ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଭାବରେ ଦାୟିତ୍ୱ ନେଲେ ଶ୍ରୀମତି ନିର୍ମଳା ସୀତାରମଣ


ନାଗରିକମାନଙ୍କ ପାଇଁ ‘ସହଜ ଜୀବନ’ ନିଶ୍ଚିତ କରିବାକୁ ସରକାର ପ୍ରତିଶୃତିବଦ୍ଧ ଏବଂ ଏ ଦିଗରେ ଆହୁରି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଲେ କେନ୍ଦ୍ର ଅର୍ଥମନ୍ତ୍ରୀ

Posted On: 12 JUN 2024 3:30PM by PIB Bhubaneshwar

 

ଶ୍ରୀମତି ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଅର୍ଥ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି

ନର୍ଥ ବ୍ଲକରେ ଥିବା କାର୍ଯ୍ୟାଳୟରେ ଅର୍ଥ ସଚିବ . ଟି.ଭି. ସୋମନାଥନ୍ ଏବଂ ଅର୍ଥ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ଅନ୍ୟ ସଚିବମାନେ ଶ୍ରୀମତି ସୀତାରମଣଙ୍କୁ ସ୍ୱାଗତ କରିଥିଲେ

ତାଙ୍କୁ ପୁଣି ଥରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଭାବରେ କାର୍ଯ୍ୟ କରିବାକୁ ସୁଯୋଗ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଶେଷ କୃତଜ୍ଞତା ଜଣାଇଥିଲେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଭାରତ ଏବଂ ଏହାର ଲୋକମାନଙ୍କର ସେବା କରିବାକୁ ସୁଯୋଗ ପାଇଥିବାରୁ ଧନ୍ୟବାଦ ଦେଇଥିଲେ

ଶ୍ରୀମତି ସୀତାରମଣ ଗତ ୧୦ ବର୍ଷ ମଧ୍ୟରେ ଦୃଢ଼ ନେତୃତ୍ୱ ଏବଂ ବିକାଶମୂଖୀ ଶାସନକୁ ଗ୍ରହଣ କରିଛନ୍ତି, ଯାହା ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣି ଏକ ଦୃଢ଼ ତଥା ସ୍ଥିର ଅର୍ଥନୀତି ସୃଷ୍ଟି କରିଛି

ଦାୟିତ୍ୱ ଗ୍ରହଣ କରିବା ପରେ ଅର୍ଥ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ବିଭିନ୍ନ ବିଭାଗର ସଚିବମାନେ କେନ୍ଦ୍ର ଅର୍ଥ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀଙ୍କୁ ଜାରି ରହିଥିବା ନୀତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ

ଏହି ଅବସରରେ ସେ କହିଥିଲେ ଯେ, ନାଗରିକମାନଙ୍କ ପାଇଁସହଜ ଜୀବନନିଶ୍ଚିତ କରିବାକୁ ସରକାର ପ୍ରତିଶୃତିବଦ୍ଧ ଏବଂ ଦିଗରେ ଆଗାମୀ ଦିନମାନଙ୍କରେ ଅଧିକ ପଦକ୍ଷେପ ଗ୍ରହଣ କରାଯିବ

ଶ୍ରୀମତି ସୀତାରମଣ ଏହା ମଧ୍ୟ କହିଛନ୍ତି ଯେ, ୨୦୧୪ ରୁ ଆରମ୍ଭ କରାଯାଇଥିବା ସଂସ୍କାର ଜାରି ରହିବ, ଯାହା ଭାରତ ପାଇଁ ବ୍ୟାପକ ଆର୍ଥିକ ସ୍ଥିରତା ଏବଂ ବିକାଶ ଆଣିଦେବ ନିକଟ ଅତୀତରେ ବିଭିନ୍ନ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ସତ୍ତ୍ୱେ ଭାରତର ବିକାଶର ପ୍ରଶଂସନୀୟ କାହାଣୀ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ, ଆଗାମୀ ବର୍ଷଗୁଡିକ ପାଇଁ ଏକ ଆଶାବାଦୀ ଅର୍ଥନୈତିକ ଦୃଷ୍ଟିକୋଣ ମଧ୍ୟ ରହିଛି

ଏନ୍ଡିଏ ସରକାରଙ୍କ ବିକାଶ ଏଜେଣ୍ଡାକୁ ନୂତନ ଉତ୍ସାହରେ ଆଗକୁ ବଢ଼ାଇବା ସହ ପ୍ରଧାନମନ୍ତ୍ରୀଙ୍କବିକଶିତ ଭାରତଦୃଷ୍ଟିକୋଣକୁ ହାସଲ କରିବାକୁ ପ୍ରତିକ୍ରିୟାଶୀଳ ନୀତି ନିଶ୍ଚିତ କରିବାକୁ ସେ ବିଭାଗଗୁଡିକୁ ଅନୁରୋଧ କରିଥିଲେ

କେନ୍ଦ୍ର ଅର୍ଥମନ୍ତ୍ରୀ ମଧ୍ୟ କହିଥିଲେ ଯେ, ସରକାରସବ୍କା ସାଥ୍‌, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସରେ ବିଶ୍ୱାସ କରନ୍ତି ଏକ ସଦୃଢ଼ ସ୍ଥିର ଅର୍ଥନୀତି ନିଶ୍ଚିତ କରିବାକୁ ଶିଳ୍ପପତି, ନିୟାମକ ତଥା ନାଗରିକମାନଙ୍କ ସମେତ ସମସ୍ତ ହିତାଧିକାରୀଙ୍କର ନିରନ୍ତର ସହଯୋଗ ସମର୍ଥନ ପାଇଁ ସେ ଆହ୍ୱାନ ଦେଇଥିଲେ

 

  SR/Swadhin/PIB Bhubaneswar



(Release ID: 2024686) Visitor Counter : 33