ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆର୍ମେନିଆର ପ୍ରଧାନମନ୍ତ୍ରୀ ପୁନର୍ବାର ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ


ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଦିଗରେ ଦୁଇ ନେତା ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କଲେ

प्रविष्टि तिथि: 06 JUN 2024 8:58PM by PIB Bhubaneshwar

 

ଆର୍ମେନିଆର ପ୍ରଧାନମନ୍ତ୍ରୀ ଶ୍ରୀ ନିକୋଲ୍ ପାଶିନିଆନ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ନିକଟେରେ ହୋଇଥିବା ସାଧାରଣ ନିର୍ବାଚନରେ ବିଜୟ ପାଇଁ ଫୋନ୍ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ପାଶିନିଆନଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସବୁ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସହଯୋଗକୁ ଉଲ୍ଲେଖ କରିଛନ୍ତି

ଭାରତ-ଆର୍ମେନିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବା ଦିଗରେ କାର୍ଯ୍ୟ କରିବାକୁ ଉଭୟ ନେତା ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି

ଏହି ଅବସରରେ ଦୁଇ ନେତା ପରସ୍ପର ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ

 SR


(रिलीज़ आईडी: 2023374) आगंतुक पटल : 76
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam