ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୁର୍ନବାର ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ
ଭାରତ-ଇସ୍ରାଏଲ୍ ସମ୍ପର୍କକୁ ସୁଦୃଢ଼ କରିବାରେ ନେତାନ୍ୟାହୁଙ୍କ ଅବଦାନ ଉଲ୍ଲେଖ କଲେ
ଭାରତ-ଇସ୍ରାଏଲ୍ ରଣନୈତିକ ସହଭାଗିତାକୁ ଆହୁରି ମଜଭୁତ କରିବାକୁ ଦୁଇ ନେତା ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଲେ
प्रविष्टि तिथि:
06 JUN 2024 9:00PM by PIB Bhubaneswar
ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିର୍ବାଚନରେ ପୁନଃ ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଫୋନ୍ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ।
ଭାରତର ଲୋକମାନଙ୍କ ନିମନ୍ତେ ତାଙ୍କର ଗଭୀର ସ୍ନେହ ଓ ଅଭିନନ୍ଦନ ପାଇଁ ଧନ୍ୟବାଦ ଦେବା ଅବସରରେ ପ୍ରଧାନମନ୍ତ୍ରୀ ବର୍ଷ ବର୍ଷ ଧରି ଭାରତ-ଇସ୍ରାଏଲ୍ ସମ୍ପର୍କକୁ ମଜଭୁତ କରିବା ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଉଲ୍ଲେଖ କରିଥିଲେ ।
ଭାରତ-ଇସ୍ରାଏଲ୍ର ସମସ୍ତ କ୍ଷେତ୍ରରେ ରଣନୈତିକ ସହଭାଗିତାକୁ ଆହୁରି ମଜଭୁତ କରିବାକୁ ଦୁଇ ନେତା ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।
ଏହି ଅବସରରେ ଯୋଗାଯୋଗରେ ରହିବାକୁ ସେମାନେ ସହମତ ହୋଇଥିଲେ ।
SR
(रिलीज़ आईडी: 2023376)
आगंतुक पटल : 93
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam