ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

ପ୍ରେସ୍ ବିଜ୍ଞପ୍ତି

ପୋଷ୍ଟ କରାଯିବା ଦିନାଙ୍କ: 06 JUN 2024 6:14PM by PIB Bhubaneswar

 

ଆଜି ଅପରାହ୍ନ ସାଢ଼େ ୪ଟାରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାରଙ୍କ ସହ ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର ଡ. ସୁଖବୀର ସିଂହ ସାନ୍ଧୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ଏହି ଅବସରରେ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୭୩ ଅନୁଯାୟୀ ଅଷ୍ଟାଦଶ ଲୋକସଭା ସାଧାରଣ ନିର୍ବାଚନ ପରେ ସଦନକୁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କ ନାମ ସମ୍ବଳିତ ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିର ଏକ ନକଲ ସେମାନେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି ।

ମାନବ ଇତିହାସର ସର୍ବବୃହତ ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ସଫଳ ଭାବେ ସମ୍ପନ୍ନ ହୋଇଥିବାରୁ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ନିର୍ବାଚନ ଆୟୁକ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନିର୍ବାଚନ ଆୟୋଗ, ଏହାର ଅଧିକାରୀ ଓ କର୍ମଚାରୀ, ପ୍ରଚାର ଓ ମତଦାନର ପରିଚାଳନା ଓ ତଦାରଖରେ ନିୟୋଜିତ ଥିବା ଅନ୍ୟ ସରକାରୀ ଅଧିକାରୀ ଏବଂ କେନ୍ଦ୍ର ଓ ରାଜ୍ୟ ପୁଲିସ ଏବଂ ସୁରକ୍ଷା କର୍ମୀମାନେ ଲୋକଙ୍କ ମତଦାନର ପବିତ୍ରତା ବଜାୟ ରଖିବା ତଥା ଏକ ଅବାଧ ଓ ନିରପେକ୍ଷ ନିର୍ବାଚନକୁ ସଫଳତାର ସହ ସମ୍ପନ୍ନ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବାରୁ ସମଗ୍ର ଦେଶ ତରଫରୁ ରାଷ୍ଟ୍ରପତି ସମସ୍ତଙ୍କୁ ପ୍ରଶଂସା କରିଥିଲେ। ସର୍ବୋପରି, ଏତେ ବ୍ୟାପକ ସଂଖ୍ୟାରେ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇଥିବା ଲକ୍ଷ ଲକ୍ଷ ମତଦାତାଙ୍କୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ। ଏହା ସମ୍ପୂର୍ଣ୍ଣ ଭାବେ ଆମ ସମ୍ବିଧାନ ଭାବନାକୁ ବଜାୟ ରଖିବା ଏବଂ ଭାରତର ଗଭୀର ଓ ସୁଦୃଢ଼ ଗଣତାନ୍ତ୍ରିକ ପରମ୍ପରା ସହିତ ସମାନ ବୋଲି ରାଷ୍ଟ୍ରପତି କହିଛନ୍ତି।

 

********

P.S.


(ରିଲିଜ ଆଡି: 2023311) ପରିଦର୍ଶକ କାଉଣ୍ଟର : 113