ଶକ୍ତି ମନ୍ତ୍ରଣାଳୟ

କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରଣାଳୟରେ ଦାୟିତ୍ୱ ଗ୍ରହଣ କଲେ


“ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରଣାଳୟ ‘ଅମୃତକାଳ ଭିଜନ ୨୦୪୭’ ପରିକଳ୍ପିତ ସାମଗ୍ରିକ ବିକାଶ ପାଇଁ ସାମୁଦ୍ରିକ କ୍ଷେତ୍ରର ଶସକ୍ତିକରଣ ଦିଗରେ କାମ ଜାରି ରଖିବ”: ସର୍ବାନନ୍ଦ ସୋନୋୱାଲ

“ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଭରସା କରିଛନ୍ତି, ଯିଏ ଦେଶ ପ୍ରଥମ ଉଦ୍ଦେଶ୍ୟ ସହ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଆମର ମାର୍ଗଦର୍ଶନ ଜାରି ରଖିବେ”: ସର୍ବାନନ୍ଦ ସୋନୋୱାଲ

Posted On: 11 JUN 2024 3:33PM by PIB Bhubaneshwar

କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ୧୦ ଜୁନ୍ ଦିନ ନୂଆଦିଲ୍ଲୀରେ ବନ୍ଦର, ପରିବହନ ଏବଂ ଜଳପଥ  ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି ଏହି ଅବସରରେ ପଦାଧିକାରୀ ଏବଂ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଦେଶର ଲୋକମାନଙ୍କର ସେବା କରିବାର ଦୃଷ୍ଟିକୋଣ ସହ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହାସଲ କରିବା ପାଇଁ ନିଜ ଟିମ୍‌ର ସଦସ୍ୟମାନଙ୍କ ମଧ୍ୟରେ ବିଶ୍ୱାସ ଦେଖାଇଥିଲେ ଶ୍ରୀ ସୋନେୱାଲ୍ କହିଛନ୍ତି ଯେ, ଦେଶକୁ ବିକଶିତ ଭାରତରେ ପରିଣତ କରିବା ପାଇଁ ଦେଶର ସେବା କରିବା ଦିଗରେ ଦୃଢ଼ ପ୍ରତିବଦ୍ଧତା ଆବଶ୍ୟକ ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ନିଜର ଉତ୍ତମ କାର୍ଯ୍ୟ ବଜାୟ ରଖିବାକୁ ଏହି ଅବସରରେ ସେ ନିଜର ଟିମ୍‌କୁ ଆହ୍ୱାନ ଦେଇଥିଲେ

ଏହି ଅବସରରେ ଶ୍ରୀ ସର୍ବାନନ୍ଦ ସୋନୋୱାଲ୍ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱରେ ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରଣାଳୟ ଦେଶକୁ ପ୍ରମୁଖ ଅର୍ଥନନୈତିକ ମହାଶକ୍ତିରେ ପରିଣତ କରିବା ପାଇଁ ନିଜର ଯୋଗଦାନ ସ୍ୱରୂପ ସାମୁଦ୍ରିକ କ୍ଷେତ୍ରକୁ ଶସକ୍ତିକରଣ ଏହାର ସାମଗ୍ରିକ ବିକାଶ ନିମନ୍ତେ ପ୍ରଶଂସନୀୟ କାର୍ଯ୍ୟ କରୁଛି ଆମେ ‘ଦେଶ ପ୍ରଥମ’ ଉଦ୍ଦେଶ୍ୟ ସହ ରାଷ୍ଟ୍ର ନିର୍ମାଣ ପାଇଁ ନିଜର ପ୍ରତିବଦ୍ଧତା ବଳବତ୍ତର ରଖିବା କାରଣ ଆମେ ବିକଶିତ ଭାରତର ମୂଳ ଲକ୍ଷ୍ୟ ହାସଲ କରିବା ଦିଗରେ ଆଗେଇ ଚାଲିଛୁ ଆମ ମନ୍ତ୍ରଣାଳୟ ‘ଅମୃତକାଳ ଭିଜନ ୨୦୪୭’ ପରିକଳ୍ପିତ ସାମଗ୍ରିକ ବିକାଶ ପାଇଁ ସାମୁଦ୍ରିକ କ୍ଷେତ୍ରର ଶସକ୍ତିକରଣ କରିବା ଦିଗରେ କାମ ଜାରି ରଖିବ

 

  SR



(Release ID: 2024081) Visitor Counter : 27