ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କୁ ଟେଲିଫୋନ୍ ଯୋଗେ ଅଭିନନ୍ଦନ ଜଣାଇଲେ ଓମାନର ସୁଲତାନ



ମହାମହୀମ ସୁଲତାନ ଭାରତର ଜନସାଧାରଣଙ୍କ ପ୍ରଗତି ଓ ସମୃଦ୍ଧି ନିମନ୍ତେ ଜଣାଇଲେ ଶୁଭେଚ୍ଛା


ସୁଲତାନଙ୍କୁ ଧନ୍ୟବାଦ ଜଣାଇବା ସହିତ ମହାମହୀମ ସୁଲତାନଙ୍କ ୨୦୨୩ ଡିସେମ୍ବର ମାସର ଭାରତ ପରିଦର୍ଶନକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ


ଭାରତ-ଓମାନ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଉଭୟ ନେତା ପ୍ରକଟ କଲେ ପ୍ରତିବଦ୍ଧତା


ଆଗାମୀ ଇଦ୍ ପର୍ବ ପାଇଁ ମହାମହୀମ ସୁଲତାନ ଓ ଓମାନର ଜନସାଧାରଣଙ୍କୁ ଇଦ୍ ଶୁଭେଚ୍ଛା ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ

Posted On: 11 JUN 2024 1:50PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓମାନର ସୁଲତାନ ମହାମହୀମ ସୁଲତାନ ହୈଥାମ୍ ବିନ୍ ତାରିକଙ୍କ ଠାରୁ ଟେଲିଫୋନ୍ ଯୋଗେ ଅଭିନନ୍ଦନ ବାର୍ତ୍ତା ପାଇଛନ୍ତି ।

ସୁଲତାନ୍ ହୈଥାମ୍ ବିନ୍ ତାରିକ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିକଟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବିଜୟୀ ହେବା ସହିତ ପୁନର୍ବାର ଭାରତର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିବାରୁ ତାଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି ।

ମହାମହୀମ ସୁଲତାନ ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ ଓମାନ ଓ ଭାରତ ମଧ୍ୟରେ ଶହ ଶହ ବର୍ଷର ପୁରୁଣା ସମ୍ପର୍କ ରହିଛି ଏବଂ ଭାରତର ଜନସାଧାରଣଙ୍କ ପ୍ରଗତି ଓ ସମୃଦ୍ଧି ପାଇଁ ସେ ତାଙ୍କର ଶୁଭେଚ୍ଛା ଜ୍ଞାପନ କରୁଛନ୍ତି ।

ମହାମହୀମ ସୁଲତାନଙ୍କ ଶୁଭେଚ୍ଛା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇବା ସହିତ ପ୍ରଧାନମନ୍ତ୍ରୀ ତାଙ୍କର ଡିସେମ୍ବର ୨୦୨୩ର ଭାରତ ଗସ୍ତର ଅବତାରଣା କରିଛନ୍ତି ଯାହା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ନିବିଡ଼ କରିଛି ।

ଉଭୟ ନେତା ଭାରତ-ଓମାନ ସହଭାଗିତାକୁ ପାରସ୍ପରିକ ଲାଭ ନିମନ୍ତେ ଅଧିକ ନିବିଡ଼ ଓ ସୁଦୃଢ଼ କରିବା ସକାଶେ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ।

ଆଗାମୀ ଇଦ୍ ଅଲ୍ ଆଧା ଉତ୍ସବ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମହାମହୀମ ସୁଲତାନ ଏବଂ ଓମାନର ଜନସାଧାରଣଙ୍କୁ ଶୁଭକାମନା ଜଣାଇଛନ୍ତି ।

SS/DD



(Release ID: 2024571) Visitor Counter : 31