଣ୍ଟ ଶ୍ରୀ ଲରେଣ୍ଟିନୋ କର୍ଟିଜୋ ଙ୍କ ଏକ ପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି,;

ଧନ୍ୟବାଦ ରାଷ୍ଟ୍ରପତି ନିଟୋ କର୍ଟିଜୋ। ପାନାମା ହେଉଛି ଏକ ପ୍ରମୁଖ ପାର୍ଟନର । ଏହାର ସମସ୍ତ ଦିଗରେ ଆମର ପାରସ୍ପରିକ ଲାଭଦାୟକ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ଆମେ ଏକାଠି କାମ କରିବୁ।

ବୁଲଗେରିଆର ରାଷ୍ଟ୍ରପତି ଶ୍ରୀ ରୁମେନ ରାଦେଭଙ୍କ ଏକ ପୋଷ୍ଟର ଉତ୍ତର ରେ ପ୍ରଧାନମନ୍ତ୍ରୀ କହିଥିଲେ;

ଧନ୍ୟବାଦ ରାଷ୍ଟ୍ରପତି ରୁମେନ ରାଦେଭ । ଭାରତ ଓ ବୁଲଗେରିଆ ମଧ୍ୟରେ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ ଜାରି ରଖିବୁ।

ଓମାନ ସଲତାନତର ସୁଲତାନ ହାଇଥାମ୍ ବିନ୍ ତାରିକଙ୍କ ସହ ଫୋନ୍ କଲ୍ କରି ଖୁସି ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି;

ସେ ଲେଖିଛନ୍ତି, 'ଓମାନ ସଲତାନତର ମହାମହିମ ସୁଲତାନ ହାଇଥାମ୍ ବିନ୍ ତାରିକଙ୍କ ତାଙ୍କ ଅଭିନନ୍ଦନ ପାଇଁ ଧନ୍ୟବାଦ ଏବଂ ତାଙ୍କର ଅଭିନନ୍ଦନ ଏବଂ ବନ୍ଧୁତ୍ୱର ଶବ୍ଦକୁ ଗଭୀର ପ୍ରଶଂସା କରୁଛି। ଶତାବ୍ଦୀ ପୁରୁଣା ଭାରତ-ଓମାନ କୌଶଳଗତ ସମ୍ପର୍କ ନୂଆ ଶିଖର ନିଶ୍ଚିତ ଭାବରେ ସ୍ପର୍ଶ କରିବ।

 

BS


(रिलीज़ आईडी: 2024989) आगंतुक पटल : 98
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Hindi_MP , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam