ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜ୍ଞାପନ କଲେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ


ଭାରତ ଏବଂ ଥାଇଲାଣ୍ଡ ମଧ୍ୟରେ ବ୍ୟାପକ ବିବିଧ ଦ୍ୱିପାକ୍ଷିକ ସମ୍ବନ୍ଧ ପ୍ରସଙ୍ଗରେ ଉଭୟ ନେତା କଲେ ଆଲୋଚନା

Posted On: 06 JUN 2024 2:18PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କର ଐତିହାସିକ ନିର୍ବାଚନ ବିଜୟ ସକାଶେ ଗତ ୦୬ ଜୁନ୍‌, ୨୦୨୪ ତାରିଖ ଦିନ ଟେଲିଫୋନ୍ ଯୋଗେ ଅଭିନନ୍ଦନ ଜଣାଇଛନ୍ତି ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ମହାମହୀମ ଶ୍ରେଥା ଥାଭିସିନ୍ । ଉଭୟ ନେତାଙ୍କ ମଧ୍ୟରେ ବେଶ୍ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ଅଭିନନ୍ଦନ ଓ ଆଲୋଚନା ହୋଇଛି । ଭାରତର ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ବିଜୟରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରୀ ଥାଭିସିନ୍ ତାଙ୍କୁ ବଧେଇ ଜଣାଇଛନ୍ତି । 
ଉଭୟ ପ୍ରଧାନମନ୍ତ୍ରୀ ପାରସ୍ପରିକ ମତ ବିନିମୟ କରିବା ସହିତ ଦୁଇ ଦେଶ ମଧ୍ୟରେ ବାଣିଜ ଓ ନିବେଶ, ସଂସ୍କୃତି ଓ ଜନ- ଜନ ମଧ୍ୟରେ ସମ୍ପର୍କକୁ ବ୍ୟାପକ ତଥା ଅଧିକ ସୁଦୃଢ଼ କରିବା ସକାଶେ କାର୍ଯ୍ୟ କରିବା ନିମନ୍ତେ ପ୍ରତିବଦ୍ଧତା ପ୍ରକଟ କରିଥିଲେ ।

SS



(Release ID: 2023186) Visitor Counter : 24