ରାଷ୍ଟ୍ରପତିଙ୍କ ସଚିବାଳୟ

ପ୍ରେସ୍‌ ବିଜ୍ଞପ୍ତି

Posted On: 07 JUN 2024 7:48PM by PIB Bhubaneshwar

ଭାରତୀୟ ଜନତା ପାର୍ଟି (ବିଜେପି)ର ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଡାଙ୍କ ନେତୃତ୍ୱରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ଏକ ପ୍ରତିନିଧି ଦଳ ଆଜି ଅପରାହ୍ନ ୨ଟା ୩୦ରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟି ଏକ ପତ୍ର ପ୍ରଦାନ କରିଛନ୍ତି । ଏହି ପତ୍ରରେ ଶ୍ରୀ ନରେନ୍ଦ୍ର ମୋଦୀ ବିଜେପି ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ଉଲ୍ଲେଖ କରାଯାଇଛି । ଏନଡିଏର ସହଯୋଗୀ ଦଳଗୁଡ଼ିକର ସମର୍ଥନ ପତ୍ର ମଧ୍ୟ ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ପ୍ରତିନିଧି ଦଳରେ ବିଜେପିର ଶ୍ରୀ ରାଜନାଥ ସିଂହ, ଶ୍ରୀ ଅମିତ ଶାହା, ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଡକ୍ଟର ସିଏନ୍ ମଞ୍ଜୁନାଥ ସାମିଲ ଥିଲେ; ତେଲୁଗୁ ଦେଶମ ପାର୍ଟିର ଶ୍ରୀ ଚନ୍ଦ୍ରବାବୁ ନାଇଡୁ; ଜନତା ଦଳ (ୟୁନାଇଟେଡ)ର ଶ୍ରୀ ନୀତୀଶ କୁମାର, ଶ୍ରୀ ରାଜୀବ ରଞ୍ଜନ ସିଂହ (ଲଲନ ସିଂହ) ଓ ଶ୍ରୀ ସଞ୍ଜୟ ଝା; ଶିବସେନାର ଶ୍ରୀ ଏକନାଥ ସିନ୍ଧେ; ଜନତା ଦଳ (ସେକ୍ୟୁଲାର)ର ଶ୍ରୀ ଏଚ୍ ଡି କୁମାରସ୍ୱାମୀ;   ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ଶ୍ରୀ ଚିରାଗ ପାସୱାନ; ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ସେକ୍ୟୁଲାର)ର ଶ୍ରୀ ଜିତନ ରାମ ମାଞ୍ଝି; ଜନସେନାର ଶ୍ରୀ ପୱନ କଲ୍ୟାଣ; ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିରୁ ଶ୍ରୀ ଅଜିତ ପାୱାର; ଅପନା ଦଳ (ସୋନେଲାଲ)ର ଶ୍ରୀମତୀ ଅନୁପ୍ରିୟା ପଟେଲ; ରାଷ୍ଟ୍ରୀୟ ଲୋକଦଳର ଶ୍ରୀ ଜୟନ୍ତ ଚୌଧୁରୀ; ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲର ଶ୍ରୀ ଜୟନ୍ତ ବାସୁମତାରୀ; ଆସାମ ଗଣ ପରିଷଦର ଶ୍ରୀ ଅତୁଲ ବୋରା; ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ପକ୍ଷରୁ ଶ୍ରୀ ଇନ୍ଦ୍ର ହାଙ୍ଗ ସୁବା; ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ ୟୁନିୟନର ଶ୍ରୀ ସୁଦେଶ ମହତୋ ଓ ଶ୍ରୀ ଚନ୍ଦ୍ର ପ୍ରକାଶ ଚୌଧୁରୀ; ଏବଂ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଏ)ର ଶ୍ରୀ ରାମଦାସ ଅଠାୱଲେ ପ୍ରମୁଖ ସାମିଲ ରହିଥିଲେ ।

ପ୍ରାପ୍ତ ହୋଇଥିବା ବିଭିନ୍ନ ସମର୍ଥନ ପତ୍ର ଆଧାରରେ ସନ୍ତୋଷ ବ୍ୟକ୍ତ କରି ରାଷ୍ଟ୍ରପତି କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ଏନଡିଏ ନିର୍ବାଚନ ପୂର୍ବବର୍ତ୍ତୀ ସର୍ବବୃହତ ମେଣ୍ଟ ହୋଇଥିବା ବେଳେ ଏହା ନବଗଠିତ ୧୮ତମ ଲୋକସଭାର ସଂଖ୍ୟାଗରିଷ୍ଠତା ହାସଲ କରିବା ଏବଂ ଏକ ସ୍ଥିର ସରକାର ଗଠନ କରିବା ସ୍ଥିତିରେ ଅଛି । ତେଣୁ ସେ ଭାରତୀୟ ସମ୍ବିଧାନର ଧାରା ୭୫(୧) ଅନୁଯାୟୀ ପ୍ରାପ୍ତ କ୍ଷମତାର ବ୍ୟବହାର କରି ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରୁଛନ୍ତି ।

ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହର ତାରିଖ ଏବଂ ସମୟ ଦର୍ଶାଇବାକୁ ରାଷ୍ଟ୍ରପତି ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଥିଲେ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଭାବରେ ନିଯୁକ୍ତ ହେବାକୁ ଥିବା ଅନ୍ୟ ବ୍ୟକ୍ତିମାନଙ୍କ ନାମ ବିଷୟରେ ମଧ୍ୟ ପରାମର୍ଶ ଦେଇଥିଲେ ।

********

P.S/Swadhin/PIB Bhubaneswar



(Release ID: 2023547) Visitor Counter : 31